ଓଡ଼ିଶା ଖବରନ୍ୟୁଜ୍

ଜୁଲାଇ ୧୫ରେ ମା ତାରିଣୀଙ୍କ ଆଷାଢ଼ୀ ପର୍ବ; ବନ୍ଦ ରହିବ ଘଟଗାଁ ମନ୍ଦିର

ଜୁଲାଇ ୧୫ରେ ମା ତାରିଣୀଙ୍କ ଆଷାଢ଼ୀ ପର୍ବ; ବନ୍ଦ ରହିବ ଘଟଗାଁ ମନ୍ଦିର

ମା ତାରିଣୀଙ୍କ ଅଷାଢ଼ୀ ପର୍ବ ପାଇଁ ଜୁଲାଇ ୧୪ ଗୁରୁବାର ମାଙ୍କ ମନ୍ଦିର ବନ୍ଦ ରହିବI କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରି ଦେବୀ ମା ତାରିଣୀଙ୍କ ଅଷାଢୀ ପର୍ବ ଆସନ୍ତକାଲି ଅନୁଷ୍ଠିତ ହେବ। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ଅଷାଢ଼ ମାସର ଶେଷ ଗୁରୁବାରକୁ ମାଙ୍କ ପାଖରେ ଆଷାଢ଼ୀ ପର୍ବ ପାଳନ କରାଯାଇଥାଏ। ଏହି ଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ମାଙ୍କ ମନ୍ଦିର ବନ୍ଦ ରହିଥାଏ। କୌଣସି ନୀତିକାନ୍ତି ହୋଇନଥାଏ।ଏହି ସମୟରେ ମା ତାରିଣୀ ପ୍ରଜାଙ୍କ ମଙ୍ଗଳ ପାଇଁ ଉପବାସ ରଖି ଭଗବାନ ବିଷ୍ଣୁଙ୍କ ଆରାଧନା କରିଥାନ୍ତି ବୋଲି ବିଶ୍ୱାସ ରହିଛି।

ଏହି ପର୍ବରେ ମାଙ୍କ ନିଶିପୁଜା ହୋଇଥାଏ। ବିଳମ୍ବିତ ରାତିରେ କେବଳ ବରିଷ୍ଠ ପୂଜକମାନେ ମାଙ୍କ ପୂଜାର୍ଚ୍ଚନା କରନ୍ତି। ଦିନ ତମାମ ମାଙ୍କ ମନ୍ଦିର ବନ୍ଦ ରହିବା ପରେ ସନ୍ଧ୍ୟା ୭ଟାରେ ପହଡ଼ ଖୋଲିବା ପରେ ଭକ୍ତମାନେ ମାଙ୍କ ଦର୍ଶନ କରନ୍ତି।

Related posts

ଋଷ ତେଲ ଓ ଗ୍ୟାସ ଉପରେ ସମ୍ପୂର୍ଣ୍ଣ କଟକଣା ଲାଗିଲେ ମାସେ ଭିତରେ ବନ୍ଦ ହୋଇଯିବ ଯୁଦ୍ଧ

Odisha Halchal

ମେସିନ୍‌ରେ ପଶିଗଲା ଚୁଟି, ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ

Odisha Halchal

ରୁଷ ଠାରୁ ଅତି ଶସ୍ତାରେ ତେଲ କିଣିବାକୁ ଚାହୁଁଛି ଭାରତ

Odisha Halchal

Leave a Comment