ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ଆଜି ବିବାହ ବାର୍ଷିକୀ । ଏହି ଅବସରରେ ତାଙ୍କ ଫ୍ୟାନ୍ସ ଫଲୋର୍ସ ଶୁଭେଚ୍ଛା ଜଣାଇଛନ୍ତି। ଅମିତାଭ ବଚ୍ଚନ ମଧ୍ୟ ତାଙ୍କ ବିବାହର ଫଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ଦୁହିଁଙ୍କର ଏକାଠି ଫଟୋ ଦେଖିବାକୁ ମିଳିଛି। ସେହି ଫଟୋ ଏବେକାର ନୁହେଁ ବରଂ ତାଙ୍କ ବିବାହ ସମୟର । ତାହା ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।
ଅମିତାଭ ବଚ୍ଚନ ୩ ଜୁନ୍ ୧୯୭୩ରେ ବିବାହ କରିଥିଲେ। ଆଜି ତାଙ୍କ ବିବାହକୁ ୪୯ ବର୍ଷ ବିତିଯାଇଛି । ଏତେ ବର୍ଷ ବିତିଯାଇଥିଲେ ମଧ୍ୟ ଦୁହିଁଙ୍କ ମଧ୍ୟରେ ପୂର୍ବ ଭଳି ଭଲପାଇବା ସ୍ନେହ , ପ୍ରେମ୍ ଦେଖିବାକୁ ମିଳିଛି। ଯେଉଁମାନେ ସୋସିଆଲ ମିଡିଆ ଜରିଆରେ ତାଙ୍କ ଫ୍ୟାନ୍ସମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅମିତାଭ ସେମାନଙ୍କୁ ଟ୍ୱିଟ୍ କରି କହିଛନ୍ତି, ଜୟା ଏବଂ ମୋ ବିବାହ ବାର୍ଷିକୀରେ ଯେଉଁମାନେ ପ୍ରେମ ,ସମ୍ମାନ ପ୍ରଦାନ କରିଛନ୍ତି ସେମାନଙ୍କୁ ହାତ ଯୋଡିକି ପ୍ରଣାମ ଏବଂ ଧନ୍ୟବାଦ । ସମସ୍ତଙ୍କୁ ଉତ୍ତର ଦେଇପାରିବ ନାହିଁ ।
ଅମିତାଭ ବଚ୍ଚନଙ୍କ ପୋଷ୍ଟରେ କିଛି ଲୋକ ଅଭିନନ୍ଦନ ଜଣାଇଥିବା ବେଳେ ଅନ୍ୟ କେତେଜଣ ମଜାଦାର ପୋଷ୍ଟ ମଧ୍ୟ କରୁଛନ୍ତି। ୧୯୭୦ରେ ଅମିତାଭ ଏବଂ ଜୟା ପ୍ରଥମେ ପୁଣେ ଚଳଚ୍ଚିତ୍ର ଇନଷ୍ଟିଚ୍ୟୁଟ୍ରେ ସାକ୍ଷାତ ହୋଇଥିଲେ। ପରେ ଧିରେ ଧିରେ ଦୁହେଁ ନିକଟତର ହୋଇଥିଲେ ।