ଓଡ଼ିଶା ଖବରନ୍ୟୁଜ୍

ଜେଲ୍‌ ପରିସରରେ ଥିବା ଗଛରେ ଗାମୁଛା ଲଗାଇ କଏଦୀର ଅତ୍ମହତ୍ୟା

ଜେଲ୍‌ ପରିସରରେ ଥିବା ଗଛରେ ଗାମୁଛା ଲଗାଇ କଏଦୀର ଅତ୍ମହତ୍ୟା

ଝାରସୁଗୁଡ଼ା ସବ୍‌ଜେଲରେ ଜଣେ କଏଦୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଆତ୍ମହତ୍ୟା କରିଥିବା କଏଦୀ ସୁବାସ ରୋହିଦାସ ।

ବଡ଼ମାଲ ଥାନା ଅନ୍ତର୍ଗତ ବୃନ୍ଦାମାଲ ଅଞ୍ଚଳରେ ୨୦୧୫ ମସିହାରେ ଘଟିଥିବା ଏକ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସୁବାସ ୩ ମାସ ତଳୁ ସଜା କଟାଉଥିଲେ । ଆଜି ଅପରାହ୍ନରେ ଜେଲ ପରିସରରେ ଥିବା ଏକ ଗଛରେ ନିଜ ବେକରେ ଗାମୁଛା ଭିଡି ସେ ଆତ୍ମହତ୍ୟା କରିଥିଲେ ।

ଜେଲ୍ ଅନ୍ତେବାସୀ ଓ କର୍ମଚାରୀ ଏହା ଦେଖିବା ପରେ ମୃତଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଆତ୍ମହତ୍ୟାର କାରଣ ଜଣାପଡିନଥିବା ବେଳେ ଝାରସୁଗୁଡ଼ା ପୋଲିସ ଏହାର ତଦନ୍ତ କରୁଛି।

Related posts

ବିଫଳତା ହିଁ ସଫଳତା ର ମାପ କାଠି

Odisha Halchal

ଓଡ଼ିଶା କୃଷକ ସାଥି ମହାସଂଘ ପକ୍ଷରୁ ଜିଲ୍ଲାପାଳ ଙ୍କ ଉଦ୍ଧେଶ୍ୟରେ ୧୪ ଟି ପ୍ରସ୍ତାବ

Odisha Halchal

ଛତିଶଗଡ଼ ବିଜାପୁରରେ ନକ୍ସଲ-ସୁରକ୍ଷାକର୍ମୀ ମୁହାଁମୁହିଁ, ଜଣେ ମାଓବାଦୀ ମୃତ

Odisha Halchal

Leave a Comment