ଦେଶ ବିଦେଶନ୍ୟୁଜ୍

ମଲ୍ଲିକାର୍ଜୁନ ନୂତନ ସଭାପତି ଭାବରେ ଦାୟିତ୍ୱ ଗ୍ରହଣ

ମଲ୍ଲିକାର୍ଜୁନ ନୂତନ ସଭାପତି ଭାବରେ ଦାୟିତ୍ୱ ଗ୍ରହଣ

ମଲ୍ଲିକାର୍ଜୁନ ନୂତନ ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଇସ୍ତଫା ଦେଲେ ସିଡବ୍ଲ୍ୟୁସିର ସମସ୍ତ ସଦସ୍ୟ ମଲ୍ଲିକାର୍ଜୁନ୍ ଖଡ଼ଗେ କଂଗ୍ରେସର ନୂତନ ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିବାର କିଛି ସମୟ ପରେ କଂଗ୍ରେସ କାର୍ଯ୍ୟ କମିଟି (ସିଡବ୍ଲ୍ୟୁସି) ର ସମସ୍ତ ସଦସ୍ୟ, ସାଧାରଣ ସଚିବ ତଥା ଦାୟିତ୍ୱ ରେ ଥିବା ବ୍ୟକ୍ତିମାନେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି ।

କଂଗ୍ରେସରେ ନୂତନ ଅଧକ୍ଷ ଚୟନ ହେବା ପରେ ଦଳର ସମସ୍ତ ଅଧିକାରୀଙ୍କୁ ଇସ୍ତଫା ଦେବାର ନିୟମ ରହିଛି। ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ କହିଛନ୍ତି ଯେ ସିଡବ୍ଲ୍ୟୁସିର ସମସ୍ତ ସଦସ୍ୟ, ଏଆଇସିସି ସାଧାରଣ ସଚିବ ତଥା ଦାୟିତ୍ୱରେ ଥିବା ସମସ୍ତ ସଦସ୍ୟ କଂଗ୍ରେସ ସଭାପତିଙ୍କ ନିକଟରେ ଇସ୍ତଫା ଦେଇଛନ୍ତି।

କଂଗ୍ରେସ ଦଳର ସମ୍ବିଧାନ ଅନୁଯାୟୀ ଚଳିତ ବର୍ଷ ମାର୍ଚ୍ଚ-ଏପ୍ରିଲରେ ହେବାକୁ ଥିବା ଦଳର ସର୍ବଦଳୀୟ ଅଧିବେଶନରେ ଖଡ଼ଗେ ନିର୍ବାଚନୀ ପ୍ରକ୍ରିୟା ପୁର୍ଣ୍ଣ ସର୍ତ୍ତରେ କରାଯିବ। କଂଗ୍ରେସର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା ଥିବା ସିଡବ୍ଲ୍ୟୁଡିସି ସର୍ବଭାରତୀୟ ଅଧିବେଶନ ପରେ ଏହା ଖଡ଼ଗେଙ୍କ ଦ୍ୱାରା ପୁଣ୍ଣଃର୍ଗଠିତ ହେବ ।ଦଳର ସମ୍ବିଧାନ ଅନୁଯାୟୀ, ସିଡବ୍ଲ୍ୟୁସି ର ୧୧ ଜଣ ସଦସ୍ୟ ମନୋନୀତ ହେବେ ଏବଂ ୧୨ ଜଣ ସଦସ୍ୟ ନିର୍ବାଚିତ ହେବେ। ଏଥିସହ ସଂସଦରେ ଦଳର ନେତା ତଥା କଂଗ୍ରେସ ସଭାପତି ମଧ୍ୟ କାର‌୍ୟ୍ୟ କମିଟିର ସଦସ୍ୟ ହେବେ।

Related posts

ତିନି ଲକ୍ଷ ଟଙ୍କା ନେଇ ଘରକୁ ଯାଉଥିବା ବେଳେ ଭିଜିଲାନ୍ସ ହାତରେ

Odisha Halchal

ଚଇତି ପରବ ପାଳନ ବେଳେ ରକ୍ତାକ୍ତ ସଂଘର୍ଷ, ୨ମୃତ

Odisha Halchal

ପବିତ୍ର ଦୋଳପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସୁନାବେଶ

Odisha Halchal

Leave a Comment