ଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ବାଙ୍ଗାଲାଦେଶରେ ଲ୍ୟାଣ୍ଡଫଲ କଲା ବାତ୍ୟା ସିତ୍ରାଙ୍ଗ

ବାଙ୍ଗାଲାଦେଶରେ ଲ୍ୟାଣ୍ଡଫଲ କଲା ବାତ୍ୟା ସିତ୍ରାଙ୍ଗ

ବାଙ୍ଗାଲାଦେଶରେ ଲ୍ୟାଣ୍ଡଫଲ କଲା ବାତ୍ୟା ସିତ୍ରାଙ୍ଗ: ଭାଙ୍ଗିଲା ଘରଦ୍ୱାର, ନେଲା ୧୧ ଜଣଙ୍କର ଜୀବନ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ସିତ୍ରାଙ୍ଗ ଉତ୍ତର- ଉତ୍ତର ପୂର୍ବ ଦିଗରେ ଗତି କରି ବାଙ୍ଗାଲାଦେଶରେ ସ୍ଥଳଭାଗ ଛୁଇଁଛି । ସୋମବାର ୯ଟା ୩୦ରୁ ୧୧ଟା ୩୦ ମଧ୍ୟରେ ବାଂଲାଦେଶର ବରିଷଲ ନିକଟରେ ଉପକୂଳ ଅତିକ୍ରମ କରିଛି ବାତ୍ୟା ।

ବାତ୍ୟା ଯୋଗୁଁ ପ୍ରବଳ ପବନ ବର୍ଷାରେ ବାଂଲାଦେଶରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କିଛି ଲୋକ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ନିରାପଦ ସ୍ଥାନକୁ ଆଣିବାକୁ ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି ।

ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ୍ ଟିମ୍ ଓ ଅଗ୍ନିଶମ ବାହିନୀ ମଧ୍ୟ ସାମିଲ ହୋଇଛନ୍ତି । ଲ୍ୟାଣ୍ଡଫଲ କରିବା ବେଳେ ପବନର ବେଗ ସର୍ବାଧିକ ୧୦୦ କିଲୋମିଟର ରହିଥିଲା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।ପବନ ଯୋଗୁ ଅନେକ ଗଛ ଉପୁଡି ପଡ଼ିଛି । ଏହା ସହ ଅନେକ ଘର ମଧ୍ୟ ଭାଙ୍ଗି ଯାଇଥିବା ସୂଚନା ମିଳିଛି ।

Related posts

ଧବଳେଶ୍ୱର ପୀଠରେ ଏବର୍ଷ ହେବନି ଯାତ୍ରା

Odisha Halchal

ଡିଲ୍‌ ବେଳେ ମାଡିବସିଲା ଏସ୍‌ଟିଏଫ୍‌ : ଗୋଟିଏ ବଜ୍ରକାପ୍ତା ଉଦ୍ଧାର

Odisha Halchal

ପ୍ରଚଣ୍ଡ ଶବ୍ଦ ରେ ଥରି ଉଠିଲା ତିନିଜିଲ୍ଲା

Odisha Halchal

Leave a Comment