ଓଡ଼ିଶା ଖବରନ୍ୟୁଜ୍

କଟନି ଛଟନି କୁ ନେଇ ଉଠିଲା ନାହିଁ ମୁଠାଏ ଧାନ , ହାତ ଟେକି ଦେଲା ଏସ ଏଚ୍ ଜି ଗୃପ

କଟନି ଛଟନି କୁ ନେଇ ଉଠିଲା ନାହିଁ ମୁଠାଏ ଧାନ , ହାତ ଟେକି ଦେଲା ଏସ ଏଚ୍ ଜି ଗୃପ

ନବରଂଗପୁର :-(ରିପୋର୍ଟ :-ପ୍ରଶାନ୍ତ କୁମାର ସାହୁ )ନନ୍ଦାହାଣ୍ଡି ଚଳିତ ବର୍ଷ ଖରିଫ ଋତୁ ଧାନ ସଂଗ୍ରହ ନିମନ୍ତେ ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକ ର ଜଗନ୍ନାଥ ପୁର ଓ ଝାଡବନ୍ଧଗୁଡା ପଞ୍ଚାୟତ ନିମନ୍ତେ ଜଗନ୍ନାଥ ପୁର ମା ଭଣ୍ଡାର ଘରଣୀ ଙ୍କ ମନ୍ଦିର ପ୍ରାଙ୍ଗଣରେ ଧାନ ମଣ୍ଡି ର ଶୁଭ ଉଦଘାଟନ କରାଯାଇଥିଲା। ହେଲେ ଏହି ମଣ୍ଡି ରେ RMC ତରଫରୁ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା । ଚାଷୀ ମାନଙ୍କ ନିମନ୍ତେ କୈାଣସି ପ୍ରାଥମିକ ସୁବିଧା କରାଯାଇ ନ ଥିବା ବେଳେ ମିଲର ଓ ଚାଷୀ ମାନଙ୍କ ମଧ୍ୟରେ କଟନୀ ଛଟନୀ କୁ ନେଇ ବିବାଦ ଦେଖା ଦେବା ଯୋଗୁଁ ସନ୍ଧ୍ୟା ସୁଦ୍ଧା ଚାଷୀ ମାନଙ୍କର ଗୋଟିଏ ମଧ୍ୟ ମଞ୍ଜି ଧାନ ଉଠି ପାରିଲା ନାହିଁ । ଏ ବାବଦରେ ଏସ୍ ଏଚ୍ ଜି ଗୃପ୍ ମାନେ ମିଲର ଓ ଚାଷୀ ମାନଙ୍କ ଆପସ ବୁଝାମଣା ରେ ଧାନ କିଣିବାପାଇଁ କହି ହାତ ଟେକି ଦେଇଥିଲେ। ଚଳିତ ବର୍ଷ ଧାନ କିଣିବା ନିମନ୍ତେ ଲେମ୍ପ୍ କୁ ଦାଇତ୍ୱ ଦିଆ ନ ଯାଇ ଏସ୍ ଏଚ୍ ଜି ଗୃପ ମାନଙ୍କୁ ଦାୟିତ୍ଵ ଦିଆଯାଇଛି।

ଆଜି ମହାଲଷ୍ମୀ ଏସ ଏଚ ଜି ତରଫରୁ ଧାନ ମଣ୍ଡି ର ଶୁଭ ଉଦଘାଟନ ନନ୍ଦାହାଣ୍ଡି ବ୍ଲକ ଅଧ୍ୟକ୍ଷା ରଶ୍ମିତା ମାଝୀ ଙ୍କ ଦ୍ଵାରା କରାଯାଇଥିଲା। ଅନ୍ୟ ଅତିଥି ଭାବେ ନନ୍ଦାହାଣ୍ଡି ବ୍ଲକ ଉପାଧ୍ୟକ୍ଷ ସଦନ ଗୌଡ଼ ନନ୍ଦାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ଶଙ୍କର ମୁର୍ମୁ , ଜଗନ୍ନାଥ ପୁର ପଞ୍ଚାୟତ ର ସରପଞ୍ଚ ଭକ୍ତି ଅମାନତ୍ୟ, ନନ୍ଦାହାଣ୍ଡି CDPO ସୁମିତ୍ରା ଦେବୀ ତ୍ରିପାଠୀ , ନନ୍ଦାହାଣ୍ଡି ବ୍ଲକ ଜୋନ ୨ର ଜିଲ୍ଳା ପରିଷଦ ସଭ୍ୟ ଅରୁଣ କୁମାର ମିଶ୍ର ଯୋଗ ଦେଇଥିଲେ। ସାଧାରଣ ଧାନ ର ମୂଲ୍ୟ କୁଇଣ୍ଟାଲ୍ ପ୍ରତି 2040 ଟଙ୍କା ଥିବା ବେଳେ କ ଶ୍ରେଣୀ ଧାନ ର ମୂଲ୍ୟ 2060 ଟଙ୍କା ରହିଛି। ଧାନ ବିକ୍ରି ନିମନ୍ତେ ଚାଷୀ ଙ୍କୁ ଟୋକେନ ପ୍ରଦାନ କରାଯାଇଛି। ମୋବାଇଲ ରେ ଆସିଥିବା ଟୋକେନ ମେସେଜ ଦେଖାଇ ଚାଷୀ ଧାନ ବିକ୍ରି କରିପାରିବେ।

