ଅପରାଧଓଡ଼ିଶା ଖବରନ୍ୟୁଜ୍

ମାତିଛନ୍ତି ବାଇକ୍ ଲୁଟେରା

ମାତିଛନ୍ତି ବାଇକ୍ ଲୁଟେରା

କେନ୍ଦ୍ରାପଡା :-(ରିପୋର୍ଟ -ଜନ୍ମେଜୟ ବିଶ୍ୱାଳ)ହୁସିଆର ! ମାତିଛନ୍ତି ବାଇକ୍ ଲୁଟେରା !!! ପେନ୍ଥାଏ ବାଇକ ଲକ୍ ଚାବି ଧରି ରାସ୍ତାକଡରେ ରଖାଯାଇଥିବା ବାଇକ୍ ମାନଙ୍କର ତାଲାରେ ଚାବି ପୁରାଇ ଖୋଲିବାକୁ ଚେଷ୍ଟା କରୁଥିଲା ଏ ଯୁବକ । ଲୋକେ ବାଇକ୍ ଚୋର କହି ମାଡିବସି ପୋଲିସକୁ ଜିମାଦେଲେ ।

ସୁଚନା ଅନୁସାରେ ଆଜି କେନ୍ଦ୍ରାପଡା ସହରର ନୂଆ ମଟରଷ୍ଟାଣ୍ଡ ନିକଟ ଅନ୍ନପୂର୍ଣ୍ଣା ଛକରେ ଏକ ସନ୍ଦିଗ୍ଧ ବାଇକ୍ ଲୁଟେରାକୁ ଧରିଛନ୍ତି ସ୍ଥାନୀୟ ଲୋକମାନେ । ଯୁବକ ଜଣକ ସନ୍ତର୍ପଣରେ ହାତରେ ପେନ୍ଥାଏ ବାଇକ୍ ଲକ୍ ଚାବିଧରି ରାସ୍ତା କଡରେ ବାଇକ୍ ରଖି ଦୋକାନ ମାନଙ୍କରେ କିଣାକିଣି କରୁଥିବା ଗରାଖ ମାନଙ୍କ ବାଇକ୍ ଲକ୍ ରେ ଭର୍ତ୍ତିକରି ଖୋଲିବାକୁ ଚେଷ୍ଟା କରୁଥିଲା । ଏହି ଅବସ୍ଥାରେ ଜଣେ ବ୍ୟବସାୟୀଙ୍କ ନଜରରେ ପଡିଯାଇଥିଲା ଚୋର ଜଣକ ।

ତତ୍କ୍ଷଣାତ ବ୍ୟବସାୟୀ ଜଣକ ଏହି ଯୁବକକୁ କାବୁ କରି ହଲ୍ଲା କରିଦେବାରୁ ସ୍ଥାନୀୟ ଲୋକେ ମେଳିହୋଇ ଯୁବକ ଜଣକୁ ମାଡିବସି ନିକଟରେ ଥିବା ଇଲେକ୍ଟ୍ରି ଖୁଣ୍ଟରେ ଖରାରେ ବାନ୍ଧିପକାଇ ଉତ୍ତମ ମଧ୍ୟମ ଦେଇଥିଲେ । ଯୁବକ ଜଣକ କେନ୍ଦ୍ରାପଡା ସହରର କ୍ୟୁରେସିମହଲା ଗାଁର ସେକ୍ ରଇମୁଦ୍ଦିନ ବୋଲି ସେ ତାର ପରିଚୟ ଦେଇଛି ।

କୌଣସି ବାଇକ୍ ଚୋରି ହୋଇଥିବାର ଖବର ମିଳିନାହିଁ । ଯୁବକଙ୍କ ସହିତ ଅନ୍ୟ ସହଯୋଗୀ ଲୁଟେରା ମଧ୍ୟ ଛାନିଆରେ ସେଠାରୁ ଖସି ପଳାଇ ଥିବା ଲୋକେ ସଂଦେହ କରୁଛନ୍ତି। କେନ୍ଦ୍ରାପଡା ଟାଉନଥାନା ପୋଲିସ ପହଞ୍ଚି ଏହି ଯୁବକକୁ ଥାନାକୁ ଧରିନେଇ ପଚରାଉଚରା କରୁଛି ।

Related posts

ସହୀଦ ଯବାନ ଅମର ରହେ ସ୍ଲୋଗାନ ରେ ପରିବେଶ ପ୍ରକମ୍ପିତ

Odisha Halchal

କରୋନାର XE ଭାରିଆଣ୍ଟ କ’ଣ? ଭାରତରେ ପ୍ରଥମ ମାମଲା ନେଇ ସୃଷ୍ଟି ହୋଇଛି ଦ୍ବନ୍ଦ୍ବ

Odisha Halchal

ଗଞ୍ଜେଇରେ ଭର୍ତି ଗାଡ଼ି ଦୁର୍ଘଟଣାଗ୍ରସ୍ତ

Odisha Halchal

Leave a Comment