ଓଡ଼ିଶା ଖବରନ୍ୟୁଜ୍ମନୋରଞ୍ଜନ

ଫ୍ୟାମିଲି କୋର୍ଟରେ ବର୍ଷା-ଅନୁଭବ ମାମଲା : ୨ ଦିନ ଚାଲିବ ସାକ୍ଷ୍ୟ ଗ୍ରହଣ

ଫ୍ୟାମିଲି କୋର୍ଟରେ ବର୍ଷା-ଅନୁଭବ ମାମଲା ୨ ଦିନ ଚାଲିବ ସାକ୍ଷ୍ୟ ଗ୍ରହଣ

ବର୍ଷା ଅନୁଭବ ବିବାହ ବିଚ୍ଛେଦ ମାମଲା । କଟକ ଫ୍ୟାମିଲି କୋର୍ଟରେ ହାଜର ହେଲେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । କୋର୍ଟରେ ସାକ୍ଷ୍ୟ ପ୍ରଦାନ କରିଛନ୍ତି ଅନୁଭବ । ୫ ଓ ୬ ତାରିଖ ଯାଏଁ ଚାଲିବ ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ।

ବର୍ଷା ଅନୁଭବ ବିବାହ ବିଚ୍ଛେଦ ମାମଲା ଉପରେ ସୋମବାର ଫ୍ୟାମିଲି କୋର୍ଟ କଟକ ଶୁଣାଣି କରିଛନ୍ତି । ଅନୁଭବଙ୍କ ପକ୍ଷରୁ ଦାୟର ହୋଇଥିବା ଛାଡପତ୍ର ଆବେଦନ ଉପରେ ସେ ନିଜେ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ । ପ୍ରତିପକ୍ଷ ଓକିଲ ଅନୁଭବଙ୍କୁ ଜେରା କରିଛନ୍ତି । ଏହି ପ୍ରକ୍ରିୟା ଆସନ୍ତା ଦୁଇ ଦିନ ଧରି ଚାଲିବ ।

ବର୍ଷାଙ୍କୁ ଛାଡପତ୍ର ଦେବା ଲାଗି ପ୍ରଥମେ ନୂଆଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଆବେଦନ କରିଥିଲେ । ଯାହା ପରବର୍ତ୍ତୀ ସମୟରେ କଟକ ସ୍ଥାନାନ୍ତର ହୋଇଛି । ତେବେ ଜେରା ସରିବା ପରେ ବର୍ଷାଙ୍କ ଉଦ୍ଦେଶ୍ୟରେ ତାଙ୍କ ଓକିଲଙ୍କ ଜରିଆରେ ଅନୁଭବ ଶ୍ରୀମଦ୍ ଭଗବତ ଗୀତା ପୁସ୍ତକ ପ୍ରଦାନ କରିଥିବା ସୂଚନା ମିଳିଛି । ମଙ୍ଗଳବାର ପୁଣି ଏହି ମାମଲାର ଶୁଣାଣି କରାଯିବ ।

Related posts

ଶୀତ କାକରକୁ ଖାତିର ନ କରି ଧାରଣାରେ ବସିଛନ୍ତି ଅଙ୍ଗନୱାଡି କର୍ମୀ

Odisha Halchal

ଋଷ-ୟୁକ୍ରେନ୍ ଯୁଦ୍ଧ ବେଲାଋଷରେ ଆରମ୍ଭ ହେଲା ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା

Odisha Halchal

ଅପିଲ୍ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ: ଅଗଷ୍ଟ ୧୫ ପର୍ଯ୍ୟନ୍ତ ଡିପିରେ ଲଗାନ୍ତୁ ତ୍ରିରଙ୍ଗା

Odisha Halchal

Leave a Comment