ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

୮ରେ ବାତ୍ୟା, ୧୦ରେ ଛୁଇଁବ ଉପକୂଳ

୮ରେ ବାତ୍ୟା, ୧୦ରେ ଛୁଇଁବ ଉପକୂଳ

ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ୮ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟାରେ ପରିଣତ ହୋଇପାରେ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏପରି ଆକଳନ କରାଯାଇଛି। ଆଜି ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଅବପାତରେ ପରିଣତ ହେବ । ଏହାପରେ ୮ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେଇପାରେ ବୋଲି ପୂର୍ବାନୁମାନ କରିଛି ବିଭାଗ । ସେହିପରି ଏହି ସମ୍ଭାବ୍ୟ ବାତ୍ୟା ୧୦ ତାରିଖ ସୁଦ୍ଧା ଉପକୂଳ ଛୁଇଁପାରେ । କିନ୍ତୁ ଏହା କେଉଁଠି ଲ୍ୟାଣ୍ଡଫଲ୍‌ କରିବ ତାହା ଏ ଯାଏ ସ୍ପଷ୍ଟ ହୋଇନି ।

ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଲଘୁଚାପ କ୍ଷେତ୍ରଟି ବାତ୍ୟାରେ ପରିଣତ ହେବା ପରେ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ତାହା ୧୦ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହେବ । ଯାହାକି ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳ ନିକଟବର୍ତ୍ତୀ ସମୁଦ୍ର। ବାତ୍ୟାର କେନ୍ଦ୍ରସ୍ଥଳରେ ୮୦ରୁ ୯୦ କିମି ବେଗରେ ପବନ ବହିପାରେ । ତେବେ ବାତ୍ୟା କେଉଁଠି ଉପକୂଳ ଛୁଇଁବ, କେବେ ଛୁଇଁବ ଓ ଏହାର ତୀବ୍ରତା କେତେ ରହିବ ତାହା ସ୍ପଷ୍ଟ ହୋଇନି।

ସେହିପରି ଲଘୁଚାପ ପ୍ରଭାବରେ ଆଣ୍ଡାମାନ ସାଗର ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆକାଶ ମେଘାଚ୍ଛନ୍ନ ରହିଛି। ଏବେ ସେଠାରେ ପବନ ୪୦ରୁ ୫୦ କିମି ବେଗରେ ବହୁଛି। ଏହା ମତ୍ସ୍ୟଜୀବୀଙ୍କ ପାଇଁ ନିରାପଦ ନୁହେଁ। ତେଣୁ ମତ୍ସ୍ୟଜୀବୀ ସେଠାକୁ ଯିବା ଉଚିତ ନୁହେଁ ବୋଲି ପରାମର୍ଶ ଦେଇଛନ୍ତି ଆଇଏମ୍‌ଡି ଡିଜି ।

ଏହା ପ୍ରଭାବରେ ଓଡ଼ିଶା ଉପକୂଳକୁ ଲାଗିକି ଥିବା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସମୁଦ୍ର ୯ ତାରିଖରୁ ଅଶାନ୍ତ ରହିବ । ତେଣୁ ସମୁଦ୍ର ଭିତରକୁ ଯାଇଥିବା ମତ୍ସ୍ୟଜୀବୀ ଉପକୂଳକୁ ଫେରି ଆସିବା ଉଚିତ ବୋଲି କହିଛନ୍ତି ଆଇଏମ୍‌ଡି ଡିଜି ।

ଅନ୍ୟପକ୍ଷେ ଯଦି ବାତ୍ୟା ହୁଏ, ତା’ହେଲେ ତା’ର ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି କରିଛନ୍ତି । ଲୋକମାନେ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ୍‌ଆରସି ପ୍ରଦୀପ କୁମାର ଜେନା । ରାଜ୍ୟରେ ଏବେ ୧୭ଟି ଏନଡିଆରଏଫ ଟିମ୍ , ୨୦ଟି ଓଡ୍ରାଫ ଟିମ୍ (୬୦ଟି ସବ୍ ଟିମ ହୋଇପାରିବ) ଓ ୧୭୫ଟି ଅଗ୍ନିଶମ ଟିମ୍ ଅଛନ୍ତି । ସେମାନଙ୍କୁ ଯେକୌଣସି ମୁହୂର୍ତ୍ତରେ ସେବା ଯୋଗାଇ ଦେବା ନିମନ୍ତେ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଏହାସହିତ ଏନଡିଆରଏଫକୁ ମଧ୍ୟ ଆବଶ୍ୟକ ସ୍ଥଳେ ଅଧିକ ସହାୟତା ଦେବାକୁ ଅନୁରୋଧ କରାଯାଇଛି ବୋଲି କହିଛନ୍ତି ଏସ୍‌ଆରସି ।

Related posts

ୟୁରୋପର ସର୍ବବୃହତ୍ତ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟରେ ଧୂଆଁ, ହୋଇପାରେ ବଡ଼ଧଣଣର ବିସ୍ଫୋରଣ ୟୁକ୍ରେନ୍‌

Odisha Halchal

ନା ସ୍ୱାମୀ ଘରର ନା ବାପା ଘରର ହେଇପାରିଲା

Odisha Halchal

ହତ୍ୟା ପଛରେ ରହିଛି କି ଏହି ଭିଡିଓ, ଶର୍ମିଷ୍ଠାଙ୍କ ପରେ ପୁରୀ ସି ବିଚରେ ନିରଞ୍ଜନଙ୍କ ଭିଡିଓ ଭାଇରାଲ,

Odisha Halchal

Leave a Comment