ଦେଶ ବିଦେଶନ୍ୟୁଜ୍

ଦିଦିଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ପରିବର୍ତ୍ତନ, ସ୍ଥାନ ପାଇଲେ ୧୦ ଜଣ ନୂଆ ମନ୍ତ୍ରୀ

ଦିଦିଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ପରିବର୍ତ୍ତନ, ସ୍ଥାନ ପାଇଲେ ୧୦ ଜଣ ନୂଆ ମନ୍ତ୍ରୀ

ସବୁ କଳ୍ପନା ଜଳ୍ପନାର ଅବସାନ ଘଟିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ କ୍ୟାବିନେଟରେ ଏକ ବଡ଼ ଧରଣର ପରିବର୍ତ୍ତନ କରିଛନ୍ତି । ମୋଟ ୧୦ ଜଣ ନୂଆ ମନ୍ତ୍ରୀଙ୍କୁ କ୍ୟାବିନେଟରେ ସ୍ଥାନ ମିଳିଛି । ଏହି ମନ୍ତ୍ରିମଣ୍ଡଳରେ ବିଜେପିରୁ ଟିଏମସିରେ ଯୋଗ ଦେଇଥିବା ବାବୁଲ ସୁପ୍ରିୟୋଙ୍କୁ ସ୍ଥାନ ମିଳିଛି । ନୂଆ ମନ୍ତ୍ରୀମାନେ ଆଜି ରାଜଭବନରେ ଶପଥ ଗ୍ରହଣ କରିବେ ।

ଗୋଟିଏ ପଟେ ଟିଏମସିର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟର୍ଜୀ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ବେଳେ ଅନ୍ୟପଟେ ଦିଦି ତାଙ୍କର କ୍ୟାବିନେଟରେ ପରିବର୍ତ୍ତନ କରିଛନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଆକ୍ସନ ପରେ ପାର୍ଥଙ୍କୁ ମନ୍ତ୍ରିମଣ୍ଡଳରୁ ହଟାଇ ଯାଇଥିଲା । ଶିକ୍ଷକ ଭର୍ତ୍ତି ଘୋଟାଲାରେ ପାର୍ଥଙ୍କ ସହଯୋଗୀ ଅଭିନେତ୍ରୀ ଅର୍ପିତା ମୁଖର୍ଜୀ ମଧ୍ୟ ଇଡି ଜାଲରେ ଛନ୍ଦି ହୋଇଛନ୍ତି ।

୨୦୨୧ରେ ସରକାର ଗଠନ ହେବା ପରେ ଦିଦି ପ୍ରଥମ ଥର ପାଇଁ ନିଜର କ୍ୟାବିନେଟ ପରିବର୍ତ୍ତନ କରିଛନ୍ତି । ବାବୁଲ ସୁପ୍ରିୟୋ, ସ୍ନେହାଶିଷ ଚକ୍ରବର୍ତ୍ତୀ, ପାର୍ଥ ଭୌମିକୀ, ଉଦୟନ ଗୁହା, ପ୍ରଦୀବ ମଜୁମଦାର କ୍ୟାବିନେଟରେ ସ୍ଥାନ ପାଇଛନ୍ତି । ବିପ୍ଲବ ରାୟ ଚୌଧରୀ ଓ ବୀରବାହା ହସଦା ସ୍ୱତନ୍ତ୍ର ପ୍ରଭାବ ମନ୍ତ୍ରୀ ହୋଇଛନ୍ତି । ସେହିପରି ତାଜମୁଲ ହୁସୈନ ଓ ସତ୍ୟଜୀତ ବର୍ମନଙ୍କୁ ରାଜ୍ୟମନ୍ତ୍ରୀ ପଦ ମିଳିଛି ।
ସୂଚନାଯୋଗ୍ୟ ଯେ, କେନ୍ଦ୍ରରେ ଶାସନାଧୀନ ବିଜେପି ସରକାର କ୍ଷମତାର ଦୁରୂପଯୋଗ କରି ଟିଏମସି ନେତାଙ୍କ ପଛରେ ଇଡି ଅସ୍ତ୍ର ପ୍ରୟୋଗ କରୁଛି ବୋଲି ଦିଦି ପୂର୍ବରୁ ଅଭିଯୋଗ କରିଥିଲେ । ତେଣୁ ପୂରା ମନ୍ତ୍ରିମଣ୍ଡଳ ଇସ୍ତଫା ପ୍ରଦାନ ନେଇ କିଛିଦିନ ପୂର୍ବରୁ ଚର୍ଚ୍ଚା ହେଉଥିଲା ।

Related posts

ଅକସ୍ମାତ ଭାଙ୍ଗିଲା ବ୍ରିଜ ତଳକୁ ଖସିଲା ଦୁଇ କାର

Odisha Halchal

‘ରୋୟାଲ ଏନ୍‌ଫିଲ୍ଡ’ର ଗ୍ରାହକଙ୍କୁ ବଡ଼ ଝଟକା, କଂପାନୀ ବଢ଼ାଇଲା ନିଜର ସମସ୍ତ ବାଇକ୍‌ର ଦର

Odisha Halchal

ମୁଲଚାଲ କରୁଥିବା ବେଳେ ବାଘ ଛାଲ ସହ ଜଣେ ଗିରଫ

Odisha Halchal

Leave a Comment