ଅପରାଧଓଡ଼ିଶା ଖବରନ୍ୟୁଜ୍

ବାରିପଦା ସହର ମଧ୍ୟରୁ ୧୮ ଲକ୍ଷର ଧଳା ଜହର ଜବତ, ମହିଳା ଗିରଫ

ବାରିପଦା ସହର ମଧ୍ୟରୁ ୧୮ ଲକ୍ଷର ଧଳା ଜହର ଜବତ, ମହିଳା ଗିରଫ

ବାରିପଦା ସହର ଭିତରୁ ଧଳା ଜହର ଜବତ । ରାଜ୍ୟ ଅବକାରୀ ବିଭାଗର ୧୨ ଜଣିଆ ୨ ଗୋଟି ସ୍ବତନ୍ତ୍ର ଫ୍ଲାଇଙ୍ଗ୍ ଟିମ୍ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଆଜି ସକାଳୁ ସହରର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ। ଚଢାଉ ସମୟରେ ୨୦ ନମ୍ବର ୱାର୍ଡ ଶୁନଗଡିଆ ଅଞ୍ଚଳରୁ ବ୍ରାଉନସୁଗାର ଜବତ କରିବାରେ ସଫଳ ହୋଇଛି ଟିମ୍‌ ।

ଜବତ ହୋଇଥିବା ବ୍ରାଉନସୁଗାରର ପରିମାଣ ୧୮୨ ଗ୍ରାମ ହୋଇଥିବା ବେଳେ ଏହାର ଆନୁମାନିକ ମୁଲ୍ୟ ୧୮ ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ବିଭାଗୀୟ ସୁତ୍ରରୁ ସୂଚନା ମିଳିଛି।ଏଥି ସହିତ ବ୍ୟବସାୟରେ ଜଡିତ ଜଣେ ମହିଳାଙ୍କୁ ଗିରଫ କରିଛି ବିଭାଗ ।

ଗିରଫ ମହିଳା ଜଣକ ସ୍ଥାନୀୟ ଅଞ୍ଚଳର ହାପୋ ଘଡେଇ (୩୦)। ତେବେ ଏହାକୁ ନେଇ ରାଜ୍ୟ ଅବକାରୀ ଫ୍ଲାଇଙ୍ଗ ଟିମ୍ ପକ୍ଷରୁ କେଶ ନମ୍ବର ୨୯୧/୨୨ ରେ ଏକ ମାମଲା ରୁଜୁ କରାଯାଇଛି। ଗିରଫ ମହିଳାଙ୍କ ଡାକ୍ତରୀ ମାଇନା ହେବାପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ସ୍ଵତନ୍ତ୍ର ବିଭାଗ ଜଣାଇଛନ୍ତି ।

Related posts

ସଞ୍ଜୁକ୍ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ ଶ୍ରୀକାନ୍ତ !

Odisha Halchal

ପୁରୀର ବ୍ରହ୍ମଗିରି ଅଞ୍ଚଳରେ ବୋମାମାଡ଼

Odisha Halchal

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ପରଲୋକ

Odisha Halchal

Leave a Comment