ଅପରାଧଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ପୋଲିସ ଡିଜି ନିର୍ଦ୍ଦେଶ ଦେଇଛନ୍ତି । ପୋଲିସ ଏହି ମାମଲାର ତଦନ୍ତରେ କ୍ରାଇମବ୍ରାଞ୍ଚ ସହଯୋଗ କରିବ । ଡିଜିପିଙ୍କ ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚ ଏଡିଜିଙ୍କ ସଂଜୀବ ପଣ୍ଡା ଏନେଇ ଅଧିକ ସୂଚନା ଦେଇଛନ୍ତି । ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଡିଜି ସୁନିଲ ବଂଶଲ।

ଏକାଧିକ ଜିଲ୍ଲାରେ ଅପରାଧ ଲିଙ୍କ୍ ଥିବାରୁ କ୍ରାଇମବ୍ରାଞ୍ଚ ତଦନ୍ତ ସହଜ ହେବ କ୍ରାଇମବ୍ରାଞ୍ଚ ଏଡିଜିଙ୍କ ସଂଜୀବ ପଣ୍ଡା ଦେଲେ ସୂଚନା ଦେଇଛନ୍ତି । କ୍ୟାମେରାମ୍ୟାନ୍ ମାନସ ଫେବୃଆରୀ ୬ ତାରିଖରେ ଚାନ୍ଦବାଲିରେ ଏକ ବାହାଘରରେ ଭିଡିଓ ଏବଂ ଫଟୋଚିତ୍ର ଉତ୍ତୋଳନ କରିବାକୁ ଆସିଥିଲେ । ତା ପରଠୁ ସେ ଘରକୁ ନଫେରିବାରୁ ପରିବାର ଲୋକେ ଫେବୃଆରୀ ୧୪ ତାରିଖରେ ଚାନ୍ଦବାଲି ଥାନାରେ ମାନସଙ୍କ ନିଖୋଜ ନେଇ ମାମଲା ରୁଜୁ ହୋଇଥିଲା ।

ତେବେ ମାନସଙ୍କ ହତ୍ୟାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠାଙ୍କ ୱେବ୍ ପୋର୍ଟାଲରେ କ୍ୟାମେରାମ୍ୟାନ ଭାବରେ କାର୍ଯ୍ୟ କରୁଥିଲେ ମାନସ । ଖବର ଅନୁସାରେ ଚାନ୍ଦବାଲିରୁ ବିବାହ ଭିଡିଓ ଓ ଫଟୋଚିତ୍ର ଉତ୍ତୋଳନ କରି ଘରକୁ ଫେରୁଥିବା ସମୟରେ ଶର୍ମିଷ୍ଠା ତାଙ୍କର ସହଯୋଗିଙ୍କ ସହିତ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ପଳାଶପୁର ଛକ ନିକଟରୁ ମାନସଙ୍କୁ ଉଠାଇ ନେଇଥିଲେ ।

ପୋଲିସର ସୂଚନାନୁସାରେ, କ୍ୟାମେରାମ୍ୟାନ ମାନସଙ୍କୁ ଅପହରଣ କରାଯାଇ ଶର୍ମିଷ୍ଠାଙ୍କ ଦ୍ୱାରା ପରିଚାଳିତ ଏକ ବୃଦ୍ଧାବସ୍ଥାକୁ ନିଆଯାଇଥିଲା ଯେଉଁଠାରେ ତାଙ୍କୁ ହତ୍ୟା କରାଯାଇଥିଲା। ମାର୍ଚ୍ଚ ୧୨ ରେ ନୟାଗଡ଼ର ରାଜସୁନାଖଳା ଅଞ୍ଚଳର ବାଡିପାଟନ ପାହାଡରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି ବୋଲି ପୋଲିସ କହିଛି।

ତେବେ ଆଜି ଭୁବନେଶ୍ୱରର ଏୟାରଫିଲ୍ଡ ପୋଲିସ ସୀମା ଅନ୍ତର୍ଗତ ସ୍କାଏ ଟାୱାର ଆପାର୍ଟମେଣ୍ଟରୁ ଶର୍ମିଷ୍ଟା ବ୍ୟବହାର କରିଥିବା କାରକୁ ଆଜି ପୋଲିସ ଉଦ୍ଧାର କରିଛି ବୋଲି ପୋଲିସ କହିଛି। ଏହି ସମୟରେ ପୋଲିସ ଶର୍ମିଷ୍ଟାର ଭାଇ ପରମେଶ୍ୱରଙ୍କୁ ବିଜୟୱାଡାରୁ ଚାନ୍ଦବାଲିକୁ ଆଣିଛି। ପରମେଶ୍ୱର ତାଙ୍କ ଭଉଣିକୁ ପୋଲିସ ଜାଲରୁ ଖସି ପଳାଇବାରେ ସାହାଯ୍ୟ କରିଥିବା ସନ୍ଧେହ କରାଯାଉଛି ।

Related posts

ଋଣ ଓ ଚାକିରୀ କରାଇଦେବା ନା ରେ ଲକ୍ଷାଧିକ ଟଙ୍କା ର ଠକେଇ

Odisha Halchal

ବେକାରୀ ସମସ୍ୟାକୁ ଗୃହରେ ମୁଲତବୀ ପ୍ରସ୍ତାବ, ବିରୋଧୀ କଲେ ସମାଲୋଚନା

Odisha Halchal

ହିରାନିଳା କଲେଜ ପୂର୍ବତନ ଅଧ୍ୟକ୍ଷଙ୍କ ଘରେ ଭିଜିଲାନ୍ସ ଚଢାଉ

Odisha Halchal

Leave a Comment