ଓଡ଼ିଶା ଖବରନ୍ୟୁଜ୍

ବିଫଳତା ହିଁ ସଫଳତା ର ମାପ କାଠି

ବିଫଳତା ହିଁ ସଫଳତା ର ମାପ କାଠି

ବିଫଳତା ହିଁ ସଫଳତା ର ମାପ କାଠି ।ଆଦ୍ୟମ ଇଛା ଶକ୍ତି ଓ କଠୋର ପରିଶ୍ରମ ହିଁ ମଣିଷ କୁ ଲକ୍ଷ୍ୟ ସ୍ଥଳୀ ରେ ପହଞ୍ଚେଇ ପାରି ଥାଏ ।ଏହି ପରିପ୍ରେକ୍ଷୀ ରେ ଆମେ କଟକ କିଶୋର ନଗର ର ଜଣେ ବ୍ୟକ୍ତି ଏବେ ଜିରୋ ରୁ ହିରୋ ହୋଇ ପାରି ଛନ୍ତି ।ମହୁ ଚାଷ କରି ଏବେ ଲକ୍ଷାଧିକ ଟଙ୍କା ବର୍ଷ କୁ ରୋଜଗାର କରିବା ସହ ଅନ୍ୟ ମାନଙ୍କୁ ସ୍ୱାଵଲମ୍ବି କରି ପାରିଛନ୍ତି । ସେ ହେଉଛନ୍ତି ଦିଲୀପ କୁମାର ସାହୁ ।ଦେଖିବା ଏହି ରିପୋର୍ଟ ରୁ ।

ଦେଖନ୍ତୁ କିଭଳି ଧାଡି କୀ ଧାଡି ମହୁ ବାକ୍ଶ ସବୁ ପୋତା ଯାଇ ଥିବା ଷ୍ଟାଣ୍ଡ ଉପରେ ଥୁଆ ହୋଇଛି ଅନ୍ୟ ପଟେ ନୁଆ ମହୁ ବାକ୍ଶ ମଧ୍ୟ କାଠରେ ପ୍ରସ୍ତୁତ ହେଉଛି ।ଏ ଦୃଶ୍ୟ ହେଉଛି କଟକ ଜିଲ୍ଲା କିଶୋର ନଗର ରାମଚନ୍ଦ୍ର ପୁର ଗାଁ ର ଦିଲୀପ କୁମାର ସାହୁ ଙ୍କ ଗ୍ରହ ରାଜ ବି ଫାର୍ମ ପରିସର ର ଦୃଶ୍ୟ ।ଅତନ୍ତ ଗରିବ ପରିବାର ରେ ଜନ୍ମ ହୋଇ ଥିବା ଦିଲୀପ ଅର୍ଥ ଅଭାବ ରୁ ବେଶି ପାଠ ପଢ଼ି ପାରି ନଥିଲେ । 1996 ମସିହାରୁ ଗୋଟିଏ ସେଓ ପେଟିରୁ ପରୀକ୍ଷା ମୂଳକ ଭାବେ ମହୁ ଚାଷ ଆରମ୍ଭ କରି ଆଉ ପଛକୁ ଫେରୀ ଚାହିଁ ନାହାନ୍ତି । ଅଜିକା ଦିନରେ ପ୍ରାୟ 200 ରୁ ଉର୍ଧୁ ମହୁ ବାକ୍ଶ ରେ ମହୁ ଚାଷ କରୁଥିବା ବେଳେ ମହୁ ବାକ୍ଶ ମଧ୍ୟ ପ୍ରସ୍ତୁତ କରୁଛନ୍ତି ।

ବର୍ଷ କୁ ପ୍ରାୟ 150 କୁଇଣ୍ଟାଲ ରୁ ଉର୍ଧୁ ମହୁ ରାଜ୍ୟ ତଥା ରାଜ୍ୟ ବାହାରକୁ ଵିକ୍ରୟ ପାଈଁ ଯାଇଥାଏ ।ଏହାସହ ଵିଭିନ୍ନ ଚାଷୀ ମାନେ ଏଠାରୁ ମହୁ ଚାଷ ପାଈଁ ଏଠାରୁ ମହୁ ମାଛି ବାକ୍ସ ମଧ୍ୟ ନେଇ ଥାନ୍ତି। ଏହି ଫାର୍ମ ରେ 4 ରୄ 5 ଜଣ ବ୍ୟକ୍ତି ଙ୍କୁ ନିୟୋଜନ ହୋଇ ଥିବା ବେଳେ ପ୍ରାୟ ଲକ୍ଷାଧିକ ଟଙ୍କାର ବ୍ୟବସାୟ ଦିଲୀପ କରି ପାରିଛନ୍ତି ।ଦିଲୀପ ଙ୍କ ଏହି ମହୁ ର ଚାହିଦା ଏବେ ବେସ୍ ରହିଛି ଯାହା ଫଳ ରେ ରାଜ୍ୟ ସରକାର ଙ୍କ ଠାରୁ ଆରମ୍ବ କରି ସରକାରୀ ଓ ବେସରକାରୀ ସ୍ତରରେ ରେ ପ୍ରଶଂସିତ ହୋଇ ଛନ୍ତି ଦିଲୀପ l

ବର୍ଷ ର ତିନି ଥର ଦିଲୀପ ଙ୍କ ଫାର୍ମ ରୁ ମହୁ ଆମଦାନୀ ହୋଇ ଥିବା ବେଳେ ଵିଭିନ୍ନ ସ୍ୱାଦ ର ମହୁ ମିଳି ଥାଏ । ଦିନକୁ ଦିନ ଦିଲୀପ ଙ୍କ ଫାର୍ମ ମହୁ ର ଆଦର ଵଢ଼ି଼ ଥିବା ବେଳେ ପ୍ରତେକ ଦିନ ବ୍ୟବସାୟୀ ଙ୍କ ଠାରୁ ଆରମ୍ଭ କରି ଗ୍ରାହକ ମାନେମହୁ ନେବା ପାଇଁ ଏଠାକୁ ଆସି ଥାନ୍ତି l ଆଗକୁ ମହୁ ଚାଷ ତାଲିମ କେନ୍ଦ୍ର ପ୍ରତିଷ୍ଠା କରି ବେକାର ପିଲା ମାନଙ୍କୁ ଆତ୍ମ ନିର୍ଭରଶିଳ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି l

Related posts

ଏ ଖାଦ୍ୟକୁ କୁକୁର ଖାଉନାହାନ୍ତି, ସରକାର ଆସି ଚାଖନ୍ତୁ

Odisha Halchal

ଲେଡି ବ୍ଲାକମେଲରକୁ ନେଇ ଓଡ଼ିଶାରେ ହଇଚଇ: ଏପରି ପ୍ରତିିକ୍ରିୟା ଦେଲେ ଅର୍ଚ୍ଚନାଙ୍କ ଓକିଲ

Odisha Halchal

ନକ୍ସଲଙ୍କ ଚେତାବନୀ -ଆମ ନାଁ ନେଇ ଅର୍ଥ ଆଦାୟ କରୁଥିଲେ ମିଳିବ ମୃତ୍ୟୁଦଣ୍ଡ

Odisha Halchal

Leave a Comment