ଅପରାଧଓଡ଼ିଶା ଖବରନ୍ୟୁଜ୍

ପାଣି ଟାଙ୍କି ତଳେ ପଡିଛି ଯୁବତୀଙ୍କ ମୃତଦେହ

ପାଣି ଟାଙ୍କି ତଳେ ପଡିଛି ଯୁବତୀଙ୍କ ମୃତଦେହ

ହତ୍ୟା ନା ଆତ୍ମହତ୍ୟା । ଯଦି ହତ୍ୟା ହୋଇଛି , ତାହାଲେ କିଏ କରିଛି ହତ୍ୟା ? ଆଉ କାହିଁକି ? କଟକ କୃଷକ ବଜାର ପାଣି ଟାଙ୍କି ତଳେ ଯୁବତୀଙ୍କ ମୃତଦେହ ମିଳିବା ଘଟଣାରେ ଏପରି କିଛି ପ୍ରଶ୍ନ ଉଙ୍କି ମାରିଛି ।

ଖବର ଅନୁଯାୟୀ, କୃଷକ ବଜାର ପାଣି ଟାଙ୍କି ତଳେ ଜଣେ ଯୁବତୀଙ୍କ ମୃତଦେହ ପଡିଥିବାର ଦେଖିଥିଲେ ସ୍ଥାନୀୟଲୋକେ । ଏହାପରେ ତୁରନ୍ତ ସ୍ଥାନୀୟଲୋକେ ବିଡାନାସୀ ଥାନା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ଏହାସହିତ ତଦନ୍ତ ଆରମ୍ଭ କରିଛି । ଏବେ ଯାଏଁ ଯୁବତୀଙ୍କ ପରିଚୟ ମିଳିନଥିବା ବେଳେ ସେ ଜଣେ କଲେଜ ଛାତ୍ରୀ ବୋଲି ଅନୁମାନ କରାଯାଉଛି । ଯୁବତୀ ଜଣଙ୍କ ଗୋଟିଏ କଳା ରଙ୍ଗର ଟପ୍ସ ଏବଂ ନୀଳ ରଙ୍ଗର ଜିନ୍ସ ପିନ୍ଧିଛନ୍ତି ।

ସେପଟେ ଆବଶ୍ୟକ ପଡିଲେ ପୋଲିସ ସାଇଣ୍ଟିପିକ୍‌ ଟିମ୍‌ ସହଯୋଗ ନେଇପାରେ । ଏପିରିକି ମୃତଦେହ ନିକଟରୁ ଏକ ମଦ ବୋତଲ ମିଳିଛି । ତେବେ ଏହି ଘଟଣାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଯେପରି ଜଣେ ଯୁବତୀଙ୍କ ମୃତଦେହ ଏଠାକୁ ଆସିଲା କିପରି ? ଏହା ହତ୍ୟା ନା ଆତ୍ମହତ୍ୟା ? ଯଦି ଏହା ହତ୍ୟା , ତେବେ କିଏ ସେହି ହତ୍ୟାକାରୀ ଆଉ ହତ୍ୟା ପଛର କାରଣ କଣ ? ଆଉ ଏଠାକୁ ମଦ ବୋତଲ ଆସିଲା କିପରି ?

Related posts

ବାଲ୍ୟବିବାହ ରୋକିବା ନେଇ ତିଆରି ହେଲା”ମିଶନ ଉଡ଼ାଣ”

Odisha Halchal

ବେଆଇନ କପ୍ ଶିରପ କାରବାର

Odisha Halchal

ଶ୍ରୀ ନିରଞ୍ଜନ ବିଶି ଙ୍କୁ ସ୍ୱାଗତ କରିବା ପାଇଁ ଆଦିବାସୀ କଲ୍ୟାଣ ସଂଘର ପ୍ରସ୍ତୁତି ବୈଠକ

Odisha Halchal

Leave a Comment