ଦେଶ ବିଦେଶନ୍ୟୁଜ୍

ଭିନ୍ନକ୍ଷମକୁ ଅନଫିଟ୍ କହି ବୋର୍ଡିଂ କଲେନି ବିମାନ କର୍ମଚାରୀ

ଭିନ୍ନକ୍ଷମକୁ ଅନଫିଟ୍ କହି ବୋର୍ଡିଂ କଲେନି ବିମାନ କର୍ମଚାରୀ

ଭିନ୍ନକ୍ଷମକୁ ଅନଫିଟ୍ କହି ବୋର୍ଡିଂ କଲେନି ବିମାନ କର୍ମଚାରୀ; କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ଚେତାବନୀ ପରେ ନାବାଳକକୁ ଏମିତି ଅଫର୍ ଦେଲେ ସିଇଓ
ଭିନ୍ନକ୍ଷମ ପିଲାକୁ ନେଇ ବିମାନରେ ଯିବାକୁ ଟିକେଟ୍ କରିଥିଲେ ବାପାମା। ହେଲେ ପିଲାକୁ ବୋର୍ଡିଂ କରିବାକୁ ବାରଣ କଲେ ବିମାନସେବା ପ୍ରଦାନକାରୀ ସଂସ୍ଥାର କର୍ମଚାରୀ। ରାଞ୍ଚି ଏୟାର୍‌ପୋର୍ଟରେ ଏଭଳି ଘଟଣା ଘଟିଛି। ଯାହାର ଭିଡିଓ ଭାଇରାଲ୍ ହେବା ପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ। ବିମାନସେବା ପ୍ରଦାନକାରୀ ସଂସ୍ଥାର ସିଇଓ ମଧ୍ୟ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି।

ଘଟଣା ଘଟିଛି ଝାରଖଣ୍ଡ ରାଞ୍ଚି ବିମାନବନ୍ଦରରେ। ଅବିଭାବକ ହ୍ୱିଲ୍ ଚେୟାର୍‌ରେ ପିଲାକୁ ନେଇ ବୋର୍ଡିଂ ପାଇଁ ଅପେକ୍ଷା କରିଥିବା ବେଳେ ବିମାନ କମ୍ପାନୀ ଇଣ୍ଡିଗୋର କର୍ମଚାରୀମାନେ ପିଲାକୁ ଅନ୍‌ଫିଟ୍ ବୋଲି କହି ବୋର୍ଡିଂ କରିବାକୁ ମନା କରିଦେଇଥିଲେ। ଏହାପରେ ଅଭିଭାବକ ଓ କର୍ମଚାରୀଙ୍କ ମଧ୍ୟରେ ତର୍କ ବି ହୋଇଥିଲା। ଏହି ସମୟରେ ଭିଡିଓ ଭାଇରାଲ୍ ହେବା ପରେ ବିମାନସେବା ପ୍ରଦାନକାରୀ ସଂସ୍ଥା ଉପରେ ତୋପ କଚାଡ଼ିଛନ୍ତି କେନ୍ଦ୍ରମନ୍ତ୍ରୀ। ଭେଦଭାବ କରାଯାଇପାରିବ ନାହିଁ। ଏ କ୍ଷେତ୍ରରେ ଶୂନ୍ୟ ସହନଶୀଳତା ନୀତି ଆପଣାଇବା ସହିତ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି।

ଅନ୍ୟପଟେ ଇଣ୍ଡିଗୋ ସିଇଓ ରୋନୋଞ୍ଜୟ ଦତ୍ତ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ନାବାଳକଙ୍କ ପାଇଁ ଇଲେକ୍ଟ୍ରିକ ହ୍ୱିଲ୍‌ଚେୟାର କିଣିଦେବାକୁ ଅଫର ବି ଦେଇଛନ୍ତି। ଏନେଇ ସେ କହିଛନ୍ତି “ଆମ ସମାଜର ପ୍ରକୃତ ହିରୋ ଭିନ୍ନକ୍ଷମମାନଙ୍କୁ ଗଢ଼ିବାକୁ ବାପାମା କେତେ ଯେ କଷ୍ଟ କରନ୍ତି, ଆମେ ତାହା ଭଲଭାବେ ଜାଣୁ। ଏଇ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଆମେ ଦୁଃଖ ପ୍ରକାଶ କରିବା ସହିତ ଆଣ ତାଙ୍କ ପିଲାମଙ୍କ ପାଇଁ ଏକ ଇଲେକ୍ଟ୍ରିକ୍‌ ହ୍ୱିଲ୍‌ ଚେୟାର ଉପହାର ଦେବାକୁ ଚାହୁଁଛୁ। “

ଅନ୍ୟପଟେ ଘଟଣାରେ ପ୍ରତିକ୍ରିୟା ଦେଇ ଭିନ୍ନକ୍ଷମ ବାପାମାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ରାଞ୍ଚି ବିମାନବନ୍ଦର ନିର୍ଦ୍ଦେଶକ। ସେ ଖୁବ୍ ଭୟଭୀତ ହେବା ସହିତ କ୍ରୋଧାନ୍ନିତ ଥିଲେ। ଏଥିପାଇଁ ତାଙ୍କୁ ଯିବାକୁ ମନା କରାଯାଇଥିଲା। ଏହାପରେ ତାଙ୍କୁ ଅନ୍ୟ ଏକ ଫ୍ଲାଇଟ୍‌ରେ ଯିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା। ପରେ ପରିବାରକୁ ଏକ ହୋଟେଲ୍‌ରେ ଫ୍ରିରେ ରହିବାକୁ ଦିଆଯାଇଥିଲା। ଏହାପରେ ରବିବାର ଅନ୍ୟ ଏକ ଫ୍ଲାଇଟ୍‌ରେ ସେମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ହାଇଦ୍ରାବାଦ୍ ଯିବାକ ଦିଆଯାଇଥିଲା ବୋଲି ବିମାନବନ୍ଦର ନିର୍ଦ୍ଦେଶକ କେଏଲ୍‌ ଅଗରୱାଲ ସୂଚନା ଦେଇଛନ୍ତି।

Related posts

ମାତିଛନ୍ତି ବାଇକ୍ ଲୁଟେରା

Odisha Halchal

ଦ୍ରୁତ ଗତିରେ ବଦଳୁଛି ନେପଚୁନ୍‌ର ତାପମାତ୍ରା, ବୈଜ୍ଞାନିକ ବି ଆଶ୍ଚର୍ଯ୍ୟ

Odisha Halchal

କେବେ ମିଳିବ ଗରିବଙ୍କୁ ନିଜର ହକ

Odisha Halchal

Leave a Comment