ଦେଶ ବିଦେଶନ୍ୟୁଜ୍ମନୋରଞ୍ଜନ

ରିଲିଜ୍‌ ହେଲା ‘ଫୋନ୍‌ ଭୂତ’ର ଗୀତ ‘କିନ୍ନା ସୋନା’, ଗ୍ଲାମରସ୍‌ ଅନ୍ଦାଜ୍‌ରେ ନଜର ଆସିଲେ କ୍ୟାଟ୍ରିନା

ରିଲିଜ୍‌ ହେଲା ‘ଫୋନ୍‌ ଭୂତ’ର ଗୀତ ‘କିନ୍ନା ସୋନା’, ଗ୍ଲାମରସ୍‌ ଅନ୍ଦାଜ୍‌ରେ ନଜର ଆସିଲେ କ୍ୟାଟ୍ରିନା

ବଲିଉଡର ବାର୍ବି ଡଲ୍‌ କ୍ୟାଟ୍ରିନା କୈଫ। ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଫୋନ୍ ଭୁତ’ ବିଷୟରେ ଆଲୋଚନା ହେଉଛି। ଏହି ଚଳଚ୍ଚିତ୍ରରେ ଅଭିନେତା ସିଦ୍ଧାନ୍ତ ଚାତୁର୍ବେଦୀ ଏବଂ ଇଶାନ ଖଟ୍ଟର ମଧ୍ୟ ତାଙ୍କ ସହ ନଜର ଆସିବେ । ଏହି ଚଳଚ୍ଚିତ୍ରର ଟ୍ରେଲର ଅକ୍ଟୋବର ୧୦ରେ ମୁକ୍ତିଲାଭ କରିଥିଲା। ଯାହା କମେଡି ହରର ଉପରେ ଆଧାରିତ ।

ହେଲେ ଏବେ ଟ୍ରେଲର ପରେ ‘କିନ୍ନା ସୋନା’ ଗୀତର ଟିଜର ରିଲିଜ ହୋଇଥିଲା।ନିର୍ମାତାମାନେ ୧୨ ଅକ୍ଟୋବରରେ ୟୁଟ୍ୟୁବରେ ‘କିନ୍ନା ସୋନା’ ଗୀତର ଟିଜର ରିଲିଜ୍‌ କରିଛନ୍ତି।

ଏହି ୨୩ ସେକେଣ୍ଡର ଟିଜରର କ୍ୟାଟ୍ରିନାଙ୍କ ସହ ସିଦ୍ଧାନ୍ତ ଏବଂ ଇଶାନଙ୍କ ଝଲକ ଦେଖିବାକୁ ମିଳିଛି। କ୍ୟାଟ୍ରିନା ଗୀତରେ ନାଲି ରଙ୍ଗର ମିନି ଡ୍ରେସ୍‌ରେ ଗ୍ଲାମରସ୍‌ ଦେଖାଯାଉଛନ୍ତି। ଏହି ଗୀତଟି ସୋସିଆଲ୍ ମିଡିଆରେ ବହୁତ ପସନ୍ଦ ହେଉଥିବା ବେଳେ କ୍ୟାଟ୍ରିନାଙ୍କ ଲୁକ୍‌କୁ ପ୍ରଶଂସା କରାଯାଉଛି। ପୁରା ଗୀତଟା ଆଜି ରିଲିଜ୍‌ ହୋଇଯାଇଛି । ଏହି ଚଳଚ୍ଚିତ୍ର ନଭେମ୍ବର ୪ରେ ରିଲିଜ୍‌ ହେବ।

Related posts

LIC ଆଇପିଓ, ମେ’ ୯ ତାରିଖ ପର୍ଯ୍ୟନ୍ତ ଆବେଦନ କରିହେବ

Odisha Halchal

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ ୩ ଗୁରୁତର।

Odisha Halchal

ବଲାଙ୍ଗୀର ଖୋର୍ଦ୍ଧା ରେଳପଥ ନିର୍ମାଣ ପାଇଁ ଆନ୍ଦୋଳନ

Odisha Halchal

Leave a Comment