ଓଡ଼ିଶା ଖବରଖେଳନ୍ୟୁଜ୍

ସର୍ବଭାରତୀୟ ଖୋଖୋ ଚମ୍ପିୟାନସିପ ଅନୁଷ୍ଠିତ

ସର୍ବଭାରତୀୟ ଖୋଖୋ ଚମ୍ପିୟାନସିପ ଅନୁଷ୍ଠିତ

ନୂଆପଡା:-(ରିପୋର୍ଟ :-ଚେତୁଁରାମ ପ୍ରଧାନୀ )ଖରିଆର ବ୍ଲକ ସ୍ଥାନୀୟ ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆଠାରେ ମହାତ୍ମାଗାନ୍ଧୀ ସାଇନସ କଲେଜ ଓ ନେସନାଲ ସେଭେନ ବ୍ଲକ ଖୋଖୋ ସଂଘ ଓଡିଶା ତରଫରୁ ସର୍ବ ଭାରତୀୟ ଜୁନିଅର ଖୋଖୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି. ଏଥିରେ 10ଟି ଦଳ ଭାଗ ନେଇଥିଲେ.

ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ରାଜେନ୍ଦ୍ର ଢୋଲକିଆ, ଯୋଜନା ଓ ସମନ୍ୱୟ ମନ୍ତ୍ରୀ, ଓଡିଶା ସରକାର ଥିବାବେଳେ ସମ୍ମାନିତ ଅତିଥି ଭାବେ ଶ୍ରୀମତୀ ପୁଷ୍ପାଞ୍ଜଳୀ ନନ୍ଦ, ପଂଚାୟତ ସମିତି, ଖରିଆର, ଅଧ୍ୟକ୍ଷା, ଖରିଆର ଅଟୋନମସ କଲେଜ ଅଧ୍ୟକ୍ଷ ଡ଼. ତରୁଣକୁମାର ପ୍ରଧାନ, ଶ୍ରୀଯୁକ୍ତ ସୁଶୀଲ କୁମାର ତ୍ରିପାଠୀ, ଡି. ଅଫ. ଓ, ନୂଆପଡା, ଶ୍ରୀଯୁକ୍ତ ଦୀପକକୁମାର ଡାରେକ୍ଟର ମହାତ୍ମାଗାନ୍ଧୀ କଲେଜ, ଖରିଆର, ଯୋଗଦାନ କରିଥିଲେ. ଏହି ପ୍ରତିଯୋଗିତାରେ ଦିଲ୍ଲୀ, ଗୁଜୁରାଟ, ପଶ୍ଚିମବଙ୍ଗ, ଓଡିଶା, ଛତିଶଗଡ, ଆନ୍ଧ୍ରପ୍ରଦେଶ, ତ୍ରିପୁରା, ଉତ୍ତରପ୍ରଦେଶର ଖେଳାଳି ଆସିଥିଲେ

ଉଭୟ ପୁରୁଷ ଓ ମହିଳା ଦୁଇଦିନ ଧରି ଖେଳିଥିଲେ. ସେମାନେ ମଶାଲ ଶୋଭାଯାତ୍ରା, ପତାକା ଉତ୍ତୋଳନ, ଡ୍ରିଲ ଶୋଭାଯାତ୍ରାରେ ସମସ୍ତ ଦଳ ଭାଗନେଇ ଖେଳ ପଡିଆର ଶୋଭାବର୍ଦ୍ଧନ କରିଥିଲେ. ଏହି କାର୍ଯ୍ୟକ୍ରମରେ ଖୋ ଖୋ ଖେଳର ବିଷଦ ଆଲୋଚନା କରିଥିଲେ. ଦୁଇଦିନ ଧରି ଚାଲିଥିବା ଖୋଖୋ ଖେଳରେ ଓଡିଶା ଦଳ ବାଜିମାତ କରିଥିଲା. ଏହା ଯୋଗୁଁ ଭାରତରେ ଓଡିଶାର ସୁନାମ ଓ ଗର୍ବ ରହିଲା.

Related posts

ପାଞ୍ଚ ଶହ ଦିନରୁ ଅଧିକ ହୋଇଗଲାଣି ଧାରଣା,ନଜର ନାହିଁ ପ୍ରଶାସନର

Odisha Halchal

ଭାରତକୁ ବିଶ୍ୱ ଗୁରୁ କରିବା ପାଇଁ ଯୋଗର ପ୍ରଚାର

Odisha Halchal

ଟ୍ରକ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା

Odisha Halchal

Leave a Comment