ଓଡ଼ିଶା ଖବରନ୍ୟୁଜ୍

ପାରା ପ୍ରେମରେ ମଣିଷ

ପାରା ପ୍ରେମରେ ମଣିଷ

ପାରା ପ୍ରେମରେ ମଣିଷ ଏ ବ୍ୟକ୍ତି ଜଣଙ୍କ ହେଉଛନ୍ତି ମାଲକାନଗିରି ସହରର ଜଣେ ତେଜରାତି ଦୋକାନୀ, ନାଁ ତାଙ୍କର ବାଲାରାଜୁ ପଣ୍ଡା, ବାଲା କହିଲେ ଲୋକେ ଜାଣନ୍ତି। ସହରର ସୁବାଷ ଛକ ନିକଟରେ ରହିଛି ତାଙ୍କର ଏହି ତେଜରାତି ଦୋକାନଟି । ସକାଳ ପାହିଲେ ପ୍ରତ୍ୟେକ ଦିନ ନିଜ କର୍ମମୟ କ୍ଷେତ୍ରରେ ଫେରନ୍ତି। ଦୋକାନ ଖୋଲିବା ମାତ୍ରେ, ଗ୍ରାହକ ଆସିବା ପୂର୍ବରୁ ଶହଶହ ପାରା ଦୋକାନ ପରିସରରେ ଆସି ହାଜିର ହୁଅନ୍ତି। ସତ କହିବାକୁ ଗଲେ, ଏହି ପାରା ମାନଙ୍କ ପଛରେ ପ୍ରତ୍ୟେକ ଦିନ ବାଲା ବାବୁ ୪ଶହ ରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରିପକାନ୍ତି ।

ହୁଏତଃ କଥାଟିକୁ ଆପଣ ସହଜରେ ବିଶ୍ବାସ କରିପାରୁନଥିବେ । ଆମେ ମଧ୍ୟ ପ୍ରଥମେ ବିଶ୍ୱାସ କରିନଥିଲୁ। ପରେ ଦେଖିବାକୁ ପାଇଲୁ ଏହା ହିଁ ସତ। ପାରା ମାନଙ୍କୁ ବାଲା ବାବୁ ମଟର ଡାଲି, ଚାଉଳ ଭଳି ଖାଦ୍ୟ ଯୋଗାଇ ଦିଅନ୍ତି। ଏହା ତାଙ୍କର ନିତିଦିନିଆ କାର୍ଯ୍ୟ ବୋଲି ସେ କହିଛନ୍ତି। ଖାଲି ତାହା ନୁହେଁ ଖରାବେଳେ ଯେତେବେଳେ ନିଜ ଘରକୁ ବାଲା ବାବୁ ଖାଇବାକୁ ଯାଆନ୍ତି। ସେତେବେଳେ ମଧ୍ୟ ଘର ପାର୍ଶ୍ଵରେ ଶହଶହ ପାରାଙ୍କୁ ସେ ଠିକ୍ ଏଭଳି ଖାଦ୍ୟ ଯୋଗାଇ ଦିଅନ୍ତି।

ଦୋକାନରେ ଗ୍ରାହକଙ୍କ ଭିଡ଼ ଲାଗିଥାଏ ତଥାପି କିନ୍ତୁ ବାଲା ବାବୁ ପ୍ରଥମେ ପାରା ମାନଙ୍କ କଥା ବୁଝନ୍ତି। ଖାଲି ଏତିକି ନୁହେଁ ବଡ଼ ଠାକୁରଙ୍କୁ ସେ ଖୁବ୍ ଶ୍ରଦ୍ଧା କରନ୍ତି ଓ ମାନନ୍ତି ମଧ୍ୟ। ତାଙ୍କର ଏଭଳି କାର୍ଯ୍ୟକୁ ଦେଖି ଗ୍ରାହକ ମଧ୍ୟ ବେଶ ଖୁସି ବ୍ୟକ୍ତ କରନ୍ତି। ଦିର୍ଘ ୧୦ବର୍ଷ ଧରି ସେ ପାରା ମାନଙ୍କ ପ୍ରତି ଏଭଳି ସ୍ନେହ ମମତା ବଜାୟ ରଖିଛନ୍ତି।

ତାଙ୍କର ଏଭଳି ମହାନ୍ କାର୍ଯ୍ୟକୁ ଦେଖି ଆଖପାଖ ଦୋକାନୀମାନେ ମଧ୍ୟ ବେଶ ପ୍ରଶଂସା କରନ୍ତି ।ସେ ଆଗକୁ ମଧ୍ୟ ଏଭଳି କାର୍ଯ୍ୟ ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି। ସତରେ ତାଙ୍କର ଏଭଳି ମଣିଷ ପଣିଆ କାର୍ଯ୍ୟ ପାଇଁ ଲୋକଙ୍କ ପାଖରେ ପ୍ରଶଂସାର ପାତ୍ର ସାଜିଛନ୍ତି।ଶେଷରେ ଗୋଟିଏ କଥା କହି ରଖିବି ଆପଣ ମାନେ ମଧ୍ୟ ସମସ୍ତେ ପଶୁ ପକ୍ଷୀଙ୍କ ପ୍ରତି ଯତ୍ନବାନ ହୁଅନ୍ତୁ।

Related posts

FY୨୩ର ଆର୍ଥିକ ବିକାଶ ଅନୁମାନକୁ ସଂଶୋଧନ କଲା ଏସବିଆଇ, ଜିଡିପି ଗ୍ରୋଥ ୭.୫% ରହିବା ସମ୍ଭାବନା

Odisha Halchal

ମୁଖ୍ୟ ଚିକିତ୍ସାଳୟରେ ମୁଳୁନି ରକ୍ତ

Odisha Halchal

କେଉଁ ପଇସାରେ ନବୀନ ପଟ୍ଟନାୟକ ଇଟାଲୀ ଯାଇଥିଲେ?

Odisha Halchal

Leave a Comment