ଦେଶ ବିଦେଶନ୍ୟୁଜ୍

ଦିଦିଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ପରିବର୍ତ୍ତନ, ସ୍ଥାନ ପାଇଲେ ୧୦ ଜଣ ନୂଆ ମନ୍ତ୍ରୀ

ଦିଦିଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ପରିବର୍ତ୍ତନ, ସ୍ଥାନ ପାଇଲେ ୧୦ ଜଣ ନୂଆ ମନ୍ତ୍ରୀ

ସବୁ କଳ୍ପନା ଜଳ୍ପନାର ଅବସାନ ଘଟିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ କ୍ୟାବିନେଟରେ ଏକ ବଡ଼ ଧରଣର ପରିବର୍ତ୍ତନ କରିଛନ୍ତି । ମୋଟ ୧୦ ଜଣ ନୂଆ ମନ୍ତ୍ରୀଙ୍କୁ କ୍ୟାବିନେଟରେ ସ୍ଥାନ ମିଳିଛି । ଏହି ମନ୍ତ୍ରିମଣ୍ଡଳରେ ବିଜେପିରୁ ଟିଏମସିରେ ଯୋଗ ଦେଇଥିବା ବାବୁଲ ସୁପ୍ରିୟୋଙ୍କୁ ସ୍ଥାନ ମିଳିଛି । ନୂଆ ମନ୍ତ୍ରୀମାନେ ଆଜି ରାଜଭବନରେ ଶପଥ ଗ୍ରହଣ କରିବେ ।

ଗୋଟିଏ ପଟେ ଟିଏମସିର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟର୍ଜୀ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ବେଳେ ଅନ୍ୟପଟେ ଦିଦି ତାଙ୍କର କ୍ୟାବିନେଟରେ ପରିବର୍ତ୍ତନ କରିଛନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଆକ୍ସନ ପରେ ପାର୍ଥଙ୍କୁ ମନ୍ତ୍ରିମଣ୍ଡଳରୁ ହଟାଇ ଯାଇଥିଲା । ଶିକ୍ଷକ ଭର୍ତ୍ତି ଘୋଟାଲାରେ ପାର୍ଥଙ୍କ ସହଯୋଗୀ ଅଭିନେତ୍ରୀ ଅର୍ପିତା ମୁଖର୍ଜୀ ମଧ୍ୟ ଇଡି ଜାଲରେ ଛନ୍ଦି ହୋଇଛନ୍ତି ।

୨୦୨୧ରେ ସରକାର ଗଠନ ହେବା ପରେ ଦିଦି ପ୍ରଥମ ଥର ପାଇଁ ନିଜର କ୍ୟାବିନେଟ ପରିବର୍ତ୍ତନ କରିଛନ୍ତି । ବାବୁଲ ସୁପ୍ରିୟୋ, ସ୍ନେହାଶିଷ ଚକ୍ରବର୍ତ୍ତୀ, ପାର୍ଥ ଭୌମିକୀ, ଉଦୟନ ଗୁହା, ପ୍ରଦୀବ ମଜୁମଦାର କ୍ୟାବିନେଟରେ ସ୍ଥାନ ପାଇଛନ୍ତି । ବିପ୍ଲବ ରାୟ ଚୌଧରୀ ଓ ବୀରବାହା ହସଦା ସ୍ୱତନ୍ତ୍ର ପ୍ରଭାବ ମନ୍ତ୍ରୀ ହୋଇଛନ୍ତି । ସେହିପରି ତାଜମୁଲ ହୁସୈନ ଓ ସତ୍ୟଜୀତ ବର୍ମନଙ୍କୁ ରାଜ୍ୟମନ୍ତ୍ରୀ ପଦ ମିଳିଛି ।
ସୂଚନାଯୋଗ୍ୟ ଯେ, କେନ୍ଦ୍ରରେ ଶାସନାଧୀନ ବିଜେପି ସରକାର କ୍ଷମତାର ଦୁରୂପଯୋଗ କରି ଟିଏମସି ନେତାଙ୍କ ପଛରେ ଇଡି ଅସ୍ତ୍ର ପ୍ରୟୋଗ କରୁଛି ବୋଲି ଦିଦି ପୂର୍ବରୁ ଅଭିଯୋଗ କରିଥିଲେ । ତେଣୁ ପୂରା ମନ୍ତ୍ରିମଣ୍ଡଳ ଇସ୍ତଫା ପ୍ରଦାନ ନେଇ କିଛିଦିନ ପୂର୍ବରୁ ଚର୍ଚ୍ଚା ହେଉଥିଲା ।

Related posts

ସମସ୍ତ ସହରାଞ୍ଚଳ ଓ ଗ୍ରାମାଞ୍ଚଳକୁ ନିରବଚ୍ଛିନ ବିଦ୍ୟୁତ ଯୋଗାଣ

Odisha Halchal

ଚିନିକଳ ନିର୍ଦ୍ଧେଶିକା ରୂପେ ବେଲଗୁଣ୍ଠା ରୁ ସରୋଜିନୀ

Odisha Halchal

ଦୁଇ ବର୍ଷର ଝିଅକୁ ବଳାତ୍କାର କରିଥିବା ଅଭିଯୋଗରେ ବାପାକୁ ଗିରଫ କଲା ପୋଲିସ

Odisha Halchal

Leave a Comment