ଓଡ଼ିଶା ଖବରନ୍ୟୁଜ୍

ଇଞ୍ଜେକସନ ନେଇ ବିଗିଡ଼ିଲା ସ୍ୱାସ୍ଥ୍ୟ, ଭଲ ନ ହୋଇ ଥରିଲେ ୨୧ ରୋଗୀ

ଇଞ୍ଜେକସନ ନେଇ ବିଗିଡ଼ିଲା ସ୍ୱାସ୍ଥ୍ୟ, ଭଲ ନ ହୋଇ ଥରିଲେ ୨୧ ରୋଗୀ

ରୋଗ ଅନୁଯାୟୀ ଦିଆଗଲା ଇଞ୍ଜେକସନ । ହେଲେ ଭଲ ହେବା ପରିବର୍ତ୍ତେ ଥରିଲେ ୨୧ ରୋଗୀ। ଅବସ୍ଥା ସାଂଘାତିକ ହେବାରୁ ଅଧାରୁ ଅଧିକ ରୋଗୀଙ୍କୁ ଅକ୍ସିଜେନ ସପୋର୍ଟରେ ରଖାଯାଇଛି। ଏପରି ଅଘଟଣ ଆଜି ସକାଳେ ବ୍ରହ୍ମପୁରସ୍ଥିତ ଏମକେସିଜିର ମେଡିସିନ ୱାର୍ଡ ୧ନଂ ୟୁନିଟରେ ଘଟିଛି। ବହୁ ରୋଗୀଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

ବ୍ରହ୍ମପୁର ଏମକେସିଜିରେ ଜ୍ୱର, ଝାଡ଼ାବାନ୍ତି, ମ୍ୟାଲେରିଆରେ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା କରାଯାଏ । ଆଜି ସକାଳେ ରୁଟିନ ଚେକଅପ୍‌ କରାଯାଇ ସବୁ ରୋଗୀଙ୍କୁ ଆଣ୍ଟିବାଟିକ, ଗ୍ୟାଷ୍ଟିକ ଓ ବାନ୍ତି ଇଞ୍ଜେକସନ ଦିଆଯାଇଥିଲା। ଏହାର କିଛି ସମୟ ପରେ ପ୍ରାୟ ୨୧ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଲା। ହଠାତ୍‌ ସେମାନେ ଥରିବାକୁ ଲାଗିଲେ।

ଏନେଇ ରୋଗୀଙ୍କ ସମ୍ପର୍କୀୟ ଅଧିକାରୀଙ୍କୁ ଜଣାଇବାରୁ ପୁଣି ଥରେ ସେମାନଙ୍କ ଚିକିତ୍ସା ଆରମ୍ଭ ହୋଇଛି। ୨୧ ଜଣଙ୍କ ମଧ୍ୟରୁ ଏବେ ପ୍ରାୟ ୧୨ରୁ ଅଧିକ ଜଣଙ୍କୁ ଅକ୍ସିଜେନ ସପୋର୍ଟ ଦିଆଯାଇଛି।ରୋଗ ଅନୁଯାୟୀ ଇଞ୍ଜେକସନ ଦିଆଯାଇଥିବା ବେଳେ ହଠାତ୍‌ ଏପରି କାହିଁକି ହେଲା ତାହାର ତଦନ୍ତ କରାଯାଉଛି, ତଥା ଦିଆଯାଇଥିବା ଇଞ୍ଜେକସନ ସାମ୍ପଲର ଯାଞ୍ଚ କରାଯାଉଛି ବୋଲି ମେଡିକାଲ ପକ୍ଷରୁ କୁହାଯାଇଛି।

ତେବେ ଏହି ଘଟଣା ପରେ ବି ବରିଷ୍ଠ ବିଶେଷଜ୍ଞ ପହଞ୍ଚି ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରି ନ ଥିବାରୁ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।ମେଡିକାଲ ଅଧୀକ୍ଷକ କହିଛନ୍ତି ଇଞ୍ଜେକସନ୍‌ ନେଇଥିବା ସମସ୍ତ ରୋଗୀ ଏବେ ସୁସ୍ଥ ଅଛନ୍ତି । ତେବେ କେଉଁ କାରଣରୁ ଇଂଜେକ୍ସନ ନେବା ପରେ ଏଭଳି ହେଲା ତାହାର ତଦନ୍ତ କରାଯାଉଛି । ଏହାସହ ସଂପୃକ୍ତ ଇଞ୍ଜେକସନ୍‌ ବୋତଲକୁ ପରୀକ୍ଷା ପାଇଁ ପଠାଯିବ ବୋଲି ସେ କହିଛନ୍ତି।

Related posts

ସଡକ ଦୁଃର୍ଘଟଣାରେ ଦୁଇ ମୃତ ଜଣେ ଗୁରୁତର

Odisha Halchal

ଦେବଗଡ଼ ଡାକ୍ତରଖାନାରୁ ବୁର୍ଲା ସ୍ଥାନାନ୍ତର ହେଲେ ଗିରଫ ବିଧାୟକ

Odisha Halchal

ବିଜେପି ବିଧାୟକଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼

Odisha Halchal

Leave a Comment