ଅପରାଧଓଡ଼ିଶା ଖବର

ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ୨ ଡିଆରଜି ଯବାନ ଆହତ

ପୁଣି ଲାଲ ଆତଙ୍କ । ମାଲକାନଗିରି ଛତିଶଗଡ଼ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ହୋଇଛି । ଏଥିରେ ଦୁଇ ଜଣ ଡିଆର୍‌ଜି ଯବାନ ଆହତ ହୋଇଛନ୍ତି । ସେମାନଙ୍କୁ ଆହତଙ୍କ ଅବସ୍ଥାରେ ହେଲକାପ୍ଟର ଯୋଗେ ରାୟପୁର ସ୍ଥାନାନ୍ତରିତ କରାଯାଇଛି ।

ଖବର ଅନୁଯାୟୀ, ଛତିଶଗଡ଼ ନାରାୟଣପୁର ଜିଲ୍ଲା କୁରୁସନାଡ ଥାନା ଅନ୍ତର୍ଗତ ଧାରାବାହି ଗାଁ ନିକଟରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିଲା । ସୁରକ୍ଷା ଦେବା ଲାଗି ବାଇକରେ ଯାଉଥିଲେ ଯବାନ । ହେଲେ ଯବାନଙ୍କୁ ଆସିବା ଦେଖି ନକ୍ସଲମାନେ ପୂର୍ବରୁ ପ୍ଲାଣ୍ଟ କରିଥିବା ଲ୍ୟାଣ୍ଡମାଇନକୁ ବିସ୍ଫୋରଣ କରିଥିଲେ। ଏଥିର ୨ଜଣ ଯବାନ ଆହତ ହୋଇଛନ୍ତି । ପରେ ସେମାନଙ୍କୁ ହେଲିକାପ୍ଟର ଯୋଗେ ରାୟପୁର ସ୍ଥାନାନ୍ତରିତ କରାଯାଇଛି । ଘଟଣା ପରେ ସଂପୃକ୍ତ ଅଞ୍ଚଳରେ ଯୋରଦାର କୁମ୍ବିଂ ଅପରେସନ ଆରମ୍ଭ ହୋଇଛି ।

Related posts

ମାଲ୍ୟବନ୍ତ ମହୋତ୍ସବରେ ପୁସ୍ତକ ମେଳା

Odisha Halchal

କଣ ରହିଛି ଭୋଗରାଇ ରାଜନୀତି ପାଣିପାଗ

Odisha Halchal

ବ୍ରାହ୍ମଣ ସମାଜର ନଗର ସମ୍ମିଳନୀ

Odisha Halchal

Leave a Comment