ଅପରାଧଓଡ଼ିଶା ଖବରନ୍ୟୁଜ୍

ସୈତାନ ସ୍ୱାମୀ ! ସ୍ତ୍ରୀକୁ ବାଡିରେ ପିଟି ପିଟି ମାରିଦେଲା

ସୈତାନ ସ୍ୱାମୀ ! ସ୍ତ୍ରୀକୁ ବାଡିରେ ପିଟି ପିଟି ମାରିଦେଲା

ମଦ୍ୟପ ସ୍ଵାମୀର ଉନ୍ନତ୍ତକାଣ୍ଡ। ସ୍ତ୍ରୀକୁ ବାଡ଼ିରେ ପିଟି ପିଟି ହତ୍ୟା କଲା ସ୍ୱାମୀ। ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା କଇଁସି ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଅଭିଯୁକ୍ତ ସ୍ୱାମୀ ରାମ ମୁର୍ମୁକୁ ଥାନାରେ ଅଟକ ରଖିଛି ପୋଲିସ ।

ଖବର ଅନୁଯାୟୀ, ସ୍ୱାମୀ ରାମ ମୁର୍ମୁ ଅଧିକାଂଶ ସମୟ ମଦ ପିଇ ଘରକୁ ଆସିଥାନ୍ତି । ଯାହାକୁ ବିରୋଧ କରିଥାନ୍ତି ସ୍ତ୍ରୀ ଦେଉଲା ମୁର୍ମୁ । ହେଲେ ବିଳମ୍ବିତ ରାତିରେ ସ୍ୱାମୀ ରାମ ମୁର୍ମୁ ପୁଣି ଥରେ ମଦ ପାଇଁ ଘରକୁ ଆସିଥିଲେ । କୌଣସି କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଦେଖୁ ଦେଖୁ ବିବାଦ ଉଗ୍ରରୁପ ନେଇଥିଲା । ସ୍ତ୍ରୀ ବାଡିରେ ପିଟି ପିଟି ହତ୍ୟା କରିଦେଇଥିଲା ସ୍ୱାମୀ ।

ସେପଟେ ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ସିମୁଳିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏପିରିକି ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ସହଯୋଗ ନେଇପାରେ ପୋଲିସ । ତେବେ କଣ ପାଇଁ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଲା । ସେନେଇ କିଛି ତଥ୍ୟ ହସ୍ତଗତ ହୋଇନାହିଁ ।

Related posts

୯ବର୍ଷର ପୁତୁରା ଉପରେ ଅକଥନୀୟ ଅତ୍ୟାଚାର, ଦାଦା ଓ ଖୁଡ଼ିର ବର୍ବରତା

Odisha Halchal

ଟ୍ରେନ୍‌ ଦୁର୍ଘଟଣା ମାମଲାରେ ତିନି ଜଣ ରେଳ କର୍ମଚାରୀ ଗିରଫ

Odisha Halchal

ଶଶୁର ଘର ହେଲା ବୋହୂ କୁ ମନା

Odisha Halchal

Leave a Comment