ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ମାଲକାନଗିରିରେ ପୁଣି ବଢିଲା ତୈଳ ଦର, ୧୧୬ ଡେଇଁଲା ପେଟ୍ରୋଲ ଦାମ୍

ଆଜି ପୁଣି ବଢିଲା ତୈଳ ଦର । ରାଜ୍ୟର ମାଲକାନଗିରି ଜିଲ୍ଲାରେ ସର୍ବାଧିକ ରହିଛି ପେଟ୍ରୋଲ ଓ ଡିଜେଲ ଦର । ମାଲକାନଗିରି ଜିଲ୍ଲାରେ ପେଟ୍ରୋଲ ଲିଟର ପିଛା ୪୩ ପଇସା ବୃଦ୍ଧି ପାଇ ଆଜି ଏହା ୧୧୬.୩୩ ଟଙ୍କାରେ ପହଞ୍ଚିଛି । ସେହିଭଳି ଡିଜେଲ ଦର ଲିଟର ପିଛା ୪୨ ପଇସା ବୃଦ୍ଧି ପାଇ ଆଜି ୧୦୫.୯୦ ଟଙ୍କାରେ ପହଞ୍ଚିଛି ।

ଖବର ଅନୁଯାୟୀ, ଗତ ୧୫ ଦିନ ଧରି  ଲଗାତର ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେବା ପରେ ବସ ଭଢା ବୃଦ୍ଧି ପାଇଛି । ବଜାରରେ ଖାଦ୍ୟ ସାମଗ୍ରୀ ଦର ଦାମ ମଧ୍ୟ ବଢିବାରେ ଲାଗିଛି । ଗାଁ ଗହଳିରେ ଲୋକେ ଆଉ ପନିପରିବା ନେଇ ସହରକୁ ଆସିବା ଲାଗି ଇଚ୍ଛା କରୁନାହାନ୍ତି । ତେବେ ପଡୋଶୀ ରାଜ୍ୟ ଛତିଶଗଡ ସୁକୁମା ଜିଲ୍ଲାରେ ତୈଳ ଦର ପୂର୍ବ ଭଳି ୫ ରୁ ୬ ଟଙ୍କା ପର୍ଯ୍ୟନ୍ତ କମ୍‌ ରହିଛି । ଯାହାକୁ ନେଇ ମାଲକାନଗିରି ଜିଲ୍ଲାର ଗ୍ରାହକଙ୍କ ମଧ୍ୟରେ ଅନେକ ଅସନ୍ତୋଷ ଦେଖିବାକୁ ମିଳିଛି ।

Related posts

ପରିବର୍ତ୍ତନର ସ୍ୱର ଆରମ୍ଭ କରିଛି କଂଗ୍ରେସ

Odisha Halchal

ଆଦର୍ଶ ମାହାଙ୍ଗା ପକ୍ଷରୁ ଓଏଏସ ବିଭୁପ୍ରସାଦଙ୍କୁ ସମ୍ବର୍ଦ୍ଧନା

Odisha Halchal

ଅବ୍ୟବସ୍ଥାରେ ଚାଲିଛି ଧାନମଣ୍ଡି

Odisha Halchal

Leave a Comment