ଓଡ଼ିଶା ଖବରନ୍ୟୁଜ୍

ଟ୍ରକ ଧକା ରେ ଯୁବକଙ୍କ ମୃତ୍ୟୁ

ଟ୍ରକ ଧକା ରେ ଯୁବକଙ୍କ ମୃତ୍ୟୁ

ନୂଆପଡା :-(ରିପୋର୍ଟ :-ଚେତୁଁରାମ ପ୍ରଧାନୀ )ଓଡିଶାରେ ଦୁର୍ଘଟଣାଜନିତ ମୃତ୍ୟୁ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି. ସେଥିପାଇଁ ଜନ ଜୀବନ ଯିବା ସହ ବ୍ୟକ୍ତିଗତ ସମସ୍ୟା ସହ ସମାଜରେ ଏହାର ପ୍ରଭାବ ପଡୁଥିବା ଦେଖିବାକୁ ମିଳୁଛି. ପ୍ରାପ୍ତ ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଚାରବାହାଲ ଗ୍ରାମଠାରେ ଟ୍ରକ ଚାପାରେ ଜଣେ ମୃତ ହୋଇଥିବାବେଳେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା.

ପ୍ରକାଶ ଯେ ଜାତୀୟ ରାଜପଥ 26 ଚାରବାହାଲ ଷ୍ଟେଟ ବ୍ୟାଙ୍କ ନିକଟରେ ଏକ ମାଲବାହି ଟ୍ରକ ଚାପାରେ ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ ହୋଇ ଯାଇଛି. ମୃତକ ହେଲେ ବଡ଼ ଟେମେରୀ ଗ୍ରାମର ଜଗମୋହନ ବିହାରୀ ବୋଲି ଜଣା ପଡିଛି. ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା. ମୃତକଙ୍କ ସମ୍ପର୍କୀୟ ଜାତୀୟ ରାଜପଥକୁ ଅବରୋଧ କରିଥିଲେ. ଘଟଣା ସ୍ଥଳରେ କୋକସରା ପୋଲିସ ଅଧିକାରୀ ପ୍ରସନ୍ନ ବେହେରା ଓ ଅନ୍ୟ କର୍ମଚାରୀ ପହଂଚି ଲୋକଙ୍କ ସହ ଆଲୋଚନା ଜାରି ରଖିଛନ୍ତି. ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି.

ମୃତକ ଓ ତାଙ୍କ ପରିବାର ସମ୍ପର୍କୀୟ କ୍ଷତିପୂରଣ ଦାବୀ କରି ଜାତୀୟ ରାଜପଥ ଅବରୋଧ କରିବାରୁ ଭବାନୀପାଟଣାରୁ ଜୟପୁର ମଧ୍ୟରେ ଯାତାୟତ ପ୍ରଭାବିତ ହୋଇଛି. ଅନ୍ୟ ପକ୍ଷରେ ଖବର ଲେଖା ହେବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ଜାରି ରହିଛି.ଦୁର୍ଘଟଣାଜନିତ ମୃତ୍ୟୁ ଯୋଗୁଁ ଲୋକମାନଙ୍କ ଧନଜୀବନ ଯିବା ସହ ସାମାଜିକ, ଆର୍ଥିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି. ତେଣୁ କରି ରାଜ୍ୟ ସରକାର ଦୋଷୀ ପ୍ରତି ଉଚିତ କାର୍ଯାନୁଷ୍ଠାନ ନେବା ସହ ଅସୁବିଧାରେ ପୀଡିତ ପରିବାରକୁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବା ଉଚିତ.

Related posts

ଅଚିହ୍ନା ପୋକର ଆତଙ୍କ

Odisha Halchal

ଆରବିଆଇ ତରଫରୁ ଜନସଚେତନତା କାର୍ଯ୍ୟକ୍ରମ

Odisha Halchal

ପୋଲିସ ଅଧିକାରୀଙ୍କ ଅସଭ୍ୟ ଭାଷାରେ ଗାଳିଗୁଲଜ

Odisha Halchal

Leave a Comment