ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍ବ୍ୟବସାୟ

ରୋଷେଇ ଗ୍ୟାସ୍‌କୁ ନେଇ କେନ୍ଦ୍ର ସରକାର ବଡ଼ଧରଣର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଉଜ୍ୱଳା ଯୋଜନା ମାଧ୍ୟମରେ ପ୍ରତ୍ୟେକ ଘରକୁ ଏଲପିଜି ପହଞ୍ଚାଇବା ପରେ ପ୍ରତ୍ୟେକ ପରିବାରକୁ ପାଇପ ମାଧ୍ୟମରେ ଏଲ୍‌ପିଜି ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି । ସୋମବାର ପ୍ରେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ରାଜ୍ୟସଭାର ପ୍ରଶ୍ନକାଳ ସମୟରେ ଏହି ସୂଚନା ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଗ୍ୟାସ୍ ପାଇପ୍‌ଲାଇନ୍ ସଂପ୍ରସାରଣ କାର୍ଯ୍ୟ ପରେ ଭାରତରେ ୮୨ ପ୍ରତିଶତରୁ ଅଧିକ ଭୂମିକ୍ଷେତ୍ର ଓ ୯୮ ପ୍ରତିଶତ ଜନସଂଖ୍ୟାକୁ ପାଇପଲାଇନ୍ ମାଧ୍ୟମରେ ରୋଷେଇ ଗ୍ୟାସ ଯୋଗାଇ ଦିଆଯିବ । ଗ୍ୟାସ ପାଇପଲାଇନ ସଂଯୋଗ କରିବାକୁ ଏହାର କାମ ଚଳିତ ବର୍ଷ ମେ’ ମାସ ୧୨ ତାରିଖ ଠାରୁ ଆରମ୍ଭ କରାଯିବ । ଗ୍ୟାସ ଭିତ୍ତିଭୂମିକୁ ସୁଦୃଢ଼ କରାଯିବ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି ଯେ, ପାହାଡ଼ିଆ ଅଞ୍ଚଳକୁ ଗ୍ୟାସ ପାଇପଲାଇନ ପହଞ୍ଚାଇବା ସହଜ ହୋଇପାରି ନାହିଁ । ସେ କହିଛନ୍ତି ଯେ, ପୂର୍ବୋତ୍ତର ଓ ଜମ୍ମୁ କଶ୍ମୀର ଓ କିଛି ଦୁର୍ଗମ ଅଞ୍ଚଳରେ ଗ୍ୟାସ ପାଇପ ଲାଇନ ସଂଯୋଗ କରାଯାଇପାରି ନାହିଁ । ଏଲପିଜି ସିଲିଣ୍ଡର ତୁଳନାରେ ପାଇପ ମାଧ୍ୟମରେ ମିଳୁଥିବା ରୋଷେଇ ଗ୍ୟାସ ଶସ୍ତା ଓ ଉପଭୋକ୍ତାଙ୍କୁ ସୁହାଇଲା ଭଳି ବ୍ୟବସ୍ଥା ।

କରୋନା ମହାମାରୀ ସମୟରେ ଉଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ମାଗଣାରେ ଏଲପିଜି ଗ୍ୟାସ ଦିଆଯାଇଥିଲା । ଆଜି ଗ୍ୟାସ ସିଲିଣ୍ଡର ସଂଖ୍ୟା ୩୦ କୋଟି ହୋଇଯାଇଛି । ୨୦୧୪ରେ ମୋଟ ୧୪ କୋଟି ଥିଲା । ଗ୍ୟାସ ପାଇପଲାଇନ ସଂପ୍ରସାରଣ କରିବା ପାଇଁ ୧୦୦୦ ଏଲଏନ୍‌ଜି ଷ୍ଟେସନ ପ୍ରତିଷ୍ଠା କରାଯିବ । ଏଥିରୁ ଆଗାମୀ କିଛି ବର୍ଷ ମଧ୍ୟରେ ୫୦ଟି ହେବ ।

Related posts

ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରତିଷ୍ଠା ହେବ ୩୪ଟି ନୂଆ ଅଦାଲତ

Odisha Halchal

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଜୀଅନ୍ତା ଜାଳିଦେଲା ଯୁବକ

Odisha Halchal

ପୋଲିସ ଉପରେ ଆକ୍ରମଣ, ସାତ ମହିଳା ଗିରଫ

Odisha Halchal

Leave a Comment