ଅପରାଧଓଡ଼ିଶା ଖବରନ୍ୟୁଜ୍

ମାଫିଆ ମାନଙ୍କ ଦିନରାତି ମାଟି ଚୋରା ଚାଲାଣ

ମାଫିଆ ମାନଙ୍କ ଦିନରାତି ମାଟି ଚୋରା ଚାଲାଣ

କେନ୍ଦ୍ରାପଡା :-(ରିପୋର୍ଟ-ଜନ୍ମେଜୟ ବିଶ୍ୱାଳ) ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବଡକୂଳ ଠାରେ ବେଆଇନ ଭାବେ ଚାଲିଛି ମାଟି ଓ ବାଲି ଉତ୍ତୋଳନ। ମାଫିଆ ମାନେ ଦିନରାତି ମାଟି ଚୋରା ଚାଲାଣ କରି ବେପାର ଚଲାଇଛନ୍ତି। ଏହି ଲଘୁ ଖଣିଜ ସମ୍ପଦ ଉତ୍ତୋଳନକୁ ବନ୍ଦ କରିବା ପାଇଁ ପୂର୍ବରୁ ନିର୍ଦ୍ଦେଶ ରହିଛି।

ତେବେ କେଉଁ ଆଧାରରେ ନିର୍ଦ୍ଦେଶକୁ ବେଖାତିରି କରି ମାଟି ଓ ବାଲି ଲୁଟ୍ ହେଉଥିଲେ ମଧ୍ୟ କେନ୍ଦ୍ରାପଡା ଜିଲାପାଳ ଓ ଏସ୍ପି ନିରବ ରହିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନାବାଦୀ ଓ ଗୋଚର ମଶାନ କିସମତ ଜାଗା ଓ ଲୁଣା ନଦୀ ପଠାରୁ ଏହି ଚୋରା ଚାଲାଣ ହେଉଅଛି।

ଅନ୍ୟପଟେ ଚୋରା ଚାଲାଣ କରିବା ଫଳରେ କୋଟି କୋଟି ଟଙ୍କାର ରାଜଶୋ ହରାଉଛନ୍ତି ସରକାର। ଚୋରା ଚାଲାଣ କାରୀଙ୍କ ସହିତ ତହସିଲଦାରଙ୍କର ମଧୁଚନ୍ଦ୍ରିକା ଚାଲିଥିବାର ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ତେବେ ଏ ସମ୍ପର୍କରେ ମହାକାଳପଡ଼ା ତହସିଲଦାରଙ୍କୁ ଯୋଗାଯୋଗ କରିବାରୁ ତାଙ୍କର କୈଣସି ପ୍ରତିକ୍ରିୟା ମିଳି ପାରିନଥିଲା।

Related posts

ଉତ୍କଳ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

Odisha Halchal

ଭଲ ପରୀକ୍ଷା ହେଲାନି ବୋଲି ହାରି ଦେଲେ ଜୀବନ

Odisha Halchal

ସ୍ୱାସ୍ଥ୍ୟ କର୍ମଚାରୀ ଙ୍କ ମୃତ୍ୟୁ କୁ ନେଇ ଉତ୍ତେଜନା

Odisha Halchal

Leave a Comment