ଅପରାଧନ୍ୟୁଜ୍

ଗଛରୁ ଝରୁଛି ମଦ

ଗଛରୁ ଝରୁଛି ମଦ

ଗଛରୁ ଝରୁଛି ମଦ। ଜୋର ବର୍ଷା ହେଲେ ପାଣି ପଡ଼ିବା ପରି ତଳେ ପଡ଼ୁଛି। ଖୁଣ୍ଟୁଣୀ ଡାଳୁଆ ରିଜର୍ଭ ଫରେଷ୍ଟରେ ଘଟିଛି ଏହି ଘଟଣା। ଅସଲକଥା ହେଲା ଚୋରା ଦେଶୀ ମଦ ବ୍ୟବସାୟୀ ଅଭିନବ ଉପାୟରେ ଗଛରେ ଭାଡ଼ି କରି ୩୦ରୁ ଅଧିକ ଡ୍ରମରେ ମଦ ରଖିଥିଲେ। ଅବକାରୀ ଓ ପୁଲିସ ନଜରରୁ ଲୁଚାଇବା ନିମନ୍ତେ ଗଛ ଉପରେ ମଦ ଡ୍ରମ ଭରି କରି ରଖିଥିଲେ।

ହେଲେ ହଠାତ୍ ଦୁର୍ବୃତ୍ତଙ୍କ ଏଭଳି ଅଭିନବ କାରବାର ସମ୍ପର୍କରେ ଅବକାରୀ ବିଭାଗ ଖବର ପାଇଥିଲା। ବିଭାଗୀୟ ଅଧିକାରୀ ଓ କର୍ମଚାରୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚିବା ପରେ ଚୋରା ମଦ ବ୍ୟବସାୟୀମାନେ ଘଟଣା ସ୍ଥଳରୁ ଛୁ’ ମାରିଥିଲେ। ହେଲେ ଗଛ ଉପରୁ ଜବତ ହୋଇଥିଲା ପ୍ରବଳ ପରିମାଣର ମଦପୂର୍ଣ୍ଣ ଡ୍ରମ । ପୁଲିସ ଗଛ ଉପରେ ଚଢ଼ି ଗୋଟିଏ ପରେ ଗୋଟିଏ ଡ୍ରମକୁ ପେଲି ଅଜାଡ଼ି ଥିଲା। ଏଥିପାଇଁ ପୁଲିସକୁ ପ୍ରାୟ ଅଧଘଣ୍ଟା ସମୟ ଲାଗିଥିଲା।

ଏହି ସମୟରେ ଗଛରୁ ମଦ ବର୍ଷା ଭଳି ଚିତ୍ର ସାମ୍ନାକୁ ଆସିଥିଲା।ଚୋରା ମଦ ବ୍ୟବସାୟୀ ଏମିତି ବି କରନ୍ତି ଓ ମଦ ଗଛ ଉପରେ ଲୁଚା ହୁଏ ତାହା ଦେଖି ଖୋଦ ଅବକାରୀ ଅଧିକାରୀମାନ ହତବାକ ହୋଇଛନ୍ତି। ମାଫିଆ ମାନେ ଏବେ ତଳେ ବେଆଇନ ମଦ ନରଖି ଗଛ ଉପରେ ରଖୁଛନ୍ତି। ଜଙ୍ଗଲର ଶୂନଶାନ ଅଞ୍ଚଳ ମଦ ପ୍ରସ୍ତୁତିର ସ୍ଥାନ ହୋଇଛି।

ଡାଳୁଆ ରିଜର୍ଭ ଫରେଷ୍ଟରୁ ପୁଲିସ ଓ ଅବକାରୀ ବିଭାଗକୁ ଚଢ଼ଉ ବେଳେ ପ୍ରାୟ ୬୬୫ ଲିଟର ବେଆଇନ ଦେଶିମଦ ସହ ୭୮୦୫ ଲିଟର ପୋଚ ମିଳିଥିଲା।ଯାହାକୁ ବିଭାଗୀୟ କର୍ମଚାରୀ ନଷ୍ଟ କରିଛନ୍ତି । ଏବେ ଏହି ଅଞ୍ଚଳ ଚୋରା ଦେଶୀ ମଦର ଭୂସ୍ୱର୍ଗ ପାଲଟିଛି। ପୁଲିସ ଡାଳେ ଡାଳେ ଗଲେ ଚୋର ପତ୍ରେପତ୍ରେ ଯାଉଛନ୍ତି। ତେଣେ ଦେଶୀ ମଦ ପିଇ ଲୋକଙ୍କ ଜୀବନ ବିପଦରେ ପଡ଼ୁଛି।

Related posts

ଡ଼ମ୍ପର ଧକ୍କାରେ ସ୍ୱାମୀ ମୃତ,ସ୍ତ୍ରୀ ଗୁରୁତର,କ୍ଷତିପୂରଣ ନେଇ ପରିବାର ସହ ଗ୍ରାମବାସୀ ଙ୍କ ରାସ୍ତା ଅବରୋଧ

Odisha Halchal

ବାଘପାଲି ରେ ବକୁଳ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

Odisha Halchal

ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ

Odisha Halchal

Leave a Comment