ଅପରାଧଓଡ଼ିଶା ଖବରନ୍ୟୁଜ୍

ରାଜଧାନୀ ରାସ୍ତାରେ ପଡ଼ିଛି ନରକଙ୍କାଳ

ରାଜଧାନୀ ରାସ୍ତାରେ ପଡ଼ିଛି ନରକଙ୍କାଳ

ଆବର୍ଜନା ଭିତରେ ପଡ଼ିଛି କଙ୍କାଳ । ଗୋଟିଏ କି ଦୁଇଟି ନୁହେଁ, ଜବତ ହୋଇଛି ଏକାଧିକ ନର କଙ୍କାଳ। ତାହା ପୁଣି ରାଜଧାନୀରେ । ଏହି ଖବର ପ୍ରଚାରିତ ହେବା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି।
ରାଜଧାନୀ ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଇଞ୍ଜଣା ବ୍ରିଜ୍ ନିକଟରୁ ଏହି ନରକଙ୍କାଳ ସବୁ ମିଳିଛି । ଏକ ଜାଗାରେ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ନରକଙ୍କଳା, ଖପୁରୀ, ହାଡ଼ ଦେଖି ଲୋକେ ଭୟଭୀତ ହୋଇ ଯାଇଛନ୍ତି। ହଠାତ୍‌ ଏତେ ସଂଖ୍ୟାରେ କଙ୍କାଳ ଓ ଖପୁରି କେଉଁଠୁ ଓ କିପରି ଆସିଲା, କିଏ ଏଠାରେ ଫୋପାଡ଼ିଲା, ଏହା ପଛର କାରଣ କ’ଣ ତାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ଏହାକୁ ନେଇ ପୁଲିସ୍‌ର କୌଣସି ପ୍ରତିକ୍ରିୟା ମିଳିପାରିନି।

Related posts

ଉତ୍କଳ ଆଲୁମିନା ବିରୁଦ୍ଧରେ ୧୨୦ କି:ମି: ପଦଯାତ୍ରା

Odisha Halchal

ବଢିଚାଲିଛି ଦେଶୀ ମଦ କାରବାର

Odisha Halchal

ଦୁଇ ବର୍ଷ ପରେ ଗୋପାଳପୁର ବେଳା ଭୂମି ମହୋତ୍ସବ

Odisha Halchal

Leave a Comment