ଓଡ଼ିଶା ଖବରନ୍ୟୁଜ୍

ଅଟକି ଥିବା ଟ୍ରକ୍କ କୁ ପିଟିଲା ସ୍କର୍ପିଓ

ଅଟକି ଥିବା ଟ୍ରକ୍କ କୁ ପିଟିଲା ସ୍କର୍ପିଓ

ବଲାଙ୍ଗିର:-(ରିପୋର୍ଟ:-ଦୀପକ୍ ପାଲ୍ )ନୂତନ ବର୍ଷ ର ପ୍ରଥମ ମାସରେ ଅନେକ ଦୁର୍ଘଟଣା ହୋଇଥିବା ସମୟରେ ପୁଣି ଆଜି ଏକ ସଡ଼କ ଦୁର୍ଘଟଣାରେ ଦୁଇଟି ବହୁମୂଲ୍ୟ ଜୀବନ ଚାଲିଯାଇଛି ।ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ବୁର୍ଡା ଛକରେ ଆଜି ସକାଳେ ଅଟକି ରହିଥିବା ଟ୍ରକ୍ କୁ ଏକ ସ୍କର୍ପିଓ ମୁହାଁ ମୁହିଁ ପିଟିଥିଲା ।

ଫଳରେ ଘଟଣା ସ୍ଥଳରେ ହିଁ ସ୍କର୍ପିଓ ଡ୍ରାଇଭର କପୁର ଚନ ପୁଞ୍ଜି ଙ୍କ ମୃତ୍ୟୁ ହୋଇଛି । ଆଉ 3 ଜଣ ଗୁରୁତର ଙ୍କୁ ଲୋଇସିଂହା ସରକାରୀ ଡାକ୍ତରଖାନା ରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ବଲାଙ୍ଗୀର ଭୀମଭୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
ସୂଚନା ଅନୁଯାୟୀ, କଣ୍ଟାବାଞ୍ଜି ଅଞ୍ଚଳର 3 ଜଣ କପଡା ବ୍ୟବସାୟୀ ଏକ ସ୍କର୍ପିଓ ଗାଡ଼ିରେ ବରଗଡ଼ରୁ ଫେରୁଥିଲେ । ପ୍ରାୟ ସକାଳ ୮ ଟା ୩୦ ମିନିଟ୍ ସମୟ ରେ ବୁର୍ଡା ଛକ ଠାରେ ଏହି ମର୍ମହୁନ୍ତ ଦୁର୍ଘଟଣା ଘଟିଥିଲା ।

ଚିକିତ୍ସା ଧୀନ ଅବସ୍ଥାରେ ସେମାନଙ୍କ ମଧ୍ୟରୁ ଆଉ ଜଣକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି l ଅନ୍ୟ ମୃତକ ଜଣକ ହେଲେ ଧର୍ମୁଲାଲ ଭୋଇ। ଅନ୍ଯ ଦୁଇ ଜଣ ଗୁରୁତର ହେଲେ ଗୌର ପୁଞ୍ଜି ଓ ବିଷ୍ନୁ ପ୍ରସାଦ ଜୁଏଡ ଏହି ଦୁଇ ଜଣ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ରେ ଚିକିତ୍ସିତ ହେଉଛନ୍ତି।

 

Related posts

କେଶରିଆ ହିନ୍ଦୁ ବାହିନୀ ର ରାଜ୍ୟ ସଭାପତି ଗିରଫ

Odisha Halchal

LIC ଆଇପିଓ, ମେ’ ୯ ତାରିଖ ପର୍ଯ୍ୟନ୍ତ ଆବେଦନ କରିହେବ

Odisha Halchal

ଇଦ ମିଲାଦୁନ ନବୀ ଉତ୍ସବ ପାଳନ

Odisha Halchal

Leave a Comment