ଅପରାଧଓଡ଼ିଶା ଖବରନ୍ୟୁଜ୍

କଟକରେ ପୁଣି ନକଲି ସସ୍‌ ଜବତ, ଜଣେ ଅଟକ

କଟକରେ ପୁଣି ନକଲି ସସ୍‌ ଜବତ, ଜଣେ ଅଟକ

କଟକରେ ପୁଣି ନକଲି ସସ୍‌ ଗୋଦାମ ଠାବ । ମାଲଗୋଦାମରେ ଥିବା ଏକ ନକଲି ସସ୍‌ ଗୋଦାମ ଉପରେ ଆଜି ପୋଲିସ ପକ୍ଷରୁ ଚଢାଉ ହୋଇଛି । ଏହି ଚଢାଉରେ ବିପୁଳ ପରିମାଣର ନକଲି ସସ୍‌ ସହ ଚାଓମିନ୍‌ ଜବତ ହୋଇଛି ।

ଖବର ଅନୁଯାୟୀ, ମାଲଗୋଦାମରେ ଏକ ନକଲି ସସ୍‌ ଗୋଦାମ ଥିବା ନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଏନେଇ ଶନିବାର ଦିନ ମାଲଗୋଦାମ ପୋଲିସ ଉକ୍ତ ନକଲି ସସ୍‌ କାରଖାନାରେ ଚଢାଉ କରିଥିଲା ।

ଏହି ଚଢାଉର ବିପୁଳ ପରିମାଣର ସସ୍‌ ସହ ଚାଓମିନ୍‌ ଜବତ କରିଛି ପୋଲିସ । ଏହିସହିତ ଜଣଙ୍କୁ ଅଟକ ରଖିଛି ପୋଲିସ। ସେହିପରି ଏଥିସହ ବାରଙ୍ଗ ଠାରେ ଥିବା ଏହି ନକଲି ସସ କାରଖାନାକୁ ଆଉ କିଛି ସମୟ ମଧ୍ୟରେ ଚଢ଼ାଉ କରିବ କଟକ ମାଲଗୋଦାମ ପୋଲିସ

Related posts

ନଭେମ୍ବରରେ ପୁଣି ଏକ ଘୂର୍ଣ୍ଣିବଳୟ, ୭ ସୁଦ୍ଧା ଏହା ନେଇପାରେ ଲଘୁଚାପ ରୂପ

Odisha Halchal

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ଘଟଣା: ଦ୍ୱନ୍ଦ୍ୱ ବଢ଼ାଇଲା NMA ଓ ASI ଡିଜିଙ୍କ ଚିଠି

Odisha Halchal

କାଙ୍ଗୁରୁକୋଣ୍ଡା ଗ୍ରାମ ପଞ୍ଚାୟତରେ ଗ୍ରାମସଭା ଅନୁଷ୍ଠିତ

Odisha Halchal

Leave a Comment