ଓଡ଼ିଶା ଖବରନ୍ୟୁଜ୍

ଜଗା ଦର୍ଶନ କରି ଘରକୁ ଫେରୁଥିଲେ, ଅଧା ବାଟରେ ଘଟିଲା ଦୁର୍ଘଟଣା

ଜଗା ଦର୍ଶନ କରି ଘରକୁ ଫେରୁଥିଲେ, ଅଧା ବାଟରେ ଘଟିଲା ଦୁର୍ଘଟଣା

ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅନ୍ତର୍ଗତ ବାଘନଦୀ ପୋଲ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍ ଭାରସାମ୍ୟ ହରାଇ ପୋଲ ବାଡ଼ରେ ପିଟି ହେବାରୁ ୮ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ସୋନପୁର ସ୍ଥାନାନ୍ତର କରାଯାଇଛି।

ଅନ୍ୟମାନଙ୍କୁ ବାଉଁଶୁଣି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆହତମାନେ ସମସ୍ତେ ବରଗଡ଼ ଅଞ୍ଚଳର ବୋଲି ଜଣାପଡ଼ିଛି।
ଆଜି ଭୋରୁ ୮ ଜଣ ଯୁବକ ଜଗନ୍ନାଥଙ୍କ ଦର୍ଶନ କରି ପୁରୀରୁ ବରଗଡ଼ ଫେରୁଥିଲେ। ବାଉଁଶୁଣି ନିକଟସ୍ଥ ବାଘନଦୀ ପୋଲ ଉପରେ କାର୍‌ଟି ଭାରସାମ୍ୟ ହରାଇ ପିଟି ହୋଇଯାଇଥିଲା।

ଦୁର୍ଘଟଣାରେ ୮ ଜଣ ଆହତ ହୋଇଥିଲେ। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ବାଉଁଶୁଣି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କାର୍‌ରେ ଡ୍ରାଇଭରଙ୍କ ସମେତ ୮ ଜଣ ଥିଲେ। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Related posts

ଓଡ଼ିଆ ପୁଅକୁ ରାଜସ୍ଥାନୀ ଝିଅ

Odisha Halchal

ମୋଦୀଙ୍କୁ ଆଙ୍କିଥିବା ଛବି ଉପହାର ଦେଲେ କୁନି ଝିଅ

Odisha Halchal

ଫାର୍ମପଣ୍ଡ ନାମରେ ମହାଦୁର୍ନୀତି

Odisha Halchal

Leave a Comment