ଓଡ଼ିଶା ଖବରନ୍ୟୁଜ୍

ବଜ୍ରାଘାତରେ ୨ ମୃତ ୩ ଗୁରୁତର

ବଜ୍ରାଘାତରେ ୨ ମୃତ ୩ ଗୁରୁତର

ନବରଙ୍ଗପୁର:-(ରିପୋର୍ଟ-ଗୁଲସନ କୁମାର) ରାଇଘର ବ୍ଲକ ଅନ୍ତର୍ଗତ ହାଟଭରଣ୍ଡି ଗ୍ରାମ ର ଓଡ଼ିଶା ଛତିଶଗଡ ସିମାନ୍ତ ଅଞ୍ଚଳ ରେ ବଜ୍ରାଘାତରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ମୃତକ ମାନେ ହେଲେତିଲେଶ ଗଣ୍ଡ ବୟସ ୧୪ ଓ ରାଜାରାମ ଗଣ୍ଡ ବୟସ ୩୫ ସେ ଛତିଶଗଡ଼ ବାସିନ୍ଦା ବୋଲି ଜଣାପଡିଛି। । ଏମାନେ ସମସ୍ତେ ଜଟିଆରପାରା ର ମୋତିଲାଲ ଗଣ୍ଡଙ୍କ ଘରକୁ ଏକୁସିଆ କାର୍ଯ୍ୟକ୍ରମ ରେ ଯୋଗଦେବାକୁ ଆସିଥିଲେ ।

ସନ୍ଧ୍ୟା ସମୟରେ ଘର ନିକଟରେ ପାଂଚ ଜଣ ରାଜାରାମ ଗଣ୍ଡ , ତିଲେଷ ଗଣ୍ଡ, ଲୋକେଶ ଗଣ୍ଡ, ମୁଲେଶ୍ୱରୀ ଗଣ୍ଡ, ମୋତିଲାଲ ଗଣ୍ଡଘଟଣା ସ୍ଥଳରେ ବସିଥିବା ସମୟରେ ହଠାତ ବଜ୍ରପାତ ହେବାରୁ ରାଜାରାମ ଗଣ୍ଡ ଓ ତିଲେଷ ଗଣ୍ଡ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ ଅନ୍ୟ ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ହାଟଭରଣ୍ଡି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Related posts

ହାଇକୋର୍ଟ ବେଞ୍ଚ ସ୍ଥାପନ ହୋଇପାରିବନି -ସୁପ୍ରିମକୋର୍ଟ

Odisha Halchal

ଋଷ ତେଲ ଓ ଗ୍ୟାସ ଉପରେ ସମ୍ପୂର୍ଣ୍ଣ କଟକଣା ଲାଗିଲେ ମାସେ ଭିତରେ ବନ୍ଦ ହୋଇଯିବ ଯୁଦ୍ଧ

Odisha Halchal

ନଦୀରେ ବୁଡ଼ି ଯୁବକ ମୃତ

Odisha Halchal

Leave a Comment