ନନ୍ଦାହାଣ୍ଡି ବ୍ଲକ ର ସମସ୍ତ ଚାଷୀ ମାନଙ୍କ ନିମନ୍ତେ ବିଜୟଲକ୍ଷ୍ମୀ , ମହାଲକ୍ଷ୍ମୀ , ସରୋଜିନୀ , ଶ୍ରୀ ମା , ଓ ଧରିତ୍ରୀ ଏସ୍ ଏଚ୍ ଜି ଏହି ଭଳି ୫ ଗୋଟି ଗ୍ରୁପ କୁ ଧାନ କ୍ରୟ ନିମନ୍ତେ ଦାୟିତ୍ଵ ଦିଆଯାଇଛି। ଏହି ଅବସରରେ ଧାନ ମଣ୍ଡି ରେ ହେଉଥିବା ବିଭିନ୍ନ ସମସ୍ୟା ନ ଉପୁଜେ ତାହା ଉପରେ ଧ୍ୟାନ ଦେବା ପାଇଁ ଅତିଥି ମାନେ କହିଥିଲେ। ହେଲେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି , ଧାନ ର ମାନ ପରିକ୍ଷା କରିବା ପରେ ମଣ୍ଡି ରେ ଆସି ଥିବା ମିଲର ମାନେ କୁଇଣ୍ଟାଲ ଟି ଧାନ ପିଛା ୪ କିଲ କାଟିବାକୁ କହିଥିଲେ କିନ୍ତୁ ସରକାର ଙ୍କ କହିବାନୁଯାୟୀ ଧାନ ମଣ୍ଡି ରେ କଟନୀ ଛଟନୀ ବାରଣ ସତ୍ତ୍ୱେ କରାଯାଇଥିଲା । ଏହାର ବିରୋଧ କରିଥିଲେ ସେହି ଅଞ୍ଚଳ ର ଚାଷୀ କମିଟି ଓ ଚାଷୀ ମାନେ । ଅନ୍ୟ ବ୍ୟତିକ୍ରମ ଦେଖିବାକୁ ଗଲେ ମଣ୍ଡି ରେ ଧାନ ରଖିବା ନିମନ୍ତେ ଛୋଟ ପିଣ୍ଡି ଟିଏ ଅଛି କିନ୍ତୁ ତାହା ଆବର୍ଜନା ପୂର୍ଣ୍ଣ , RMC ତରଫରୁ ଚାଷୀ ଙ୍କ ନିମନ୍ତେ ପିଇବା ପାଣି ର ସୁବିଧା କରାଯାଇ ନାହିଁ ।

ମଣ୍ଡି ରେ ଆଜି ଚାରି ହଜାର ପେକେଟ ଧାନ ଥିବା ବେଳେ ମିଲର ମାନେ ଧାନ ନ ଉଠାଇ ବା ଯୋଗୁଁ ଧାନ ରାତିରେ ପଡି ରହିବ କିନ୍ତୁ RMC ତରଫରୁ ରକ୍ଷଣାବେକ୍ଷଣା ନିମନ୍ତେ ଏହାର କୈାଣସି ବ୍ୟବସ୍ଥା କରାଯାଇନାହିଁ ଯେମିତି କି ଜଗୁଆଳି , ଲାଇଟ୍ ଓ ପାଲ ବ୍ୟବସ୍ଥା କିନ୍ତୁ ଏହାର କୈାଣସି ବ୍ୟବସ୍ଥା ନ କରି ଦ୍ବିପହର ଚାରିଟା ସମୟରେ RMCର କର୍ମଚାରୀ ମାନେ ସେଠାରୁ ଚାଲିଯାଇଥିଲେ। ଏ ପରି ବ୍ୟବସ୍ଥା କୁ ଚାଷୀ କମିଟି ର ସଭାପତି ବିଶ୍ଵଜିତ ହିଆଲ , ଉପସଭାପତି ଭୋଜମୋନ ବିଷୋୟୀ , ସଂପାଦକ ସୁରଜ୍ ବାଙ୍କିଆ ଓ ସେହି ଅଞ୍ଚଳ ର ଚାଷୀ ମାନେ ନିନ୍ଦା କରିଛନ୍ତି। ଆଜି ଏହି ଧାନ ମଣ୍ଡି ରେ ଦୁଇ ହଜାର କୁଇଣ୍ଟାଲ ଧାନ କିଣିବା ଟାର୍ଗେଟ ଥିବାବେଳେ ୧୦ ଗୋଟି ମିଲର ଙ୍କୁ ଧାନ କିଣିବା ପାଇଁ କୁହାଯାଇଥିବା ବେଳେ ମାତ୍ର ଚାରି ଗୋଟି ମିଲେର ସେଠାରେ ଉପସ୍ଥିତ ଥିଲେ। ଆଜି ଉଦଘାଟନ ଅବସରରେ ଚାଷୀ କମିଟି ତରଫରୁ ବ୍ଲକ ଯୋଗାଣ ଅଧିକାରୀ ଯୋଗେ ଜିଲ୍ଲା ଯୋଗାଣ ଅଧିକାରୀ ଙ୍କୁ ଏକ ୧୩ ଦଫା ଦାବି ପତ୍ର ପ୍ରଦାନ କରିଥିଲେ।

Related posts

ଗାଡିଚାଳକ ସାବଧାନ ! ଶୀଘ୍ର ଲଗାନ୍ତୁ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ୍

Odisha Halchal

ଇମ୍ରାନ୍‌ଙ୍କୁ ପାଗଳ କରିଥିଲେ ରେଖା

Odisha Halchal

ଡିଲ୍ ବେଳେ ମାଡିବସିଲା ବନବିଭାଗ, ଗୋଟିଏ କଲରାପତରିଆ ବାଘ ଛାଲ ସହ ୭ ଗିରଫ

Odisha Halchal

Leave a Comment