ଓଡ଼ିଶା ଖବରନ୍ୟୁଜ୍

ସେମରଡିହି ଜଂଗଲ ପୁଣି ଦୀର୍ଘ ଦିନ ବ୍ୟବଧାନରେ ହାତୀପଲ

ସେମରଡିହି ଜଂଗଲ ପୁଣି ଦୀର୍ଘ ଦିନ ବ୍ୟବଧାନରେ ହାତୀପଲ

ନବରଙ୍ଗପୁର:-(ରିପୋର୍ଟ :-ଗୁଲସନ କୁମାର )ରାଇଘର ବ୍ଲକ ସୀମାନ୍ତ କୁନ୍ଦେଇ ପଂଚାୟତର ସେମରଡିହି ଜଂଗଲ ଗ୍ରାମରେ ପୁଣି ଦୀର୍ଘ ଦିନ ବ୍ୟବଧାନ ରେ ଛତିଶଗଡ଼ ଅଂଚଳରୁ ହାତୀପଲ ଓଡିଶାରେ ପ୍ରବେଶ କରିଥିବା ଦେଖିବାକୁ ମିଳିଛି| ଗତକାଲି ବିଳମ୍ବିତ ରାତିରେ ଛୋଟ ବଡ଼କୁ ମିଶାଇ ୩୨ ଗୋଟି ହାତୀ ବିଶିଷ୍ଟ ହାତୀପଲ ସୀମାନ୍ତରେ ଥିବା ସେମରଡିହି ଅଞ୍ଚଳରେ ପ୍ରବେଶ କରିଥିଲେ |

ସେ ଅଂଚଳରେ ଥିବା କିଛି ଅସ୍ଥାୟୀ କୁଡ଼ିଆ ଗୁଡିକୁ ଭାଙ୍ଗି ଦେଇଥିଲେ | ସେ ଅଂଚଳର ଲୋକେ ଏହା ଦେଖି ଏବେ ଭୟଭୀତ ଅବସ୍ଥାରେ ରହୁଥିବା ବେଳେ କୁନ୍ଦେଇ ବନ ବିଭାଗ ପକ୍ଷରୁ ସେ ଅଂଚଳରେ ପହରା ଦେବା ଆରମ୍ଭ କରି ଦେଇଛନ୍ତି |

ବନ ବିଭାଗ ପକ୍ଷରୁ ଦିନ ରାତି ଏହି ଜଂଗଲ ଅଂଚଳରେ ପହଂଚି ଅନୁଧ୍ୟାନ କରୁଛନ୍ତି | ବର୍ତ୍ତମାନ ମକା ଓ ଧାନ ଫସଲ ଅମଳ ହୋଇ ସାରିଛି, ଖାଦ୍ୟ ନିମନ୍ତେ ଚାଷ ହୋଇଥିବା ବିରି, କୋଳଥ,ହରଡ଼ ଚାଷ ଉପରେ ଏବେ ଏହିି ହାତୀପଲର ନଜର ରହିଛି ଏହି ଫସଲ କୁ ହାତି ବ୍ୟାପକ ନଷ୍ଟ କରିବା ସମ୍ଭାବନା ରାହିଛି |

Related posts

ମଧୁବାବୁ ପେନସନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

Odisha Halchal

ଫାର୍ମପଣ୍ଡ ନାମରେ ମହାଦୁର୍ନୀତି

Odisha Halchal

ଆତ୍ମସମର୍ପଣ କଲେ ଦୁର୍ଦ୍ଦାନ୍ତ ମାଓବାଦୀ ଲାଳସୁ ଲାପକା

Odisha Halchal

Leave a Comment