ଓଡ଼ିଶା ଖବରନ୍ୟୁଜ୍

ଛତ୍ରପୁର ରେ ମା ଗଜଲକ୍ଷ୍ମୀ ଙ୍କ ପୂଜା ଧୂମଧାମ ରେ ପାଳିତ

ଛତ୍ରପୁର ରେ ମା ଗଜଲକ୍ଷ୍ମୀ ଙ୍କ ପୂଜା ଧୂମଧାମ ରେ ପାଳିତ

ଛତ୍ରପୁର :- ବିଦାୟ ନେଇଛନ୍ତି ମା ଜଗତ ଜନନୀ ଦୁର୍ଗା l ଧରାବତରଣ କରିଛନ୍ତି ମା ଗଜ ଲକ୍ଷ୍ମୀ l ମା ଗଜ ଲକ୍ଷ୍ମୀ ଙ୍କ ଆଗମନରେ ଉତ୍ସବ ମୁଖର ହୋଇ ଉଠିଛି ପୁର ପଲ୍ଲୀ l ଆଉ ସେଥିରୁ ବାଦ ପଡିନି ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହର l ଛତ୍ରପୁର ସହର ଲୋୟାର ବସ ଷ୍ଟାଣ୍ଡ ରେ ଥିବା ଲକ୍ଷ୍ମୀ ବଜାର ମାର୍କେଟ କମ୍ପ୍ଲେକ୍ସ ଠାରେ ମା ଗଜଲକ୍ଷ୍ମୀ ଙ୍କ ପୂଜା ବେଶ ଧୁମ ଧାମ ରେ ପାଳନ କରାଯାଇଛି l

ସୁନ୍ଦର ତୋରଣ ସହିତ ଆଲୋକ ମାଳା ରେ ପୂଜା ମଣ୍ଡପ ଗୁଡିକୁ ସୁସଜ୍ଜିତ କରାଯାଇଛି l ଦୀର୍ଘ 20 ବର୍ଷ ରୁ ଉର୍ଧ୍ଵ ସମୟ ଧରି ଏଠାରେ ମା ଗଜଲକ୍ଷ୍ମୀ ଙ୍କ ପୂଜା ଧୁମ ଧାମ ରେ ପାଳନ କରାଯାଉଥିବା ବେଳେ ଗତ ଦୁଇ ବର୍ଷ ଧରି କୋରନା କଟକଣା ଯୋଗୁ ମାଙ୍କ ପୂଜା ନିରାଡ଼ମ୍ବର ସହିତ ପାଳନ କରାଯାଉଥିଲା l କିନ୍ତୁ ଚଳିତ ବର୍ଷ କୋରନା କଟକଣା ହଟିଥିବାରୁ ମାଙ୍କ ପୂଜା କୁ ପୁଣି ବହୁ ଧୁମ ଧାମରେ ପାଳନ କରାଯାଇଛି l ମାଙ୍କ ଏହି ପୂଜା 7 ଦିନ ଧରି ଚାଲିବାକୁ ଥିବା ବେଳେ ଆସନ୍ତା 15 ତାରିଖରେ ଏହି ପୂଜା ଉଦଯାପିତ ହେବ l

ପ୍ରତିଦିନ ସକାଳୁ କର୍ମକାଣ୍ଡ ବିଶେଷଜ୍ଞ ପଣ୍ଡିତ ସରୋଜ କୁମାର ଶତପଥି ଙ୍କ ପୌରହିତ ରେ ସୂର୍ଯ୍ୟପୂଜା, ହୋମ ଅନୁଷ୍ଠିତ ହୁଏ ଏବଂ ସନ୍ଧ୍ୟାରେ ମାଙ୍କ ଆଳତି ଅନୁଷ୍ଠିତ ହୋଇଥାଏ l ମାଙ୍କ ଆଳତି ଦର୍ଶନ କରିବା ପାଇଁ ଛତ୍ରପୁର ଏବଂ ଆଖ ପାଖ ଅଂଚଳର ବହୁ ଶ୍ରଦ୍ଧାଳୁ ପୂଜା ମଣ୍ଡପ ରେ ଭିଡ଼ ଜମାଇଥିବା ଦେଖିବାକୁ ମିଳିଛି l ଆଜି ତଥା ପ୍ରଥମ ଦିନର ସନ୍ଧ୍ୟା ଆଳତି ରେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟ ଏବଂ ଶତାଧିକ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ମାନେ ମଣ୍ଡପକୁ ଆସି ମା ଗଜଲକ୍ଷ୍ମୀ ଙ୍କୁ ଦର୍ଶନ କରିଥିଲେ l

ସମସ୍ତ କାର୍ଯ୍ୟକ୍ରମ କୁ ପୂଜା କମିଟି ର ସଭାପତି ବସନ୍ତ କୁମାର ମହାରଣା, ପୂଜା ର କର୍ତ୍ତା ପ୍ରଶାନ୍ତ କୁମାର ମହାରଣା ଓ ଏସ. ପ୍ରବୀଣ କୁମାର ଉପ ସଭାପତି ମନୋଜ କୁମାର ସାହୁ, ସମ୍ପାଦକ ପ୍ରଦୀପ କୁମାର ସାହୁ, କୋଷାଧ୍ୟକ୍ଷ ଅତୁଲ କୁମାର ଦାଶ, ଆରତ ବିଶ୍ୱାଳ, ଲିପୁନ ବିଶ୍ୱାଳ, କେଞ୍ଚୁ ପୁରୋହିତ, ସୁରେନ୍ଦ୍ର ବେହେରା, ବାବୁ ବେହେରା, ସରୋଜ ପାଢ଼ୀ, ସନ୍ତୋଷ ଚୌଧୁରୀ, ରବି ନାରାୟଣ ବେହେରା, ଅଖିଳ ପାଣିଗ୍ରାହୀ, ସୁଦାମ ରାଉଳ, ସରୋଜ କୁମାର ସାମଲ ଙ୍କ ସମେତ ବହୁ ପୂଜା କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ l

Related posts

ଆଇପିଏଲ୍ ୨୦୨୩ ପାଇଁ ନିଲାମି ଆରମ୍ଭ

Odisha Halchal

ଏକୁଟିଆ ଥିବାବେଳେ ୭ବର୍ଷୀୟ ନାବାଳିକାଙ୍କୁ ଜଣେ ବୃଦ୍ଧ ଦୁଷ୍କର୍ମ କରିଥିବା ଅଭିଯୋଗ

Odisha Halchal

ଓଡ଼ିଆ ପୁଅକୁ ରାଜସ୍ଥାନୀ ଝିଅ

Odisha Halchal

Leave a Comment