ଓଡ଼ିଶା ଖବରନ୍ୟୁଜ୍

ଜେଲ୍‌ ପରିସରରେ ଥିବା ଗଛରେ ଗାମୁଛା ଲଗାଇ କଏଦୀର ଅତ୍ମହତ୍ୟା

ଜେଲ୍‌ ପରିସରରେ ଥିବା ଗଛରେ ଗାମୁଛା ଲଗାଇ କଏଦୀର ଅତ୍ମହତ୍ୟା

ଝାରସୁଗୁଡ଼ା ସବ୍‌ଜେଲରେ ଜଣେ କଏଦୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଆତ୍ମହତ୍ୟା କରିଥିବା କଏଦୀ ସୁବାସ ରୋହିଦାସ ।

ବଡ଼ମାଲ ଥାନା ଅନ୍ତର୍ଗତ ବୃନ୍ଦାମାଲ ଅଞ୍ଚଳରେ ୨୦୧୫ ମସିହାରେ ଘଟିଥିବା ଏକ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସୁବାସ ୩ ମାସ ତଳୁ ସଜା କଟାଉଥିଲେ । ଆଜି ଅପରାହ୍ନରେ ଜେଲ ପରିସରରେ ଥିବା ଏକ ଗଛରେ ନିଜ ବେକରେ ଗାମୁଛା ଭିଡି ସେ ଆତ୍ମହତ୍ୟା କରିଥିଲେ ।

ଜେଲ୍ ଅନ୍ତେବାସୀ ଓ କର୍ମଚାରୀ ଏହା ଦେଖିବା ପରେ ମୃତଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଆତ୍ମହତ୍ୟାର କାରଣ ଜଣାପଡିନଥିବା ବେଳେ ଝାରସୁଗୁଡ଼ା ପୋଲିସ ଏହାର ତଦନ୍ତ କରୁଛି।

Related posts

ଲଗାଣ ବର୍ଷାରେ ଭାଙ୍ଗିଲା ଘର

Odisha Halchal

ନାବାଳିକା ଶାଳୀର ଅଶ୍ବିଳ ଫୋଟ ଭାଇରଲ୍ ଅଭିଯୋଗରେ ଭିଣୋଇ ଗିରଫ

Odisha Halchal

ଶ୍ରୀଜିଉଙ୍କ ବନକଲାଗି, ଅପରାହ୍ନ ୫ରୁ ରାତି ୯ ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ

Odisha Halchal

Leave a Comment