ଦେଶ ବିଦେଶନ୍ୟୁଜ୍

ମଲା ଛୁଆକୁ ବାଇକ୍ ଡିକିରେ ରଖି କଲେକ୍ଟରଙ୍କ ପାଖକୁ ଗଲେ ବାପା

ମଲା ଛୁଆକୁ ବାଇକ୍ ଡିକିରେ ରଖି କଲେକ୍ଟରଙ୍କ ପାଖକୁ ଗଲେ ବାପା

ବାଇକ୍ ଡିକିରେ ମଲା ଛୁଆକୁ ବୋହିଲେ ବାପା। ମୃତ ଶିଶୁକୁ ମିଳିଲାନି ଆମ୍ବୁଲାନ୍ସ। ବାଧ୍ୟ ହୋଇ ନିଜର ମଲା ଛୁଆକୁ ବାଇକ୍ ଡିକିରେ ରଖି ଜିଲ୍ଲାପାଳଙ୍କ ପାଖରେ ପହଞ୍ଚିଲେ। ଆଉ ସହାୟତା ପାଇଁ ଗୁହାରି କଲେ। ଏଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ମଧ୍ୟପ୍ରଦେଶର ସିଙ୍ଗରୋଲି ଜିଲ୍ଲାରୁ।

ଅକ୍ଟୋବର ୧୭ ତାରିଖ ଦିନ ଦୀନେଶ ଭାରତୀ ନିଜ ପତ୍ନୀ ମୀନା ଭାରତୀଙ୍କ ଡେଲିଭରୀ କରାଇବା ପାଇଁ ସିଙ୍ଗରୋଲି ଜିଲ୍ଲା ହସ୍ପିଟାଲକୁ ଆଣିଥିଲେ। ତେବେ ଏଠାକାର ଡାକ୍ତର ସରିତା ଶାହା ମହିଳାଙ୍କ ପ୍ରସବ କରାଇବା ବଦଳରେ ଏକ ଘରୋଇ କ୍ଲିନିକ୍‌କୁ ପଠାଇ ଦେଇଥିଲେ। ଏଥିସହ ତାଙ୍କଠାରୁ ୫ ହଜାର ଟଙ୍କା ମଧ୍ୟ ନେଇଥିଲେ।

ମୀନା ଭରତୀ କ୍ଲିନିକ୍ ଯିବା ପରେ ସେଠାକାର ଚିକିତ୍ସିକମାନେ ଗର୍ଭରେ ହିଁ ଶିଶୁର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ। ଏହାପରେ ସେମାନେ ଉକ୍ତ ଗର୍ଭବତୀ ମହିଳାଙ୍କୁ ପୁଣି ଥରେ ଜିଲ୍ଲା ହସ୍ପିଟାଲକୁ ପଠାଇଦେଇଥିଲେ। ସେଠାରେ ପ୍ରସବ ପରେ ମୀନା ଏକ ମୃତ ଶିଶୁକୁ ଜନ୍ମ ଦେଇଥିଲେ। ମୃତ ଶିଶୁକୁ ଦେଖି ବାପା-ମା’ଙ୍କ ହୋସ୍ ଉଡିଯାଇଥିଲା।

ଶିଶୁଟିର ମୃତ୍ୟୁ ପରେ ଗାଁକୁ ନେଇ ଅନ୍ତିମ ସଂସ୍କାର କରିବା ପାଇଁ ପରିବାର ଲୋକେ ହସ୍ପିଟାଲକୁ ଆମ୍ବୁଲାନ୍ସ ମାଗିଥିଲେ। କିନ୍ତୁ ସେମାନଙ୍କୁ ଆମ୍ବୁଲାନ୍ସ ଦିଆଯାଇନଥିଲା। ଏହା ପରେ ବାପା ଦୀନେଶ ମୃତ ଶିଶୁଟିକୁ ଏକ କାଗଜ ଲଫାପାରେ ଗୁଡାଇ ବାଇକ୍ ଡିକିରେ ରଖି କଲେକ୍ଟରେଙ୍କ ପାଖରେ ପହଞ୍ଚିଥିଲେ।

ଜିଲ୍ଲାପାଳଙ୍କ ନିକଟରେ ଦୀନେଶ ପୂରା ଘଟଣା ବଖାଣିଥିଲେ। ଆଉ ତାଙ୍କୁ ସହାୟତା କରିବା ପାଇଁ ଗୁହାରି କରିଥିଲେ। ଏହାପରେ ତୁରନ୍ତ ଜିଲ୍ଲାପାଳ ଘଟଣାର ତଦନ୍ତ କରିବାକୁ ଏଡିଏମ୍‌କୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଯାଞ୍ଚ ପରେ ଏହି ଘଟଣା ସତ ପ୍ରମାଣିତ ହୁଏ ତେବେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

Related posts

ପରଲୋକରେ ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ୍‌

Odisha Halchal

କମେଣ୍ଟମରା ଘଟଣାକୁ ନେଇ ପିପିଲିରେ ଗୁଳିମାଡ

Odisha Halchal

ଗରିବ ପୁଅଝିଅଙ୍କ ପାଠ ପାଇଁ ଖୋଲିଲା ସ୍କିମ

Odisha Halchal

Leave a Comment