ଓଡ଼ିଶା ଖବରନ୍ୟୁଜ୍

ଭାଉଜକୁ ବିବାହ କଲା ଦିଅର

ଭାଉଜକୁ ବିବାହ କଲା ଦିଅର

କେନ୍ଦ୍ରାପଡ଼ା:- (ରିପୋର୍ଟ :-ଜନ୍ମେଜୟ ବିଶ୍ଵାଳ)ଆଜିର ସମାଜରେ ଭାଇ ଭାଇ ର ସମ୍ପର୍କରେ ତିକ୍ତତା ଦେଖା ଦେଉଥିବା ବେଳେ ବଡ଼ ଭାଇର ପରଲୋକ ପରେ ଭାଉଜ ମଥାରେ ସିନ୍ଦୁର ପିନ୍ଧାଇ ବେସାହାରା ପରିବାର ମୁହଁରେ ଖୁସି ଆଣିଛନ୍ତି। ଏହି ବିବାହ ପରେ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଛି।

ସମାଜକୁ ଏକ ସୁନ୍ଦର ବାର୍ତ୍ତା ଦେବାଭଳି ଏହି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ କୁମ୍ଭାରଟଙ୍କା ଗ୍ରାମରେ। ଗ୍ରାମର ପୁରୁଷୋତ୍ତମ ସେଠୀଙ୍କ ବଡ଼ ପୁଅ ସୁନୀଲ ସେଠୀ ଦୀର୍ଘ ୬ ବର୍ଷ ପୂର୍ବେ ଗ୍ରାମର କାଜଲ ସେଠୀଙ୍କୁ ପ୍ରେମ ବିବାହ କରିଥିଲେ। ହସଖୁସିର ସଂସାର ଚାଲିଥିବା ବେଳେ ସୁନୀଲ କର୍କଟ ରୋଗରେ ପରଲୋକ ଘଟିଛି।

ଦୀର୍ଘ ଦେଢ଼ ବର୍ଷ ହେବ କାଜଲଙ୍କ ସ୍ୱାମୀଙ୍କ ପରଲୋକ ପରେ ୩ ଟି ଛୁଆଙ୍କୁ ନେଇ ଏକାକି ଜୀବନ ବିତାଉଥିବା ବେଳେ ବାପା ମାଙ୍କ ବୁଝାସୁଝା ପରେ ସାନପୁଅ ଅନିଲ ଗ୍ରାମରେ ଥିବା ଜଗନ୍ନାଥ ମନ୍ଦିରରେ ଭାଉଜଙ୍କ ମଥାରେ ସିନ୍ଦୁର ପିନ୍ଧାଇ ନିଜର କରିଛନ୍ତି।

Related posts

ନେତାଜୀଙ୍କ ଜନ୍ମଦିନ ପାଳନ

Odisha Halchal

ଵିଜେଡି ପାଳିଲା ପ୍ରତିଷ୍ଠା ଦିବସ

Odisha Halchal

ଉପନିର୍ବାଚନ ପାଇଁ ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ ଘୋଷଣା କଲା ବିଜୁ ଜନତା ଦଳ

Odisha Halchal

Leave a Comment