ଅପରାଧଓଡ଼ିଶା ଖବରନ୍ୟୁଜ୍

ଶିଶୁ ଶ୍ରମିକ ଉଦ୍ଧାର

ଶିଶୁ ଶ୍ରମିକ ଉଦ୍ଧାର

କଟକ :-(ରିପୋର୍ଟ -ତୁଷାର ଜ୍ୟୋତି ନାୟକ) ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ବଡଖିରି ଗ୍ରାମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ କଟକ ଡିଭିଜନର ଏକ ପାଞ୍ଚ ଜଣିଆ ଟିମ୍ ଚଢାଉ କରି ଦୁଇ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛନ୍ତି।

କଟକ ଜିଲ୍ଲା ଗ୍ରାମ୍ୟ ଶ୍ରମ ନିରୀକ୍ଷକ ସୁଶ୍ରୀ ସଙ୍ଗୀତା ସ୍ୱାଇଁ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଗତି ମହାନ୍ତିଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ଟିମ ନିଶ୍ଚିନ୍ତକୋଇଲି ପୋଲିସ ସହାୟତାରେ ଏହି ଚଢାଉ କରିଥିଲେ। ସୂଚନା ଅନୁସାରେ ବଡଖିରୀ ଅଞ୍ଚଳର ସୌଭାଗ୍ୟ ରଞ୍ଜନ ସ୍ବାଇଁ ନାମକ ବ୍ୟକ୍ତି କେନ୍ଦୁଝର ଅଞ୍ଚଳର ଏହି ଦୁଇ ନାବାଳକକୁ ଆଣି ତାଙ୍କ ନିଜ ଫାର୍ମରେ ପନିପରିବା ଚାଷ ଓ ମାଛ ଚାଷ କାର୍ଯ୍ୟରେ ନିୟୋଜିତ କରିଥିଲେ।

ସେମାନଙ୍କୁ ମାସିକ ପାଞ୍ଚ ହଜାର ଟଙ୍କା ପାରିଶ୍ରମିକ ବାବଦରେ ଦେବାକୁ କହି ନିଜ ଫାର୍ମରେ କାମ କରାଉଥିଲେ। ଫାର୍ମର ମାଲିକଙ୍କ ଉପରେ ଆଇନ ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ଗ୍ରାମ୍ୟ ଶ୍ରମ ନିରୀକ୍ଷକ ସୂଚନା ଦେଇଛନ୍ତି।

Related posts

ଖେଳ ଖେଳୁଥିବା ସମୟରେ ଅଘଟଣ

Odisha Halchal

ବଡ଼ ଖୁଲାସା, ଲରେନ୍ସ ଗ୍ୟାଙ୍ଗର ଟାର୍ଗେଟ୍‌ରେ ଥିଲେ ଅନେକ ବଲିଉଡ ଷ୍ଟାର୍‌

Odisha Halchal

ରୁଚିକା ଆତ୍ମହତ୍ୟା ଘଟଣାକୁ ପୁରିଲା ସପ୍ତାହେ, ଏବେ ବି ମିଳୁନି ରାଗିଂ କରିଥିବା ସିନିଅରଙ୍କ ପତ୍ତା

Odisha Halchal

Leave a Comment