ଓଡ଼ିଶା ଖବରନ୍ୟୁଜ୍

ମାଲ୍ୟବନ୍ତ ମହୋତ୍ସବରେ ପୁସ୍ତକ ମେଳା

ମାଲ୍ୟବନ୍ତ ମହୋତ୍ସବରେ ପୁସ୍ତକ ମେଳା

ମାଲକାନଗିରି:-  (ରିପୋର୍ଟ:- କ୍ରିଷ୍ଣପଦ ରାୟ)ଜିଲ୍ଲା ପ୍ରଶାସନ ପକ୍ଷରୁ ମାଲ୍ୟବନ୍ତ ମହୋତ୍ସବ ଅବସରରେ ଅତି ଆଡ଼ମ୍ବର ସହକାରେ ପୁସ୍ତକ ମେଳା ଆୟୋଜନ କରାଯାଇଛି ।ଆଜି ତୃତୀୟ ସନ୍ଧ୍ୟାରେ ଐତିହାସିକ ପୃଷ୍ଠଭୂମିରେ କିମ୍ବଦନ୍ତୀ ର ମାଲକାନଗିରି ଶୀର୍ଷକ ଆଲୋଚନାଚକ୍ର ରେ ମୁଖ୍ୟବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ କିଶୋର ଚନ୍ଦ୍ର ପ୍ରଧାନ ଯୋଗଦେଇ ଜିଲ୍ଲାର ଲୁକ୍କାୟିତ ଘଟଣାବଳୀ ସମ୍ପର୍କରେ ଆଲୋଚନା କରିଥିଲେ।

ସମ୍ମାନୀତ ଅତିଥି ଭାବେ ଡେପୁଟି କଲେକ୍ଟର ରାଖଲ ଚନ୍ଦ୍ର ପରିଡା ଓ ଅଧ୍ୟାପିକା ନମିତା ଦଣ୍ଡସେନା ଯୋଗଦେଇ ରକ୍ତରଞ୍ଜିତ ମାଲକାନଗିରି ଜିଲ୍ଲାର ଐତିହାସିକ ପୃଷ୍ଠଭୂମି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସ୍ବତନ୍ତ୍ର ମୁଖ୍ୟ ଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ କୃପାସିନ୍ଧୁ ବେହେରା ଘଟଣା ବହୁଳ ମାଲକାନଗିରି ଜିଲ୍ଲାର ଓଡ଼ିଆ ଭାଷା ଓ ସାହିତ୍ୟ ର ବିକାଶ ପାଇଁ ବିଭିନ୍ନ ଉପାଦେୟ କଥା କହିଥିଲା ବେଳେ ଶିକ୍ଷାବିତ୍ ଗୋଦାବରୀଶ ଦାସ ମଞ୍ଚ ପରିଚାଳନା ଓ ପୂର୍ବତନ ଅବସରପ୍ରାପ୍ତ ଅଧ୍ୟାପକ ଡ଼ ସରୋଜ କୁମାର ଦାଶ କବିତା ସଂଯୋଜନା କରିଥିଲେ।

ଆଲୋଚନା ଚକ୍ର ଆରମ୍ଭ ପୂର୍ବରୁ ଶିକ୍ଷାବିତ୍ ପ୍ରକାଶ ଚନ୍ଦ୍ର ପଟନାୟକ ଓ ବିଚିତ୍ରାନନ୍ଦ ରାଉତ ଙ୍କ ଦ୍ଵାରା ବିଭିନ୍ନ ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ ମାନଙ୍କୁ ନେଇ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ଐତିହାସିକ କବିତା ପାଠୋତ୍ସବରେ ୪୦ରୁ ଉର୍ଦ୍ଧ୍ବ କବି ଓ କବୟିତ୍ରୀ ଯୋଗଦେଇ ସ୍ବରଚିତ କବିତାମାନ ଆବୃତ୍ତି କରିଥିଲେ ।

Related posts

ଘରେ ଦୀପ ଜାଳିବା ଦ୍ୱାରା କଣଲାଭ ମିଳେ

Odisha Halchal

ଅର୍ଚ୍ଚନାଙ୍କ ବୟାନ ପରେ ସୃଷ୍ଟି ହେଲା କମ୍ପନ, ନେତା ମନ୍ତ୍ରୀଙ୍କ ଛାତି ଧଡ଼ଧଡ଼

Odisha Halchal

ପାରା ପ୍ରେମରେ ମଣିଷ

Odisha Halchal

Leave a Comment