ଅପରାଧଦେଶ ବିଦେଶନ୍ୟୁଜ୍

ବିମାନରେ ବୋମା ଆତଙ୍କ

ବିମାନରେ ବୋମା ଆତଙ୍କ

ମସ୍କୋରୁ ଦିଲ୍ଲୀ ଆସୁଥିବା ବିମାନରେ ବୋମା ଥିବା ନେଇ ସୂଚନା ମିଳିବା ପରେ ଆତଙ୍କ ଖେଳିଯାଇଥିଲା । ଫ୍ଲାଇଟ୍ ଦିଲ୍ଲୀ ଏୟାରପୋର୍ଟରେ ରାତି ୩:୨୦ ରେ ଇମରଜେନ୍ସୀ ଲାଣ୍ଡିଂ କରିଥିଲା । ସବୁ ଯାତ୍ରୀ ଏବଂ କ୍ରୁ ମେମ୍ବରଙ୍କୁ ବିମାନରୁ ତଳକୁ ଓହ୍ଲାଯାଇଥିଲା । ଏହାପରେ ବିମାନରେ ଯାଞ୍ଚ କରାଯାଇଥିଲା ।

ବିମାନରେ ୩୮୬ ଯାତ୍ରୀ ଏବଂ ୧୬ କ୍ରୁ ମେମ୍ବର ଥିଲେ ।ସୂଚନା ଅନୂଯାୟୀ, ବିଳମ୍ବିତ ରାତି ପ୍ରାୟ ୧୧.୧୫ ମିନଟରେ ସୂଚନା ମିଳିଥିଲା ଯେ ମସ୍କୋରୁ ୩:୨୦ ସମୟରେ ଦିଲ୍ଲୀ ଆସୁଥିବା ବିମାନ ନମ୍ବର ଏସୟୁ ୨୩୨ରେ ବମ୍ ରହିଛି । ବିମାନରେ ବମ୍ ସୂଚନା ମିଳିବା ପରେ ସବୁ ଏଜେନ୍ସୀଙ୍କୁ ସତର୍କ କରଯାଇଥିଲା ।

ଏହାପରେ ବୋମା ନିଷ୍କ୍ରୟକାରୀ ଦଳକୁ ନିୟୋଜିତ କରାଯାଇଥିଲା । ବିମାନକୁ ରନୱେ ୨୯ ରେ ଓହ୍ଲାଯାଇଥିଲା । ସବୁଯାତ୍ରୀ ଏବଂ କ୍ରୁ ମେମ୍ବରଙ୍କୁ ସୁରକ୍ଷିତ ଓହ୍ଲାଯାଇଥିଲା । ଏବଂ ବିମାନର ଚେକିଂ କରାଯାଇଥିଳା । ଅବଶ୍ୟ ବିମାନରେ କୌଣସି ବୋମା ମିଳିନଥିଲା ।

Related posts

ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

Odisha Halchal

ଇରାକ୍‌ରେ ଆମେରିକୀୟ ଦୂତାବାସ ଉପରେ ଖସିଲା ୬ ରକେଟ୍‌

Odisha Halchal

ମାତିଛନ୍ତି ସାଇବର ଲୁଟେରା; ପାର୍ବଣ ଋତୁରେ ଲୁଟିଲେ ୫୦ ଲକ୍ଷ

Odisha Halchal

Leave a Comment