ଅପରାଧଓଡ଼ିଶା ଖବରନ୍ୟୁଜ୍

ଭୁବନେଶ୍ୱରରେ ବଢୁଛି କିନ୍ନରଙ୍କ ଗୁଣ୍ଡାରାଜ

ଭୁବନେଶ୍ୱରରେ ବଢୁଛି କିନ୍ନରଙ୍କ ଗୁଣ୍ଡାରାଜ

ରାଜଧାନୀ ଭୁବନେଶ୍ୱରରେ କିନ୍ନର ମାନଙ୍କ ଗୁଣ୍ଡାରାଜ ଦିନକୁ ଦିନ ବଢିବାରେ ଲାଗିଛି। ୧୬ ନମ୍ବର ଜାତୀୟ ରାଜପଥ ଉତ୍କଳ ହାଇଟ୍ସ ନିକଟରେ କିଛି କିନ୍ନର ଜଣେ ଯୁବକଙ୍କୁ ମାଡ଼ମାରି ଚଳନ୍ତା ଗାଡ଼ି ଆଗକୁ ଟେଲି ଦେବାର ଭିଡିଓ ଏବେ ସାମ୍ନାକୁ ଆସିଛି। ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ତେବେ ଏପରି ଘଟଣା କାହିଁକି ଘଟିଛି ସେ ନେଇ କୌଣସି ସୂଚନା ମିଳିପାରି ନାହିଁ। ଭିଡିଓରେ ଦେଖିବାକୁ ମିଳୁଛି ଯେ ଦୁଇରୁ ତିନି ଜଣ କିନ୍ନର ଜଣେ ଯୁବକଙ୍କୁ ଦୃତଗତିରେ ଆସୁଥିବା ଏକ କାର ଆଗକୁ ଠେଲି ଦେଉଛନ୍ତି । ତେବେ ଯୁବକ ଜଣକ ଅଳ୍ପକେ କୌଣସି ଅଘଟଣରୁ ବର୍ତ୍ତି ଯାଇଥିଲେ।

ତେବେ ନିୟମିତ ଭାବରେ ରାଜଧାନୀରେ କିନ୍ନରଙ୍କ ଏପରି ଗୁଣ୍ଡାରାଜ ଦେଖିବାକୁ ମିଳୁଛି । ଗତ ଡିସେମ୍ବର ମାସରେ ଭଡ଼ାରେ ଯିବେ ବୋଲି ଅଟୋଚାଳକଙ୍କୁ ଘରକୁ ଡାକି ତାଙ୍କୁ ଏକ ଘରେ ପୂରାଇ କିନ୍ନରମାନେ ୬ଘଣ୍ଟା କାଳ ଅଟକ ରଖି ନିସ୍ତୁକ ମାଡ଼ ମାରିଥିଲେ। ଏନେଇ ଅଟୋଚାଳକ ଗୋବର୍ଦ୍ଧନ ବେହେରା ଭରତପୁର ଥାନାରେ ଅଭିଯୋଗ ହୋଇଥିଲା ।

ସେହିପରି ଗତବର୍ଷ ଅଗଷ୍ଟ ମାସରେ ବରମୁଣ୍ଡା ବସଷ୍ଟାଣ୍ଡ୍ ଫାଣ୍ଡିର ହାବିଲଦାର ଦିନେଶ ବିଶ୍ବାଳଙ୍କୁ ମାଡ଼ ମାରି ମୁଣ୍ଡ ଫଟାଇଦେବା ଘଟଣାରେ ଭରତପୁର ପୁଲିସ୍ ୬ଜଣ କିନ୍ନରଙ୍କୁ ଗିରଫ କରିଥିଲା। ଅଭିଯୁକ୍ତମାନେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନିକଟରେ ଜଣେ ଯାତ୍ରୀଙ୍କୁ ଲୁଟ୍‌ପାଟ କରୁଥିଲେ। ଖବର ପାଇ ହାବିଲଦାର ଦିନେଶ ବିଶ୍ବାଳ ଜଣେ ପୁଲିସ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ପହଞ୍ଚିବା ଦେଖି କିନ୍ନରମାନେ ଦିନେଶଙ୍କୁ ଏକ ଲୁହା ରଡ୍‌ରେ ଆକ୍ରମଣ କରି ତାଙ୍କ ମୁଣ୍ଡ ଫଟାଇ ଦେଇଥି‌ଲେ। ଏହାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା।

Related posts

କେଉଁ ପଇସାରେ ନବୀନ ପଟ୍ଟନାୟକ ଇଟାଲୀ ଯାଇଥିଲେ?

Odisha Halchal

ମହିଳାଙ୍କୁ ଗୁଳି କରି ୮୦ ହଜାର ଟଙ୍କା ଲୁଟ୍‌,ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର

Odisha Halchal

ମହିମାରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ

Odisha Halchal

Leave a Comment