ଅପରାଧଓଡ଼ିଶା ଖବରନ୍ୟୁଜ୍

ଶୌଚ ହେବାକୁ ନେଇ ଝଗଡ଼ା; ଛୁରାମାଡ଼ରେ ଜଣେ ମୃତ ୨ ଗୁରୁତର

ଶୌଚ ହେବାକୁ ନେଇ ଝଗଡ଼ା; ଛୁରାମାଡ଼ରେ ଜଣେ ମୃତ ୨ ଗୁରୁତର

ଶୌଚ ହେବାକୁ ନେଇ ଗଣ୍ଡଗୋଳ। ଏହି ଝଗଡ଼ା ଉଗ୍ରରୂପ ନେବାରୁ ଛୁରାମାଡ଼ରେ ଜଣେ ମୃତ ୨ ଗୁରୁତର। ଖଡିଆଳ ଥାନା ପୁଟୁପଡାରେ ଏପରି ଅଭାବନୀୟ ଘଟଣା ଘଟିଛି। ମଙ୍ଗଳବାର ରାତିରେ ସାହୁପଡ଼ାର ୨ଜଣ ଲୋକ ପୁଟୁପଡା କଲେଜ୍‌ ରୋଡରେ ଶୌଚହେବା ବେଳେ ସ୍ଥାନୀୟ ଦୁଇଜଣ ବାସିନ୍ଦା ସେମାନଙ୍କୁ ସେଠାରେ ଶୌଚ ହେବାକୁ ମନା କରିଥିଲେ।

ପରେ ଏହାକୁ ନେଇ ସେମାନଙ୍କ ଝଗଡ଼ା ହେବା ସହିତ ମଧ୍ୟରେ ସହ ଧସ୍ତାଧସ୍ତି ହୋଇଥିଲା।ପରେ ଏହି ଝଗଡ଼ା ଉଗ୍ରରୂପ ନେବାରୁ ସାହୁପଡ଼ାର ଜଣେ ଯୁବକ ହଠାତ ଛୁରି ବାହାର କରି ତିନିଜଣଙ୍କୁ ଆକ୍ରମଣ କରିଥିଲା। ପରେ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ନିଆଯଇଥିଲା।

ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରଭାକର ସାହୁ ନାମକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଦୁଇ ଗୁରୁତରଙ୍କୁ ରାୟପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଛୁରାମାଡ଼ କରିଥିବା ଅଭିଯୁକ୍ତ ଫେରାର ହୋଇଯାଇଛି। ଏନେଇ ଖଡ଼ିଆଳ ପୋଲିସର ଏପରି ହତ୍ୟାକାଣ୍ଡର ତଦନ୍ତ ଆରମ୍ଭ କରିଛି।

Related posts

ଦୀପିକା ନା ପ୍ରିୟଙ୍କା ? ଜାଣନ୍ତୁ ‘କ୍ୟାପେଟନ୍‌ ମାର୍ଭଲ୍‌’ ପାଇଁ କାହାକୁ ବାଛିଲେ ରୁସୋ ବ୍ରଦର୍ସ

Odisha Halchal

ପୁଲିସ ଇନ୍‌ଫର୍ମର ସନ୍ଦେହରେ ମୁଣ୍ଡ ନେଲେ, ପରେ ଗାଡ଼ି ଜାଳିଦେଲେ

Odisha Halchal

ମନରେଗା ପାଉଣା ପାଇଁ ବି ଡ଼ି ଓ ଙ୍କୁ ଦାବିପତ୍ର

Odisha Halchal

Leave a Comment