ଓଡ଼ିଶା ଖବରନ୍ୟୁଜ୍

ପାତାଳୀ ଶ୍ରୀକ୍ଷେତ୍ର କୁ ଜିଲ୍ଲାପାଳ ଙ୍କ ଗସ୍ତ

ପାତାଳୀ ଶ୍ରୀକ୍ଷେତ୍ର କୁ ଜିଲ୍ଲାପାଳ ଙ୍କ ଗସ୍ତ

ସୁବର୍ଣ୍ଣପୁର:-(ରିପୋର୍ଟ:-ମଣ୍ଟୁମନ୍ତ୍ରା) ଜିଲ୍ଲାର ପ୍ରସିଦ୍ଧ ପୀଠ ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇ କୁ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଳ ନରୱଣେ ପରିଦର୍ଶନ କରିଥିଲେ।ଏହି ଅବସରରେ ଆଜି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ।

ଛଳିଆ ଶିଖର ରେ ଥିବା ଗୁମ୍ପା କୁ ନିଜେ ଚଢି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ପାତାଳୀ ଶ୍ରୀକ୍ଷେତ୍ର ରେ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିଥିଲେ। ଘାଟି ରାସ୍ତା,ପିଡବ୍ଲଡି ତରଫରୁ ଚାଲିଥିବା କାର୍ଯ୍ୟ, ଗାଡି ପାର୍କି, ଷ୍ଟୋର ରୁମ୍ ଆଦି ବୁଲି ସମୀକ୍ଷା କରିଥିଲେ। ପାତାଳୀ ଶ୍ରୀକ୍ଷେତ୍ର କୁ ପଲିଥିନ ମୁକ୍ତ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ଏହି ଅବସରରେ ଜିଲ୍ଲାପାଳ ଅବୋଲି ସୁନୀଳ ନରୱଣେ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ବୀରମହାରାଜପୁର ଉପଜିଲ୍ଲାପାଳ, ସୋନପୁର ଉପଜିଲ୍ଲାପାଳ, ଜିଲ୍ଲା ବନ ଅଧିକାରୀ ଓ ସମସ୍ତ ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିଲେ । ଏଥିରେ ଟ୍ରଷ୍ଟ ସଦସ୍ୟ, ଗାଁ ର ବରିଷ୍ଠ ବ୍ୟକ୍ତି ଉପସ୍ଥିତ ଥିଲେ। ଆଗାମୀ ଦିନରେ ପାତାଳୀ ଶ୍ରୀକ୍ଷେତ୍ର କୁ ସରସ ସୁନ୍ଦର କରିବା ପାଇଁ ଜିଲ୍ଲାପାଳ କହିଥିଲେ।

Related posts

ପଲିଥିନରୁ ପେଟ୍ରୋଲ : ୨ କେଜି ଆବର୍ଜନାରୁ ବାହାରୁଛି ୧ ଲିଟର ଇନ୍ଧନ

Odisha Halchal

କବିରାଜ ବୈଦ ବ୍ରଜବସି ଙ୍କ ୧୩୮ ତମ ଜୟନ୍ତୀ ପାଳନ

Odisha Halchal

ରୋପୱେ ଦୁର୍ଘଟଣା: ୨ ଜଣଙ୍କ ମୃତ୍ୟୁ, ଏବେ ବି ଫସିଛନ୍ତି ୩୦ରୁ ଅଧିକ ପର୍ଯ୍ୟଟକ

Odisha Halchal

Leave a Comment