ଓଡ଼ିଶା ଖବରନ୍ୟୁଜ୍

ବିମାନବନ୍ଦରରେ କଡାକଡି ହେଲା କଟକଣା

ବିମାନବନ୍ଦରରେ କଡାକଡି ହେଲା କଟକଣା

ଭୁବନେଶ୍ୱର ବିମାନବନ୍ଦରରେ ପୁଣି ଥରେ କରୋନା କଟକଣାକୁ କଡାକଡି କରାଯାଇଛି । ବିମାନବନ୍ଦରରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଏନେଇ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରଭାତ ରଞ୍ଜନ ବେଉରା ସୂଚନା ଦେଇଛନ୍ତି ।

ତେବେ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶନାମାକୁ ବିମାନବନ୍ଦରରେ କଡାକଡି ପାଳନ କରାଯାଉଛି । ସେହିପରି କେନ୍ଦ୍ର ସରକାରଙ୍କ ପକ୍ଷରୁ ପୂର୍ବରୁ ମଧ୍ୟ ନିୟମ ଅନୁପାଳନ ପାଇଁ କୁହାଯାଇଛି । ଏହାସହିତ ଭୁବନେଶ୍ୱର ବିମାନବନ୍ଦରରେ ସମସ୍ତଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

ସମସ୍ତ ଯାତ୍ରୀ, ବିମାନବନ୍ଦର କର୍ମଚାରୀ ଓ ସୁରକ୍ଷା ଏଜେନ୍ସିଙ୍କୁ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି । ଭୁବନେଶ୍ୱର ବିମାନବନ୍ଦରକୁ ଆସୁଥିବା ଯାତ୍ରୀଙ୍କ ଉପରେ କଟକଣା ମଧ୍ୟ ଲାଗିବ । ନିୟମ ନମାନିଲେ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଭୁବନେଶ୍ୱର ଏୟାରପୋର୍ଟ ନିର୍ଦ୍ଦେଶକ ।

ସେହିପରି ଦେଶରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଦୈନିକ ସଂକ୍ରମଣ ଏବେ ତିନି ହଜାର ଉପରେ ରହୁଛି । ଯାହାକୁ ନେଇ ବିଭିନ୍ନ ରାଜ୍ୟରେ କରୋନା କଟକଣାକୁ କଡାକଡି କରିବା ଆରମ୍ଭ କରି ଦେଲେଣି ।

Related posts

ବୀରମହାରାଜପୁର କପ୍ ହକି ଟୁର୍ଣ୍ଣାମେଣ୍ଟ

Odisha Halchal

ଯୋଗୀ ସରକାରଙ୍କୁ ପ୍ରଶଂସା କଲେ ଅଭିନେତା ଗୋବିନ୍ଦା

Odisha Halchal

ଡ୍ରେସ୍ କିଣିବାକୁ ପଇସା ନଦେବାରୁ ମାକୁ ହତ୍ୟା

Odisha Halchal

Leave a Comment