ଦେଶ ବିଦେଶନ୍ୟୁଜ୍

ହିଜାବ ବିବାଦ ଉପରେ ପ୍ରତିକ୍ରିୟା ରଖିଲେ ସାଂସଦ

ହିଜାବ ବିବାଦ ଉପରେ ପ୍ରତିକ୍ରିୟା ରଖିଲେ ସାଂସଦ

“ଛାତ୍ରୀମାନେ ବିନା ହିଜାବରେ ବୁଲିଲେ ଅଧିକ ବଢିବ ଦୁର୍ବ୍ୟବାହର”: ହିଜାବ ବିବାଦ ଉପରେ ପ୍ରତିକ୍ରିୟା ରଖିଲେ ସାଂସଦ
ସୁପ୍ରିମକୋର୍ଟରେ ଆଜି ହିଜାବ ବିବାଦ ଉପରେ ନିଷ୍ପତ୍ତି ନେଇପାରିଲା ନାହିଁ। ଦୁଇ ଜଜ୍ ଖଣ୍ଡପୀଠରେ ଏହି ପ୍ରସଙ୍ଗ ଉପରେ ଭିନ୍ନ ମତ ଦେଇଛନ୍ତି । ଏହା ପରେ ବୃହତ ଖଣ୍ଡପୀଠରେ ଶୁଣାଣି ପାଇଁ ମାମଲା ପଠାଯାଇଛି।ତେବେ ପରବର୍ତ୍ତୀ ଶୁଣାଣୀ ପର୍ଯ୍ୟନ୍ତ ସ୍କୁଲ୍ ଓ କଲେଜ୍ ମାନଙ୍କରେ ହିଜାବ ବ୍ୟାନ୍ ରହିବ । ତେବେ ବର୍ତ୍ତମାନ ବିଭିନ୍ନ ରାଜନେତାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ଉତ୍ତରପ୍ରଦେଶ ସମ୍ବଳର ସମାଜବାଦ ପାର୍ଟିର ସାଂସଦ ଶଫିକ୍କୁର ରହମାନ ବର୍କ ଏହି ନିଷ୍ପତ୍ତି ଉପରେ କହିଛନ୍ତି ଯେ “ ଯଦି ସ୍କୁଲ , କଲେଜ୍ ରେ ଛାତ୍ରୀମାନେ ହିଜାବ ପିନ୍ଧିବେ ନାହିଁ ତେବେ ଝିଅ ମାନେ ବିନା ପରଦାରେ ବୁଲିବେ ଆଉ ସେମାନଙ୍କ ଉପରେ ଅଧିକ ଦୁର୍ବ୍ୟବାହର ହେବ ।ସୁଚନା ଅନୁସାରେ ଏହି ଘଟଣାରେ ଜଷ୍ଟିସ ହେମନ୍ତ ଗୁପ୍ତା ତାଙ୍କ ରାୟରେ କର୍ଣ୍ଣାଟକ ସରକାରଙ୍କ ଦ୍ୱାରା ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଲଗାଯାଇଥିବା ହିଜାବ ପ୍ରତିବନ୍ଧକକୁ ସମର୍ଥନ କରିଛନ୍ତି।

ଏଥି ସହିତ ଜଷ୍ଟିସ୍ ଧୁଲିଆ ତାଙ୍କ ବରିଷ୍ଠ ବିଚାରପତିଙ୍କ ବିପକ୍ଷରେ ମତ ପ୍ରକାଶ କରିଥିଲେ। ସେ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ ହିଜାବ ପିନ୍ଧିବା କିମ୍ବା ନ ପିନ୍ଧିବା ମୁସଲମାନ ଝିଅମାନଙ୍କର ପସନ୍ଦ ଏବଂ ଏଥିରେ କୌଣସି ପ୍ରତିବନ୍ଧକ ରହିବା ଉଚିତ ନୁହେଁ।
ସେ ଶିକ୍ଷାନୁଷ୍ଠାନରେ ହିଜାବ ଉପରେ ପ୍ରତିବନ୍ଧକ ଲଗାଇବାକୁ କର୍ଣ୍ଣାଟକ ସରକାରଙ୍କ ନିଷ୍ପତ୍ତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ସେ କହିଛନ୍ତି ଯେ ତାଙ୍କ ପାଇଁ ବାଳିକା ଛାତ୍ରୀମାନଙ୍କ ଶିକ୍ଷା ଗୁରୁତ୍ୱପୂର୍ଣ୍ଣ ।ହିଜାବ ଉପରେ ନିଷେଧାଦେଶ ଭଳି ପ୍ରସଙ୍ଗ ତାଙ୍କ ଅଧ୍ୟୟନ ଉପରେ ପ୍ରଭାବ ପକାଇପାରେ ।

ଉଲ୍ଲେଖନୀୟ କଥା ହେଉଛି, ହିଜାବ ନିଷେଧ ବିରୋଧରେ ଆବେଦନ କରିଥିବା ପକ୍ଷରୁ ଏହା ମଧ୍ୟ ଯୁକ୍ତି କରାଯାଇଥିଲା ଯେ ଏହା ମହିଳାଙ୍କ ଅଧିକାର ସହ ଜଡିତ ବିଷୟ, ଏହା କୁରାନ କିମ୍ବା ଇସଲାମ ସହ ଜଡିତ ହେବା ଉଚିତ ନୁହେଁ। ତେବେ ବର୍ତ୍ତମାନ ହିଜାବ ବ୍ୟାନ୍ ନିୟମ ଲାଗୁ ରହିବ କାରଣ କୌଣସି ନିଷ୍ପତ୍ତି ନିଆଯାଇ ପାରି ନାହିଁ । ତିନି ଜଣିଆ ଖଣ୍ଡପୀଠରେ ପରବର୍ତ୍ତୀ ଶୁଣାଣୀ ହେବ ।

Related posts

ବଣୁଆ ହାତୀ ଙ୍କ ଉପଦ୍ରବ

Odisha Halchal

ବିଦାୟ ନେଲେ ମାଁ ଶ୍ଵାମକାଳି

Odisha Halchal

ଲ୍ୟାମ୍ପ ପୋଷ୍ଟକୁ ଧକ୍କା ଦେଲା ଯାତ୍ରୀବାହୀ ବିମାନ

Odisha Halchal

Leave a Comment