ଅପରାଧଦେଶ ବିଦେଶନ୍ୟୁଜ୍

OYO ଆସୁଥିବା କପଲ୍ସଙ୍କ ଭିଡିଓ ଶୁଟିଂ ଭାଇରାଲ ଧମକ ଦେଇ ଟଙ୍କା ମାଗୁଥିଲେ

OYO ଆସୁଥିବା କପଲ୍ସଙ୍କ ଭିଡିଓ ଶୁଟିଂ ଭାଇରାଲ ଧମକ ଦେଇ ଟଙ୍କା ମାଗୁଥିଲେ

ଗୁପ୍ତ କ୍ୟାମେରା ଖଞ୍ଜି OYO ରୁମକୁ ଆସୁଥିବା ପ୍ରେମିଯୁଗଳ ଓ ଦମ୍ପତିଙ୍କ ଅଶ୍ଳୀଳ ଭିଡିଓ ଶୁଟିଂ କରି ପରେ ବ୍ଲାକମେଲିଂ କରୁଥିବା ଗୋଟିଏ ରାକେଟକୁ ଧରିଛି ପୁଲିସ୍‌। ଭିଡିଓ ଭାଇରାଲର ଧମକ ଦେଇ ଏହି ଗ୍ୟାଙ୍ଗ କପଲ୍ସଙ୍କ ଠାରୁ ଟଙ୍କା ଲୁଟ କରୁଥିଲେ। ଏହି ଘଟଣାରେ ଗୌତମ ବୁଦ୍ଧ ନଗର ପୁଲିସ୍‌ ୪ ଜଣଙ୍କୁ ଗିରଫ କରିଛି।ତଦନ୍ତରୁ ପୁଲିସ୍‌ ଜାଣିବାକୁ ପାଇଛି ଯେ ଅଭିଯୁକ୍ତମାନେ ଗୋଟିଏ ବେଆଇନ କଲ ସେଣ୍ଟର ଚଳାଉଥିଲେ। ଲୋକଙ୍କୁ ଶସ୍ତାରେ ଆଇଫୋନ ଯୋଗାଇ ଦେବା ନାଁରେ ଏମାନେ ଠକୁଥିଲେ।

ଗୁପ୍ତ କ୍ୟାମେରାରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଶୁଟିଂ କରିବା ଓ ଏହାକୁ ଭାଇରାଲ କରି ଦେବାର ଧମକ ଦେବା ଘଟଣାରେ ଗିରଫ ଅଭିଯୁକ୍ତମାନେ ହେଲେ ବିଷ୍ଣୁ ସିଂହ, ଅବଦୁଲ ୱାହାବ, ପଙ୍କଜ କୁମାର ଓ ଅନୁରାଗ କୁମାର।ଏମାନେ ଦୀର୍ଘଦିନ ହେଲା ଏପରି କାମ କରି ଚାଲିଥିଲେ। ହେଲେ ନିକଟରେ ଗୋଟିଏ କପଲ ଏମାନଙ୍କ କାରସାଦି ବିଷୟରେ ପୁଲିସ୍‌ ନିକଟରେ ଅଭିଯୋଗ କରିଥିଲେ। ଏହି କପଲଙ୍କୁ ମଧ୍ୟ ଅଭିଯୁକ୍ତମାନେ ନିଜ ଜାଲରେ ଫସାଇ ଟଙ୍କା ମାଗୁଥିଲେ। ଅଭିଯୋଗର ତଦନ୍ତ କରି ପୁଲିସ୍‌ ୪ ଜଣଙ୍କୁ ଗିରଫ କରିଛି।
ସେମାନଙ୍କ ନିକଟରୁ ୧୧ଟି ଲ୍ୟାପଟପ, ୨୧ଟି ମୋବାଇଲ ଫୋନ ଓ ୨୨ଟି ସିମ କାର୍ଡ ଜବତ କରାଯାଇଛି।

ଏହି ଗ୍ୟାଙ୍ଗରେ ଆଉ କେହି ରହିଛନ୍ତି କି ନାହିଁ, ତା’ର ତଦନ୍ତ ବର୍ତ୍ତମାନ ପୁଲିସ୍‌ କରୁଛି।କିଛି ଦିନ ତଳେ ଜଣେ ଯୁବକ ତାଙ୍କ ମହିଳା ବନ୍ଧୁଙ୍କ ସହ OYOରେ ରହିଥିଲେ। ସେମାନେ ସେଠାରୁ ଚାଲି ଯିବା ପରେ ଉଭୟଙ୍କର କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ଅଜଣା ନମ୍ବରରୁ ସେମାନଙ୍କ ବନ୍ଧୁମାନଙ୍କ ପାଖରେ ପହଞ୍ଚିଥିଲା। ଏହାପରେ ଅଭିଯୁକ୍ତମାନେ ଉଭୟଙ୍କୁ ବ୍ଲାକମେଲିଂ କରିବା ଆରମ୍ଭ କରିଥିଲେ। ଯଦି ଟଙ୍କା ନ ମିଳିବ, ତା’ହେଲେ ଉଭୟଙ୍କୁ ହତ୍ୟା କରାଯିବ ବୋଲି ଧମକ ମଧ୍ୟ ମିଳିଥିଲା। ଏଥିରେ ଡରି ଯାଇ ଉଭୟ ପୁଲିସ୍‌ରେ ଅଭିଯୋଗ କରିଥିଲେ।

Related posts

ଭାରତୀୟ ରେଳୱେ ଇତିହାସରେ ପ୍ରଥମ ଘଟଣା, ୧୦ ମାସର ଶିଶୁ କନ୍ୟାକୁ ମିଳିଲା ଚାକିରୀ

Odisha Halchal

ପରିଣତ ବୟସରେ ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ୯୫ ବର୍ଷର ବୃଦ୍ଧା: ଭୋଟ ଦେଲେ

Odisha Halchal

ରାୟଲ କ୍ଲବ ଗନିୟାରୀ ଦ୍ୱାରା ଜଳ ଛତ୍ର

Odisha Halchal

Leave a Comment