ଅପରାଧଓଡ଼ିଶା ଖବରନ୍ୟୁଜ୍

ବ୍ଲକ ଉପାଧ୍ୟକ୍ଷଙ୍କ ଦାଦାଗିରି

ବ୍ଲକ ଉପାଧ୍ୟକ୍ଷଙ୍କ ଦାଦାଗିରି

ବଲାଙ୍ଗୀର ରାତିରେ ରାସ୍ତାର ଲାଇଟ କିଏ ବନ୍ଦ କରୁଛି ? କାହିଁକି ରାସ୍ତା ର ଲାଇଟ ବନ୍ଦ କରୁଛ? ମତେ ଜାଣିଛ ମୁ କିଏ ? ମତେ ଜାଣିନ ଚିରିକି ଫାଡ଼ି ଦେବୀ । ମୋ କଲର ଧରିବାକୁ ସାହସ ହେଲା କିପରି ? ମାର ତାକୁ । ଏଭଳି କିଛି କହି ଅନର୍ଗଳ ଅସଭ୍ୟ ଭାଷାରେ ଗାଳି ଦେବା ସହ କେତେ ବେଳେ ଗୋଇଠା ଟ ଆଉ କେତେ ବେଳେ ଲାତ୍ ମାରିଚାଲିଛନ୍ତି ଯୁବକ ।

ସେ ଆଉ କେହି ନୁହାଁନ୍ତି ସେ ହେଉଛନ୍ତି ବଲାଙ୍ଗୀର ବେଲପଡା ବ୍ଲକ ଉପାଧ୍ୟକ୍ଷ ଦୁର୍ଯୋଧନ କୁମ୍ଭାର । ତାଙ୍କ ସହ ରହିଛନ୍ତି ତାଙ୍କ ସମର୍ଥକ । କେହି ଜଣେ ଗାଁ ର ଲାଇଟ ବନ୍ଦ କରି ଦେଇଥିଲା ଏନେଇ ଉପାଧ୍ୟକ୍ଷ ବାବୁ ଏତେ ରାଗିଯାଇଥିଲେ ଯେ ତାଙ୍କ ରାଗ ଚରମ ସୀମାରେ ପହଞ୍ଚି ଥିଲା । ରାସ୍ତା ଘାଟ ସବୁ ଭୁଲିଯାଇ କିଛି ଯୁବକଙ୍କୁ ନିସ୍ତୁକ ପିଟିଥିଲେ ।

ତା ଉପରେ ପୁଣି ସେ କିଏ ଓ ତାଙ୍କୁ ଜାଣିଛନ୍ତି ନା ନାହିଁ ପଚାରି ମାଡ଼ ମାରି ଧମକ ମଧ୍ୟ ଦେଲେ ଯାହାର ଭିଡ଼ିଓ ବର୍ତ୍ତମାନ ଭାଇରାଲ ହୋଇଛି । କିଛି ମାସ ତଳେ ସରିଛି ପଞ୍ଚାୟତ ନିର୍ବାଚନ । ଏହି ନିର୍ବାଚନରେ ଦୁର୍ଯ୍ୟୋଧନଙ୍କ ପରିବାରର ୭ ଜଣ ସମିତି ସଭ୍ୟରେ ଛିଡା ହୋଇଥିଲେ । ତେବେ ଦୁର୍ଯ୍ୟୋଧନଙ୍କ ଭଉଣୀ ବର୍ତ୍ତମାନ ବେଳପଡା ବ୍ଳକର ଅଧକ୍ଷା ହୋଇଥିବା ବେଳେ ନିଜେ ଉପାଧ୍ୟକ୍ଷ ରହିଛନ୍ତି । ହେଲେ ଏଭଳି ଏକ ସାଧାରଣ କଥା କୁ ନେଇ ତାଙ୍କ ଦବଙ୍ଗଗିରି ଦେଖାଇବା ବେଶ ଆଶ୍ଚର୍ଯ୍ୟ କରିଛି ଜନସଧାରଣଙ୍କୁ।

Related posts

ମହିଳା ଙ୍କ ମୃତ୍ୟୁ ଉତ୍ୟକ୍ତ ଗ୍ରାମବାସୀ ଙ୍କ ପକ୍ଷରୁ ରାସ୍ତା ଅବରୋଧ

Odisha Halchal

ଟ୍ରୁକଲର୍ ୟୁଜର୍ସଙ୍କୁ ବଡ ଝଟ୍‌କା, ଏବେ ଆପ୍‌ରୁ ବନ୍ଦ ହୋଇଯିବ ଏହି ଫିଚର୍

Odisha Halchal

ଭିଜିଲାନ୍ସ ରିମାଣ୍ଡରେ ପୂର୍ବତନ ଅତିରିକ୍ତ ଉପଜିଲ୍ଲାପାଳ

Odisha Halchal

Leave a Comment