ଦେଶ ବିଦେଶନ୍ୟୁଜ୍

ଜମ୍ମୁ କଶ୍ମୀର: କୁଲଗାମରେ ସୁରକ୍ଷାବାହିନୀର ଏନ୍‌କାଉଣ୍ଟର

ଜମ୍ମୁ କଶ୍ମୀର କୁଲଗାମରେ ସୁରକ୍ଷାବାହିନୀର ଏନ୍‌କାଉଣ୍ଟର

ଜମ୍ମୁ କଶ୍ମୀରରେ ସୁରକ୍ଷାବାହିନୀ ଯବାନମାନେ ଆତଙ୍କବାଦୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ୧୦ ଘଣ୍ଟାର ଏନ୍‌କାଉଣ୍ଟର ଭିତରେ ୨ ଜଣ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି । ନହିତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ହେଉଛି ପାକିସ୍ତାନୀ ନାଗରିକ । ନିହତ ହୋଇଥିବା ଆତଙ୍କବାଦୀମାନେ ‘ଲଶ୍କର-ଏ-ତଇବା’ର ସଦସ୍ୟ ।କୁଲଗାମରେ ବୁନା ଦେୱସର ଠାରୁ ୧.୫କିମି ଦୂରରେ ଚେୟନ ଅଞ୍ଚଳରେ ରବିବାର ଏନକାଉଣ୍ଟର ହୋଇଥିଲା ।

ସୁରକ୍ଷାବାହିନୀର ଯବାନମାନଙ୍କୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା ଯେ, କିଛି ଆତଙ୍କବାଦୀମାନେ ଚଳପ୍ରଚଳ କରୁଛନ୍ତି । ଏହି ସୂଚନା ଆଧାରରେ ଭାରତୀୟ ସେନାର ଏକ ଟିମ୍ ସ୍ଥାନୀୟ ପୋଲିସ ସହିତ ଅପରେଶନ ଆରମ୍ଭ କରିଥିଲା । ଏଠାରେ ଏକ ଘର ଭିତରେ ଆତଙ୍କବାଦୀମାନେ ଲୁଚି ଥିବା ସନ୍ଦେହ ହୋଇଥିଲା । ସୁରକ୍ଷାବାହିନୀର ଯବାନମାନେ ଯେତେବେଳେ ଚାରିଆଡୁ ଘେରିଲେ, ଆତଙ୍କବାଦୀମାନେ ଅନ୍ୟତ୍ର ଖସିଯାଇପାରି ନ ଥିଲେ । ଏନକାଉଣ୍ଟର ସକାଳ ୩ଟାରୁ ଆରମ୍ଭ ହୋଇଥିଲା ଓ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଜାରି ରହିଥିଲା ।

ଆତଙ୍କବାଦୀମାନେ ସୁରକ୍ଷାବାହିନୀର ଯବାନମାନଙ୍କ ଉପରକୁ ହାତ ବୋମା ଫିଙ୍ଗିଥିଲେ । ଏଥରେ ଜଣେ ଯବାନ ଆହତ ହୋଇଥିଲେ । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସୁରକ୍ଷାବାହିନୀର ଯବାନମାନେ ସର୍ବପ୍ରଥମେ ଆଖପାଖର ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ୨ ଆତଙ୍କବାଦୀ ନିହତ ହେବା ପରେ ଘଟଣାସ୍ଥଳରୁ ଗୁଳି-ବନ୍ଧୁକ ଜବତ ହୋଇଥିଲା ।

Related posts

ରୋପୱେ ଦୁର୍ଘଟଣା: ୧୮ ଘଣ୍ଟା ହେଲା ମଝି ଆକାଶରେ ଫସି ରହିଛନ୍ତି ୪୮ ଯାତ୍ରୀ

Odisha Halchal

ବହୁ ଚର୍ଚ୍ଚିତ ମମିତା ମେହେର ଘଟଣା

Odisha Halchal

ପୋଲିସ ଆଇଆଇସିଙ୍କ ମହାନୁଭବତା

Odisha Halchal

Leave a Comment