ଓଡ଼ିଶା ଖବରନ୍ୟୁଜ୍

ବିଜେଡ଼ିର ଗୁଣୁପୁରରେ ରଣହୁଙ୍କାର

ବିଜେଡ଼ିର ଗୁଣୁପୁରରେ ରଣହୁଙ୍କାର

ଗୁଣୁପୁର:-(ରିପୋର୍ଟ:-କାହ୍ନୁ ଚରଣ ପାଢ଼ୀ)ଗୁଣୁପୁର ନିର୍ବାଚନ ମଣ୍ଡଳୀ ର ଆଜି ବିଜୁ ଜନତା ଦଳର ୨୬ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ନିଜର ଆଧିପତ୍ୟ ଜାହିର କରିଛି ବିଜେଡ଼ି ।ଦଳ ଆଜି ୨୬ତମ ପ୍ରତିଷ୍ଠା ଦିବସ ପାଳନ କରିଥିବା ବେଳେ ଆଖି ଝଲସିଗଲା ଭଳି ଶୋଭାଯାତ୍ରାରେ ଦଳ ପକ୍ଷରୁ ଶୋଭାଯାତ୍ରା କରାଯାଇଥିଲା। ।

ଏହି ନିର୍ବାଚନ ମଣ୍ଡଳୀର ପ୍ରତି ପଞ୍ଚାୟତର ହଜାର ହଜାର ସଂଖ୍ୟାରେ ବିଜେଡି କର୍ମୀ ଓ ନେତା ଯୋଗଦାନ କରି ଗୁଣୁପୁର ଓଭର ଛକ ଠାରୁ ବିଶାଳ ବାଇକ ରାଲିରେ ବାହାରି ନୂଆବସଷ୍ଟାଣ୍ଡ ସ୍ଥିତ କଳିଙ୍ଗ ବୀର ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଜିଲ୍ଲା ସଭାପତି ଶ୍ରୀ ସୁଧୀର ଦାସଙ୍କ ନେତୃତ୍ୱରେ ସ୍ଥାନୀୟ ଟାଉନ ହଲ ପରିସରରେ ଦଲର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ସ୍ଥାନୀୟ ବିଧାୟକ ରଘୁନାଥ ଗମାଙ୍ଗ, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀ, ସ୍ୱତନ୍ତ୍ର ଉର୍ଣ୍ଣୟନ ପରିଷଦ ଅଧ୍ୟକ୍ଷା ଅନୁଷୟା ମାଝୀ, ବ୍ଲକ ଯୁବ ସଭାପତି ଭାଷା ଶତପଥୀ,ଜିଲ୍ଲା ଯୁବ ସଭାପତି ଦୟାନନ୍ଦ ଖାଡଙ୍ଗ ଗୁଣୁପୁର ପୌର ପରିଷଦ ର ସମସ୍ତ ବିଜେଡ଼ି କାଉନସିଲର, ବିଜୁ ଛାତ୍ର ସଭାପତି ବିଷ୍ଣୁ ପଣ୍ଡା, ବିଜେଡି କର୍ମୀ ଙ୍କ ସମେତ ପ୍ରତି ପଞ୍ଚାୟତ ର ବିଜେଡ଼ି ପ୍ରେମୀ ଯୋଗ ଦେଇଥିଲେ।

ଉଲ୍ଲେଖଥାଉ କି ଆଜିର ଵିଶାଲ ଜନ ସମାଗମ ବିରୋଧୀ ଙ୍କୁ ଚକମା ଦେବାରେ ସହାୟକ ହୋଇପାରେ। ଆଜିର ଏହି ମହା ସମାରୋହରେ ସୁଧୀର ଦାସ ଙ୍କ ସାଙ୍ଗଠନିକ ଦକ୍ଷ୍ୟତା କୁ କର୍ମୀମାନେ ଭୁୟସୀ ପ୍ରନ୍ସସା କରିଥିଲେ।ସଦା ସର୍ବଦା ଉଚ୍ଚାରଣ ଓ ଆଚରଣ ସଂଯମ ରଖୁଥିବା ପ୍ରିୟ ନେତା ସୁଧୀର ଭାଇଙ୍କୁ ହାତ ମୁଠାକୁ ଟାଣ କରି ଆଗାମୀ ୨୦୨୪ ନିର୍ବାଚନରେ ଗୁଣୁପୁର ନିର୍ବାଚନ ମଣ୍ଡଳୀ ରେ ପୁଣି ଶଙ୍ଖନାଦ କରିବା ପାଇଁ କର୍ମୀ ମାନେ ସଂକଳ୍ପ ନେଇଛନ୍ତି।
ଗୁଣୁପୁରରୁ କାହ୍ନୁ ଚରଣ ପାଢ଼ୀଙ୍କ ରିପୋର୍ଟ

Related posts

ସାନ ଭଉଣୀଙ୍କୁ ଉଦ୍ଧାର କରିବାକୁ ଯାଇ ବଡ଼ ଭଉଣୀର ଚାଲିଗଲା ଜୀବନ

Odisha Halchal

ଖେଳକୁ ନେଇ କଲେଜ ପରିସରରେ ମହାଭାରତ

Odisha Halchal

ବନ୍ଧୁକ ଧରିଲେ ଗୃହମନ୍ତ୍ରୀ ଅମିତ୍‌ ଶାହ

Odisha Halchal

Leave a Comment