ଓଡ଼ିଶା ଖବରନ୍ୟୁଜ୍

ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ନୀତି ନିର୍ଘଣ୍ଟ: ଭୋର ୪ଟାରୁ ପହଣ୍ଡି, ୧୨ଟା ୧୫ରେ ଛେରା ପହଁରା

ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ନୀତି ନିର୍ଘଣ୍ଟ ଭୋର ୪ଟାରୁ ପହଣ୍ଡି, ୧୨ଟା ୧୫ରେ ଛେରା ପହଁରା

ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ ହୋଇଛି । ଆସନ୍ତା ୧୪ରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଅନୁଷ୍ଠତ ହେବ । ମଙ୍ଗଳାର୍ପଣ, ଡୋର ଲାଗି ଓ ପୁଷ୍ପାଞ୍ଜଳି ପରେ ପହଣ୍ଡି କରାଯିବ । ଭୋର ୪ଟାରୁ ପହଣ୍ଡି ଆରମ୍ଭ ହେବ ଏବଂ ୬ଟାରେ ଶେଷ ହେବ ।

ସକାଳ ୯ଟା୩୦ରୁ ୧୧ଟା୩୦ ମଧ୍ୟରେ ଜଳ ବିଜେ ଓ ପୂଜା କରାଯିବ ।ସେହିପରି ୧୨ଟା ୧୫ରେ ଛେରା ପହଁରା ଏବଂ ୧୨ଟା ୩୦ରୁ ୨ଟା ୩୦ ମଧ୍ୟରେ ହାତୀ ବେଶ ସରିବ । ସକାଳେ ପରମାଣିକ ଟିକେଟ ଦର୍ଶନ ହେବ । ସ୍ନାନମଣ୍ଡପରେ ୩ ଘଣ୍ଟା ଧରି ମହାପ୍ରଭୁଙ୍କୁ ଦର୍ଶନ ସୁଯୋଗ ମିଳିବ ।

ଶ୍ରୀଜିଉଙ୍କୁ ସ୍ପର୍ଶ କରିପାରିବେନି ଭକ୍ତ । ସନ୍ଧ୍ୟା ୬ଟାରୁ ରାତି ୯ଟା ୩୦ ଯାଏ ସର୍ବସାଧାରଣ ଦର୍ଶନ କରିପାରିବେ । ରାତି ୧୦ଟାରେ ବାହୁଡା ପହଣ୍ଡି ଅନୁଷ୍ଠିତ ହେବ ଏବଂ ରାତି ୧ଟା ୩୦ରେ ସୁନା ଚିତା ଓ ରାହୁରେଖା ମଇଲମ ନୀତି ଅନୁଷ୍ଠିତ ହେବ ।

Related posts

ପ୍ରେମର ଶେଷ ପରିଣତି! ପ୍ରେମିକକୁ ଉଠାଇଲା ପୋଲିସ

Odisha Halchal

ଟାହିଟାପରା ଉଜାଡ଼ି ଦେଲା ସଂସାର; ସ୍ୱାମୀର ଦଶାହରେ ଆଖି ବୁଜିଲା ସ୍ତ୍ରୀ

Odisha Halchal

ବର୍ଷାଙ୍କୁ ଝଟକା, ଅନୁଭବଙ୍କ ପୈତୃକ ଘର ଛାଡ଼ିବାକୁ କୋର୍ଟଙ୍କ ନିର୍ଦ୍ଦେଶ

Odisha Halchal

Leave a Comment